ଭୁବନେଶ୍ବର:ଦୀର୍ଘ ୧୦ଦିନ ପରେ ଆଜି ଖୋଲିଲା ପୁରୁଣା ଭୁବନେଶ୍ବର ସ୍ଥିତ କପିଳେଶ୍ବର ମନ୍ଦିର। ଶତାଧିକ ମହିଳା ଆସି ମନ୍ଦିରର ତାଲା ଭାଙ୍ଗିଥିବା ବେଳେ ଜୟ କପିଳନାଥ ଧ୍ବନିରେ ପ୍ରକମ୍ପିତ ହୋଇଛି ପରିବେଶ । ହାଣ୍ଡିଭଙ୍ଗା ଯାତଠାରୁ ମନ୍ଦିର ବନ୍ଦ ରହିଥିବା ବେଳେ ଏହାକୁ ନେଇ ୧୦ ଦିନ ଧରି ଭୋକରେ ଥିଲେ ଠାକୁର । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦକୁ ନେଇ ମନ୍ଦିରରେ ପଡିଥିଲା ତାଲା ।
ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଠାକୁରଙ୍କ ସେବାକୁ ନେଇ ବିବାଦ ଥିବାରୁ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଏହାକୁ ନେଇ କପିଳନାଥଙ୍କ ପୂଜା ବନ୍ଦ ଥିଲା ଆଉ ଉପାସରେ ରହିଥିଲେ ଠାକୁର । ତେଣୁ କପିଳନାଥଙ୍କ ଯାତ୍ରା ବା ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଜାତଠାରୁ ବନ୍ଦ ରହିଥିଲା କପିଳନାଥ ମନ୍ଦିରର ମୁଖ୍ୟ ଦ୍ବାର । ଦୀର୍ଘ ୧୦ଦିନ ପରେ ଆଜି ଭକ୍ତଙ୍କ ପାଇଁ ଖୋଲିଲା କପିଳେଶ୍ବର ମନ୍ଦିର । ଶତାଧିକ ମହିଳା ଆସି ମନ୍ଦିରର ତାଲା ଭାଙ୍ଗିଥିବା ବେଳେ ଜୟ କପିଳନାଥ ଧ୍ବନିରେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ଆଉ ଭକ୍ତମାନେ ମନ୍ଦିର ଖୋଲା ହେଲା ପରେ ଘଣ୍ଟି ବାଡେଇ ଓମ୍ ନମଃ ଶିବାୟ କହି ପ୍ରଭୁଙ୍କ ଦର୍ଶନ କରିଛନ୍ତି । କାରଣ କପିଳନାଥ ହେଉଛନ୍ତି ପ୍ରତ୍ୟକ୍ଷ ଦେବତା । ତାଙ୍କର ଟିକିଏ ଦର୍ଶନ ପାଇଁ ଭକ୍ତଟିଏ ସର୍ବଦା ବ୍ୟାକୁଳ ହୋଇଥାଏ ।
ଏହା ବି ପଢନ୍ତୁ- ଜଙ୍ଗଲ ନିଆଁ ଲିଭାଇ ପାରୁନି ବନବିଭାଗ, ପ୍ରଦୂଷଣ ସିଟି ତାଲିକାରେ ରାଉରକେଲା ଶୀର୍ଷରେ