ଖୋର୍ଦ୍ଧା: ଖୋର୍ଦ୍ଧା ଲୁଙ୍ଗି ଗାମୁଛା । 60 ଦଶକର ଫେମସ ବ୍ରାଣ୍ଡ । କେବଳ ରାଜ୍ୟ ନୁହେଁ ସାରା ଦେଶରେ ରହିଛି ସ୍ବତନ୍ତ୍ର ପରିଚୟ । ରଙ୍ଗ, ବୁଣା ଶୈଳୀ ଓ ପାରମ୍ପରିକ ଛାପ ପାଇଁ ଏହା ପାଲଟିଛି ଗ୍ରାହକଙ୍କ ପ୍ରଥମ ପସନ୍ଦ। ଆଉ ଏହାର ଚାହିଦାକୁ ନଜରରେ ରଖି ହସ୍ତତନ୍ତ କାରିଗରଙ୍କ ପାଇଁ ଖୋର୍ଦ୍ଧାରେ ଖୋଲିଥିଲା ଏକ ତାଲିମ କେନ୍ଦ୍ର । ମାତ୍ର ସରକାରୀ ଅବହେଳା ପାଇଁ ତାଲିମ କେନ୍ଦ୍ରରେ ଝୁଲିଛି ତାଲା ।
ଏପଟେ ଗତ ଦୁଇବର୍ଷ ହେବ ବାହାରିନି ସରକାରୀ ନୋଟିଫିକେସନ୍ । ଯେଉଁ କାରଣରୁ ଆବେଦନ କରିପାରୁ ନାହାନ୍ତି ବୁଣାକାର । ଏ ତାଲିମ କେନ୍ଦ୍ରରେ ବୁଣାକାରଙ୍କୁ ଦିଆଯାଉଥିଲା ଦେଢବର୍ଷର ଟ୍ରେନିଂ । ବଜାରର ଚାହିଦା ଅନୁସାରେ ହସ୍ତତନ୍ତ ସାମଗ୍ରୀ ପ୍ରସ୍ତୁତ କରିବାକୁ ସେମାନେ ପାଉଥିଲେ ତାଲିମ । ମାତ୍ର କେନ୍ଦ୍ର ବନ୍ଦ ହେବା ପରେ ଲକ୍ଷ ଲକ୍ଷ ଟଙ୍କାର କମ୍ପ୍ୟୁଟର ସହ ବୁଣା ସାମଗ୍ରୀ ଓ ଆନୁସଙ୍ଗିକ ଯନ୍ତ୍ରପାତି ଖାଉଛି ଖତ । ତେବେ ଶୁଣନ୍ତୁ ଏନେଇ କଣ କହୁଛନ୍ତି ଜିଲ୍ଲାପାଳ ।