ଓଡିଶା

odisha

ETV Bharat / state

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମୁଖ୍ୟ ଚିକିତ୍ସାଳୟ ଗସ୍ତ, ରୋଗୀଙ୍କ ସମସ୍ୟା ପଚାରି ବୁଝିଲେ - collector

ଶନିବାର ଅଚାନକ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ରୋଗୀଙ୍କ ସମସ୍ୟା ପଚାରି ବୁଝିଛନ୍ତି ଜିଲ୍ଲାପାଳ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Jul 6, 2019, 6:30 PM IST

ଖୋର୍ଦ୍ଧା: ଆକ୍ସନ ମୁଡରେ ଜିଲ୍ଲାପାଳ ସିତାଂଶୁ କୁମାର ରାଉତ । ଶନିବାର ଅଚାନକ ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିଛନ୍ତି ଜିଲ୍ଲାପାଳ । ସେଠାରେ ପହଞ୍ଚି ମେଡ଼ିସିନ ୱାର୍ଡ, ମାତୃ ଶିଶୁ ଭବନ, ଔଷଧ ବିତରଣ କେନ୍ଦ୍ର, ବର୍ହି ବିଭାଗ ଆଦି ସ୍ଥାନ ବୁଲି ଦେଖିଥିବା ସହ ବିଭିନ୍ନ ୱାର୍ଡରେ ଥିବା ରୋଗୀଙ୍କ ସହ ଚିକିତ୍ସା ସମ୍ପର୍କରେ ଟିକନିଖି ପଚାରି ବୁଝିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ହଠାତ ଜିଲ୍ଲାପାଳଙ୍କୁ ଚିକିତ୍ସାଳୟରେ ଦେଖି ମେଡିକାଲ କର୍ମଚାରୀମାନେ ହଡ଼ବଡେଇ ଯାଇଥିଲେ ଏବଂ ଜିଲ୍ଲାପାଳଙ୍କ ଅଚାନକ ଏହି ଗସ୍ତକୁ ନେଇ ସାଧାରଣରେ ଚର୍ଚ୍ଚା ମଧ୍ୟ ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details