ଓଡିଶା

odisha

By

Published : Sep 24, 2019, 6:38 AM IST

ETV Bharat / state

ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଜନଶୁଣାଣି

ଖୋର୍ଦ୍ଧା ବୋଲଗଡ ବ୍ଳକ ପରିସରରେ ଚାଲିଥିବା ଜିଲ୍ଲାପାଳଙ୍କ ଜନଶୁଣାଣିରେ ଦେଖିବାକୁ ମିଳିଥିଲା ବ୍ୟକ୍ତିକ୍ରମ । ଫଳରେ ଆଖପାଖ ଅଞ୍ଚଳରୁ ଅଭିଯୋଗ ଆଣି ଆସିଥିବା ଜନସାଧାରଣ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଲୋକମାନଙ୍କ ନିକଟତର ହେବା ପାଇଁ କିଛି ଦିନ ପୂର୍ବେ ରାଜ୍ୟସରକାର ଆରମ୍ଭ କରିଥିଲେ ଏକ ମହତ୍ବକାଂକ୍ଷୀ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଜନଶୁଣାଣି । ସପ୍ତାହର ପ୍ରତ୍ୟକ ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବ ପ୍ରଶାସନ । କିନ୍ତୁ ଆଜି ଖୋର୍ଦ୍ଧା ବୋଲଗଡ ବ୍ଳକ ପରିସରରେ ଚାଲିଥିବା ଜିଲ୍ଲାପାଳଙ୍କ ଜନଶୁଣାଣିରେ ଦେଖିବାକୁ ମିଳିଥିଲା ବ୍ୟକ୍ତିକ୍ରମ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋଦ ଜିଲ୍ଲାପାଳ ଏହି ଶିବିରରେ ଅନୁପସ୍ଥିତ ରହିଥିଲେ । ଫଳରେ ଆଖପାଖ ଅଞ୍ଚଳରୁ ଅଭିଯୋଗ ଆଣି ଆସିଥିବା ଜନସାଧାରଣ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଶିବିରକୁ ମୋଟ ୧୩୫ଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତିଗତ ୧୩୨ଟି ଓ ସାମୁହିକ ୩ ଅଭିଯୋଗ ରହିଥିଲା । ସେଥିମଧ୍ୟରୁ ୮ଜଣ ରେଡକ୍ରସ ଓ ୪ଜଣଙ୍କୁ ଭିନ୍ନକ୍ଷମଙ୍କୁ ଭତ୍ତା ସହାୟତା ପ୍ରଦାନ କରାଯାଇଥିଲା ।

ଏହି ଜନଶୁଣାଣିରେ ଜିଲ୍ଲାପାଳ ଅନୁପସ୍ଥିତ ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ଅଜେୟ ପ୍ରତାପ ସ୍ଵାଇଁ, ଜିଲ୍ଲାସ୍ବାସ୍ଥ୍ୟ ଅଧିକାରୀ ବିଜୟ କୁମାର ମହାପାତ୍ର, ବୋଲଗଡ ବିଡ଼ିଓ ମଧୁସୂଦନ ବେହେରା ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ସାଧାରଣ ଜନତା କିପରି ନିଜ ହାତପାହାନ୍ତାରେ ନ୍ୟାୟ ପାଇବେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଥିବା ବେଳେ କିନ୍ତୁ ଏହି ଯୋଜନା ଯେପରି ପଥଭ୍ରଷ୍ଟ ହୋଇଥିବା ମନେ ହେଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details