ଓଡିଶା

odisha

ETV Bharat / state

Hockey World Cup: ଉଦଘାଟନ ଉତ୍ସବରେ ଶୁଣିବାକୁ ମିଳିବ କେ-ପପ୍ ସଙ୍ଗୀତ, ଝୁମିବ ଓଡ଼ିଶା - ବାରବାଟୀ ଷ୍ଟାଡିୟମ

ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହେବ ପୁରୁଷ ବିଶ୍ବକପ ହକି (Men's Hockey World Cup)ର ଉଦଘାଟନୀ ଉତ୍ସବ । ଏହି ଉତ୍ସବରେ କେ-ପପ୍‌ ବ୍ୟାଣ୍ଡର ସଙ୍ଗୀତରେ ଝୁମି ଉଠିବ ସାରା ରାଜ୍ୟ (K-POP band to perform at Barabati Stadium) । ତେବେ ଏହି କେ-ପପ୍‌ ବ୍ୟାଣ୍ଡ ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି । ଏଥିରେ ରହିଛନ୍ତି ଓଡ଼ିଆ ଝିଅ ଶ୍ରେୟା ଲେଙ୍କା । ଅଧିକ ପଢନ୍ତୁ

K POP band
K POP band

By

Published : Jan 10, 2023, 10:50 PM IST

Hockey World Cup: ଉଦଘାଟନ ଉତ୍ସବରେ ଶୁଣିବାକୁ ମିଳିବ କେ-ପପ୍ ସଙ୍ଗୀତ, ଝୁମିବ ଓଡ଼ିଶା

ଭୁବନେଶ୍ବର: ପୁରୁଷ ହକି ବିଶ୍ଵକପ (Men's Hockey World Cup)ର ଉଦଘାଟନ ଉତ୍ସବରେ ଶୁଣିବାକୁ ମିଳିବ କେ-ପପ୍ ସଙ୍ଗୀତ (K-POP band to perform at Barabati Stadium) । ଏହି ସଙ୍ଗୀତକୁ ପରିବେଷଣ କରିବେ ଓଡିଆ ଝିଅ ଶ୍ରେୟା ଲେଙ୍କା । ତାଙ୍କ ସହ କେ-ପପ୍ ଗର୍ଲ ବ୍ୟାଣ୍ଡରେ ଅନ୍ୟ ୩ ଜଣ ସଦସ୍ୟ ଉଦଘାଟନୀ କାର୍ଯ୍ୟକ୍ରମରେ ଗାଇବେ ଗୀତ । ଆଜି ସେ ତାଙ୍କ ସହଯୋଗୀଙ୍କ ସହ ଓଡିଶା ପହଞ୍ଚିଥିବା ବେଳେ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରାଯାଇଛି ।

ଓଡ଼ିଆ ଝିଅ ଶ୍ରେୟା ହେଉଛନ୍ତି ଦେଶରେ ପ୍ରଥମ ଯିଏ କେ-ପପ୍ ଗ୍ରୁପରେ ସ୍ଥାନ ପାଇଥିଲେ । ତେଣୁ ଓଡ଼ିଆ ଭାବେ ହକି ବିଶ୍ଵକପ ଉଦଘାଟନୀ ଉତ୍ସବରେ ସେ ଓ ତାଙ୍କ ସହଯୋଗୀଙ୍କୁ କେ-ପପ୍ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ମିଳିଥିବାରୁ ସେ ଭାବବିହ୍ବଳ ହେବା ସହ ନିଜ ଖୁସି ଥିବା କହିଛନ୍ତି । ଆସନ୍ତାକାଲି (ଜାନୁଆରୀ ୧୧) ତାରିଖରେ ସିଲଭର ସିଟି କଟକରେ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ବକପର ଉଦଘାଟନୀ ଉତ୍ସବ । ଏଥିରେ ବଲିଉଡ଼ର ବହୁ ନାମିଦାମି କଳାକାରଙ୍କ ସମେତ ବିଦେଶୀ କଳାକାର ମଧ୍ୟ ନିଜର କଳା ପ୍ରଦର୍ଶନ କରିବେ । ଏହି ଅବସରରେ କେ-ପପ୍‌ ବ୍ୟାଣ୍ଡ ମଧ୍ୟ ଗୀତ ପରିବେଷଣ କରିବ ।

ଏହା ବି ପଢନ୍ତୁ- Hockey World Cup Opening: ବାରବାଟୀରେ ୬ଘଣ୍ଟା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନମୋହିବେ ରଣବୀରଙ୍କ ସମେତ ବିଦେଶୀ କଳାକାର

କେ-ପପ୍‌ ବ୍ୟାଣ୍ଡକୁ ନେଇ ଜିଲ୍ଲାବାସୀ ମଧ୍ୟ ବେଶ ଉତ୍ସାହିତ ରହିଛନ୍ତି । ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ଏହି ବ୍ୟାଣ୍ଡର ଜଣେ ସଦସ୍ୟ ଥିବାରୁ ରାଜ୍ୟ ପାଇଁ ନିଶ୍ଚିତ ଗୌରବର ବିଷୟ । ସେ ମଧ୍ୟ ବେଶ ଉତ୍ସାହିତ ଥିବା କହିଛନ୍ତି । କଟକର ବାରବାଟୀ ଷ୍ଟାଡିୟମ ନାମିଦାମୀ ବଲିଉଡ଼ କଳାକାରମାନଙ୍କର ପରିବେଷଣରେ ଦୁଲୁକିବ ବାରବାଟୀ ମଞ୍ଚ । ପୁରା ସହରରେ ଏଥିପାଇଁ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବଲିଉଡ଼ କଳାକାର ରଣଭୀର ସିଂ ଉଦଘାଟନୀ ଉତ୍ସବରେ ନୃତ୍ୟ ପରିବେଷଣ କରିବେ ।

ବାରବାଟୀ ଷ୍ଟାଡିୟମରେ ମେଗା କାର୍ଯ୍ୟକ୍ରମ ସବୁ ଦିଗରେ ନଗର ରଖିଛି କଟକ ମହାନଗର ନିଗମ । ଆଜି ଷ୍ଟାଡିୟମରେ ରିହର୍ସଲ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି । କଳାକାରମାନେ ରିହର୍ସଲ କରୁଥିବା ନଜର ଆସିଛନ୍ତି । ସେପଟେ ହକି ବିଶ୍ବକପ ଲାଗି ରାଜ୍ୟର ପ୍ରମୁଖ ସହରକୁ ସୁସଜ୍ଜିତ କରାଯାଇଛି । ଭୁବନେଶ୍ବର ସମେତ ସିଲଭରସିଟି କଟକ ଓ ରାଉରକେଲାକୁ ମଧ୍ୟ ରଙ୍ଗାୟିତ କରାଯାଇଛି । ହକି ବିଶ୍ବକପକୁ ଓଡ଼ିଶା ଦ୍ବିତୀୟ ଥର ଲାଗି ଆୟୋଜିତ କରିଥିବା ବେଳେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details