ଖୋର୍ଦ୍ଧା:ମରଣ ଯନ୍ତା ପାଲଟିଛି ବୋଲଗଡ଼ ବ୍ଲକ ଟିକାତାଳ-କୋଦବେରଣୀ ରାସ୍ତା । ରାସ୍ତା ନିର୍ମାଣ ବେଳେ ଦୁର୍ନୀତି ଯୋଗୁଁ ଏହି ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇ ପଡ଼ିଛି । ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀ ହେଉଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସାଢ଼େ ୪ କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ଶେଷ ହୋଇଥିଲା । ହେଲେ ଠିକାଦାରଙ୍କ ଦୁର୍ନୀିତି ଯୋଗୁଁ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇଛି ।
ଏହି ରାସ୍ତା ଦେଇ ଭାରି ଯାନ ଯିବା ଅସମ୍ଭବ ହୋଇ ପଡ଼ିଛି । ଖାଲି ସେତିକି ନୁହେଁ ଏହି ରାସ୍ତା ଦେଇ ବାଇକ ଖଣ୍ଡେ ଯିବା ଅସମ୍ଭବ ହୋଇ ପଡ଼ୁଛି । ରାସ୍ତା ନିର୍ମାଣ ପରେ ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ଵ ଠିକାଦାର ନେଇଛନ୍ତି । ହେଲେ ଏହି କାର୍ଯ୍ୟକୁ ଠିକାଦାର ଠିକ୍ ଭାବରେ ନିର୍ବାହ କରୁନଥିବା ଅଭିଯୋଗ ହୋଇଛି । ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ କରିଛି । ତେବେ ରାସ୍ତାର ରକ୍ଷଣାବେକ୍ଷଣା ଅବଧି ଶେଷ ପୂର୍ବରୁ ଏହାକୁ ଚଞ୍ଚକତା କରି ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି ।