ଖୋର୍ଦ୍ଧା: ସ୍ଥାନୀୟ କେରଙ୍ଗ ପଞ୍ଚାୟତରେ କୋଡିଏ ଲକ୍ଷ ଟଙ୍କା ବ୍ୟୟରେ ଏକ ଶିଶୁ ଉଦ୍ୟାନ ଲୋକାର୍ପଣ ହୋଇଛି। ଶକ୍ତି ମନ୍ତ୍ରୀ କ୍ୟାପେଟେନ ଦିବ୍ୟ ଶଙ୍କର ମିଶ୍ର ଏହାକୁ ଉଦ୍ଘାଟନ କରିଛନ୍ତି ।
କେରଙ୍ଗରେ ଶିଶୁ ଉଦ୍ୟାନ ଉଦ୍ଘାଟନ କଲେ ରାଜ୍ୟ ଶକ୍ତି ମନ୍ତ୍ରୀ ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ଜିଲ୍ଲା ସଭାପତି ବିଭୁତି ବଳବନ୍ତରାୟ, ଜିଲ୍ଲା ପରିଷଦ ଅଧକ୍ଷ ପ୍ରଫୁଲ୍ଲ କୁମାର ଦଳେଇଙ୍କ ସହ ସରପଞ୍ଚ, ଲୋକ ପ୍ରତିନିଧି ଏହି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ରହିଥିଲେ ।
ସହରରେ ଭଳି ନିଜ ଅଞ୍ଚଳରେ ପିଲାମାନେ ପାର୍କ ପାଇ ଖୁସି ହେବା ସହ ବିଭିନ୍ନ ଖେଳର ମଜା ଉଠାଇଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ସ୍ବାସ୍ଥ୍ୟ ହିଁ ସମ୍ପଦ ଏବଂ ବର୍ତ୍ତମାନ କୋରୋନା ପରିସ୍ଥିତିରେ ଖେଳକୁଦ କରି ଶାରୀରିକ ସୁସ୍ଥତା ପ୍ରାଥମିକତା । ପ୍ରତି ଗାଁରେ ଏହିଭଳି ପାର୍କ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ