ଓଡିଶା

odisha

ETV Bharat / state

କୋରୋନା ଭାଇରସକୁ ନେଇ ପ୍ରସ୍ତୁତ ଖୋର୍ଦ୍ଧା

କୋରୋନା ଭାଇରସକୁ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତଙ୍କ ପାଇଁ ଏକ ସ୍ବତନ୍ତ୍ର ୱାର୍ଡ ଖୋଲାଯାଇଛି। ଏହି ୱାର୍ଡରେ ଚିକିତ୍ସା ପାଇଁ ଆବଶ୍ୟକୀୟ ସରଞ୍ଜାମ ରହିଥିବା ବେଳେ 3ଟି ଶଯ୍ୟା ରହିଛି । ସେହିପରି ଏହି ୱାର୍ଡରେ ପ୍ରଶିକ୍ଷିତ ଡାକ୍ତରୀ ଟିମ ନିୟୋଜିତ ଅଛନ୍ତି। ଅଧିକ ପଢନ୍ତୁ..

କୋରୋନା ଭାଇରସକୁ ନେଇ ପ୍ରସ୍ତୁତ ଖୋର୍ଦ୍ଧା
କୋରୋନା ଭାଇରସକୁ ନେଇ ପ୍ରସ୍ତୁତ ଖୋର୍ଦ୍ଧା

By

Published : Feb 6, 2020, 1:17 PM IST

ଖୋର୍ଦ୍ଧା: ସାରା ବିଶ୍ବ କୋରୋନା ଭାଇରସକୁ ନେଇ ଚିନ୍ତାରେ। ଚୀନରୁ ଆସିଥିବା ଏହି ଭାଇରସକୁ ପ୍ରତିହତ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବାହାରି ନଥିବାବେଳେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।

କୋରୋନା ଭାଇରସକୁ ନେଇ ପ୍ରସ୍ତୁତ ଖୋର୍ଦ୍ଧା

କୋରୋନା ଭାଇରସକୁ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତଙ୍କ ପାଇଁ ଏକ ସ୍ବତନ୍ତ୍ର ୱାର୍ଡ ଖୋଲାଯାଇଛି। ଏହି ୱାର୍ଡରେ ଚିକିତ୍ସା ପାଇଁ ଆବଶ୍ୟକୀୟ ସରଞ୍ଜାମ ରହିଥିବାବେଳେ 3ଟି ଶଯ୍ୟା ରହିଛି । ସେହିପରି ଏହି ୱାର୍ଡରେ ପ୍ରଶିକ୍ଷିତ ଡାକ୍ତରୀ ଟିମ ନିୟୋଜିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୌଣସି କୋରୋନା ରୋଗୀ ଚିହ୍ନଟ ହୋଇନାହାଁନ୍ତି । ଯଦି ଭବିଷ୍ୟତରେ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କର ଚିକିତ୍ସା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details