ଓଡିଶା

odisha

JP Nadda Odisha Visit: ଗୁପ୍ତ ବୁଝାମଣା ପାଇଁ ନଡ୍ଡା ଓଡିଶା ଆସିଛନ୍ତି କହିଲେ ପିସିସି ସଭାପତି

By

Published : Jun 22, 2023, 7:46 PM IST

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ‘‘ବିଜେଡି - ବିଜେପି ଭିତରେ ଗୋପନ ମେଣ୍ଟ କରିବା ପାଇଁ ବିଜେପି ସଭାପତି ଜେପି ନଡ୍ଡା ଆସିଛନ୍ତି । 200-2009 ଯାଏଁ ବିଜେଡି - ବିଜେପି ମେଣ୍ଟ ଥିଲା । ତା ପରେ ଭାଙ୍ଗିଥିଲା। ଏବେ ବିଜେପି ପାଇଁ ନୁହେଁ କି ଖୋଲା ବୁଝାବଣା ପାଇଁ ନୁହେଁ ଗୋପନ ବୁଝାବଣା ପାଇଁ ନଡ୍ଡା ଆସିଛନ୍ତି ଓଡିଶା ।" ଅଧିକ ପଢନ୍ତୁ

ଗୁପ୍ତ ବୁଝାମଣା ପାଇଁ ନଡ୍ଡା ଓଡିଶା ଆସିଛନ୍ତି: ପିସିସି ସଭାପତି
ଗୁପ୍ତ ବୁଝାମଣା ପାଇଁ ନଡ୍ଡା ଓଡିଶା ଆସିଛନ୍ତି: ପିସିସି ସଭାପତି

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ଆସନ୍ତାକାଲି କଳାହାଣ୍ଡିରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ନଡ୍ଡା । ନଡ୍ଡାଙ୍କ ଓଡିଶା ଗସ୍ତକୁ ନେଇ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ‘‘ବିଜେଡି - ବିଜେପି ଭିତରେ ଗୋପନ ମେଣ୍ଟ କରିବା ପାଇଁ ବିଜେପି ସଭାପତି ଜେପି ନଡ୍ଡା ଆସିଛନ୍ତି । 200-2009 ଯାଏଁ ବିଜେଡି - ବିଜେପି ମେଣ୍ଟ ଥିଲା। ତା ପରେ ଭାଙ୍ଗିଥିଲା। ଏବେ ବିଜେପି ପାଇଁ ନୁହେଁ କି ଖୋଲା ବୁଝାବଣା ପାଇଁ ନୁହେଁ ଗୋପନ ବୁଝାବଣା ପାଇଁ ନଡ୍ଡା ଆସିଛନ୍ତି ଓଡିଶା। ନଡ୍ଡାଙ୍କ ଓଡିଶା ଗସ୍ତ ରାଜ୍ୟ ରାଜନୀତି ଉପରେ କୌଣସି ପ୍ରଭାବ ପଡିବ ନାହିଁ କି କଂଗ୍ରେସ ଉପରେ ପଡିବ ନାହିଁ।’’

ଆଜି ଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଝାରସୁଗୁଡା ବିମାନ ବନ୍ଦରରେ ଅପରାହ୍ନରେ ପହଞ୍ଚିବା ପରେ ସେ ଝାରସୁଗୁଡା ବିଜେପି କାର୍ଯ୍ୟାଳୟକୁ ଯିବାର କାର୍ଯ୍ୟକ୍ରମ ଥିଲା। ଏଠାରେ ବରଗଡ ସଂସଦୀୟ କ୍ଷେତ୍ରର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ।

ଆସନ୍ତା କାଲି ଅର୍ଥାତ 23 ଜୁନରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲ ବାହାଦୁର ଷ୍ଟାଡିୟମରେ ଏକ ଜନସଭାକୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । କେନ୍ଦ୍ରର ବିଜେପି ସରକାର ର 9 ବର୍ଷ ପୂର୍ତ୍ତି ଉପଲକ୍ଷେ ମହା ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରୁଛି ବିଜେପି। ମୋଦି ସରକାରଙ୍କ ସଫଳତା, ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ନେଇ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ଏହା ପରେ କଳାହାଣ୍ଡିର ବିଶିଷ୍ଟ ବ୍ୟକ୍ତି ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ।

ସୂଚନାଯୋଗ୍ୟ କେନ୍ଦ୍ରରେ ମୋଦି ସରକାର ର 9 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ପକ୍ଷରୁ ମହାଜନ ସମ୍ପର୍କ ସମାବେଶ ଦେଶବ୍ୟାପୀ ଆୟୋଜନ ହେଉଛି । ସାରା ଦେଶରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମୋଦି ସରକାର ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାର ସଫଳତା ଜନସାଧାରଣ ଙ୍କ ପାଖରେ ପହଞ୍ଚାଉଛି ଦଳ । ନଡ୍ଡାଙ୍କ ଗସ୍ତ ବ୍ୟତୀତ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ମଧ୍ୟ ଚୂଡାନ୍ତ ହୋଇଥିଲା । ଗତ 17 ତାରିଖରେ ଶାହ ଢେଙ୍କାନାଳ ଗସ୍ତରେ ଆସିଥାନ୍ତେ । କିନ୍ତୁ ଗୁଜୁରାଟ ଉପକୂଳରେ ବାତ୍ୟା ବିପର୍ଯ୍ୟୟ ତାଣ୍ଡବ ରଚିବା ପରେ ଶାହଙ୍କ ଢେଙ୍କାନାଳ ଗସ୍ତ ବାତିଲ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details