ଓଡିଶା

odisha

ETV Bharat / state

ଆନ୍ଦୋଳନକାରୀ ଶିକ୍ଷକଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ, ନିନ୍ଦା କଲା ଶିକ୍ଷକ ସଂଘ - ମିଳିତ ପ୍ରାଥମିକ ଶିକ୍ଷକ ସଂଘ

ରାଜଧାନୀରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଜାରି ରହିଥିବାବେଳେ ଆନ୍ଦୋଳନରତ ଶିକ୍ଷକମାନଙ୍କର ତାଲିକା ମାଗିଛନ୍ତି ଫୁଲବାଣୀ ବ୍ଲକ ଶିକ୍ଷାଧିକାରୀ । ଅଧିକ ପଢ଼ନ୍ତୁ

kandhamal beo orders for list out of teachers those join the protest in bhubaneswar
ଆନ୍ଦୋଳନକାରୀ ଶିକ୍ଷକଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ, ନିନ୍ଦା ପ୍ରକାଶ କଲା ଶିକ୍ଷକ ସଂଘ

By

Published : Dec 12, 2022, 1:21 PM IST

ଆନ୍ଦୋଳନକାରୀ ଶିକ୍ଷକଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର:ଆନ୍ଦୋଳନକାରୀ ପ୍ରାଥମିକ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି । 3 ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ଜାରି ରଖିଛି । ଏହାରି ମଧ୍ୟରେ ଆନ୍ଦୋଳନକୁ ଆସିଥିବା ଶିକ୍ଷକମାନଙ୍କର ତାଲିକା ମାଗିଛନ୍ତି ଫୁଲବାଣୀ ବ୍ଲକ ଶିକ୍ଷାଧିକାରୀ । ଆନ୍ଦୋଳନ ସମୟରେ ଛୁଟି ଆବେଦନ କରିଥିବା ଶିକ୍ଷକମାନଙ୍କ ତାଲିକା ମଗାଯାଇଛି ।

ଛୁଟି ଆବେଦନ କରିଥିବା ଶିକ୍ଷକମାନଙ୍କ ତାଲିକା ଦେବାକୁ CRCCଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଫୁଲବାଣୀ BEO । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ଯୋଗ ଦେବା ପାଇଁ ଯେଉଁ ଶିକ୍ଷକ ଶିକ୍ଷୟତ୍ରୀମାନେ ନଭେମ୍ବର 28 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଛୁଟି ପାଇଁ ଆବେଦନ କରିଥିଲେ ସେମାନଙ୍କର ତାଲିକା ଖୁବଶୀଘ୍ର ଦେବାକୁ ଚିଠିରେ ନିର୍ଦ୍ଦେଶ ରହିଛି । ଏନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘ କହିଛି ଯେ, "ଯଦି ଏଭଳି ଚିଠି କରି ସରକାର ଶିକ୍ଷକଙ୍କୁ ଧମକାଇବାକୁ ଚାହୁଁଥାନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ । ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଭୁବନେଶ୍ୱରରେ 4 ଦିନ ଆନ୍ଦୋଳନ କରିବା ପରେ ମୁଖ୍ୟ ଶାସନ ସଚିବ ଏକ ହାଇ ପାୱାର କମିଟି ଗଠନ କରିଛନ୍ତି । ଆସନ୍ତା 16 ତାରିଖରୁ 20 ତାରିଖ ଭିତରେ କମିଟି ବସି ସଂଘର ଦାବି ନେଇ ଆଲୋଚନା କରିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details