ଓଡିଶା

odisha

ETV Bharat / state

Jawad Update: ପ୍ରସ୍ତୁତ ହେଲା ଖୋର୍ଦ୍ଧା ପ୍ରଶାସନ, ବାତ୍ୟା ସାଙ୍ଗକୁ ସଂକ୍ରମଣ ଉପରେ ବି ନଜର

ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର(Khordha District Correspondent Cyclone Review Meeting) ପ୍ରସ୍ତୁତି ବୈଠକ ଶେଷ । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦେଲା ଦାୟିତ୍ବ । ଅଧିକ ପଢନ୍ତୁ

Jawad Update: ପ୍ରସ୍ତୁତ ହେଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ବାତ୍ୟା ସାଙ୍ଗକୁ ସଂକ୍ରମଣ ଉପରେ ବି ନଜରJawad Update: ପ୍ରସ୍ତୁତ ହେଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ବାତ୍ୟା ସାଙ୍ଗକୁ ସଂକ୍ରମଣ ଉପରେ ବି ନଜର
Jawad Update: ପ୍ରସ୍ତୁତ ହେଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ବାତ୍ୟା ସାଙ୍ଗକୁ ସଂକ୍ରମଣ ଉପରେ ବି ନଜର

By

Published : Dec 3, 2021, 11:59 AM IST

Updated : Dec 3, 2021, 2:14 PM IST

ଖୋର୍ଦ୍ଧା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂପ ନେଇ ଆସନ୍ତାକାଲି(ଶନିବାର) ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଛି(Cyclone Jawad) । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଉପକୂଳ ଜିଲ୍ଲା ଗୁଡ଼ିକରେ ସତର୍କତା ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ(Khordha District Correspondent Cyclone Review Meeting) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବୈଠକରୁ ମିଳିଥିବା ସୂଚନା ଅନୁସାରେ, ୩ରୁ ୫ ତାରିଖ ମଧ୍ୟରେ ପବନ ଓ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ତେଣୁ ଜିଲ୍ଲାର ତଳୁଆ ଅଞ୍ଚଳ ଓ ମାଟିଘରର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟ ନିର୍ଦ୍ଧାରିତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ବିଦ୍ୟୁତ୍, ଜଳ, ଶୁଖିଲା ଖାଦ୍ୟ ଆଦି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ବାତ୍ୟା ଓ ବର୍ଷାର ପ୍ରକୋପରେ ଅତର୍କିତ ବନ୍ୟାର ନିୟମିତ ସୂଚନା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଆରମ୍ଭ ହୋଇଛି ।

Jawad Update: ପ୍ରସ୍ତୁତି ହେଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ବାତ୍ୟା ସାଙ୍ଗକୁ ସଂକ୍ରମଣ ଉପରେ ବି ନଜର

ସେହିପରି ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ କୋଭିଡ଼ ନିୟମ ପାଳନ କରାଯିବ, ମାସ୍କ, ସାନିଟାଇଜ ଓ ସାମାଜିକ ଦୂରତ୍ବ ରକ୍ଷା କରାଯିବ । ଗର୍ଭବତୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବ । ବୈଠକରେ ଧାନ ଫସଲ, ଚାଷ ଜମି, ଜଳପ୍ଲାବିତ ଅଞ୍ଚଳରେ ଔଷଧ, ଗମନାଗମନ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନୁଜ ଦାସ ପଟ୍ଟନାୟକ, ମନୋଜ କୁମାର ପାଢ଼ୀ, ଜିଲ୍ଲା ଗ୍ରାମ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଆଇ ଗୌରବ ଶିବାଜୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ମୁଖ୍ୟ କୃଷିଅଧିକାରୀ, ପ୍ରାଣୀ ଚିକିତ୍ସାଧିକାରୀ, ଗ୍ରାମ୍ୟ ଜଳଯୋଗାଣ ଅଧୀକ୍ଷଣ ଯନ୍ତ୍ରୀ, ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ସମସ୍ତ ବ୍ଲକ୍‌ର ବିଡିଓ, ପୌରାଞ୍ଚଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Dec 3, 2021, 2:14 PM IST

ABOUT THE AUTHOR

...view details