ଓଡିଶା

odisha

ETV Bharat / state

ବାଣବିକ୍ରିରେ କଟକଣା, ଜିଲାପାଳଙ୍କୁ ଦାବିପତ୍ର ଦେଲା ଜଟଣୀ ବ୍ୟବସାୟୀ ସଙ୍ଘ - ବାଣ ବ୍ୟବସାୟୀ

ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଆଲୋକର ପର୍ବ ଦୀପାବଳୀରେ ବାଣ ବ୍ୟବସାୟ କରିବା ପାଇଁ ବାଣ ବ୍ୟବସାୟୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

By

Published : Oct 1, 2019, 5:10 PM IST

Updated : Oct 1, 2019, 5:28 PM IST

ଖୋର୍ଦ୍ଧା : ଆଲୋକର ପର୍ବ ଦୀପାବଳୀରେ ବାଣ ବ୍ୟବସାୟ କରିବା ପାଇଁ ବ୍ୟବସାୟୀ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ । ଜଟଣୀ ବାଣ ବ୍ୟବସାୟୀ ସଂଘର ସଦସ୍ୟମାନେ ପ୍ରତି ବର୍ଷଭଳି ଜଟଣୀ ଷ୍ଟାଡିୟମରେ ବାଣ ବ୍ୟବସାୟ କରିବା ଅନୁମତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା

ଓଡ଼ିଶାରେ ବାଣ ବ୍ୟବସାୟ ପାଇଁ ଜଟଣୀ ସହର ବେଶ ପ୍ରସିଦ୍ଧ ଲାଭ କରିଛି । ଜଟଣୀର ପ୍ରାୟ 80ଜଣ ଖୁଚୁରା ବାଣ ବ୍ୟବସାୟୀ ବିଗତ ପାଞ୍ଚ ବର୍ଷ ଧରି ଜଟଣୀ ଷ୍ଟାଡିୟମରେ ବାଣ ବ୍ୟବସାୟ କରିଆସୁଛନ୍ତି। ଦୀପାବଳୀ ପର୍ବରେ ବାଣ ନେବାପାଇଁ ଏଠାକୁ ଭୁବନେଶ୍ବର, ପୁରୀ,ନୟାଗଡ଼ ,ଖୋର୍ଦ୍ଧା ଆଦି ଅଞ୍ଚଳରୁ ଲୋକ ସୁଲଭ ମୂଲ୍ୟରେ ବାଣ ନେବାପାଇଁ ଆସିଥାନ୍ତି । ଚଳିତବର୍ଷ ଉକ୍ତ ଷ୍ଟାଡିୟମରେ ବାଣ ବ୍ୟବସାୟ ପାଇଁ ପ୍ରଶାସନର କଟକଣା ଥିବା ବ୍ୟବସାୟୀ ମାନେ ଜାଣିବାକୁ ପାଇଛନ୍ତି । ଜଟଣୀ ଷ୍ଟାଡିୟମରେ ସେମାନଙ୍କୁ ବ୍ୟବସାୟ କରିବାକୁ ଅନୁମତି ଦେବା ଦାବିରେ ପ୍ରାୟ 80ଜଣ ବାଣ ବ୍ୟବସାୟୀ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Last Updated : Oct 1, 2019, 5:28 PM IST

ABOUT THE AUTHOR

...view details