ଓଡିଶା

odisha

ETV Bharat / state

ଲିଙ୍ଗରାଜ ମନ୍ଦିରରେ ଜାଗର ପ୍ରସ୍ତୁତି

ଶିବ ଦର୍ଶନ କରିବା ପାଇଁ ଶୈବପୀଠ ଆଗରେ ମଧ୍ୟରାତ୍ରରୁ ଧାଡି ଲଗାଇଛନ୍ତି ଶ୍ରଦ୍ଧାଳୁମାନେ । ସେହିପରି ଭୁବନେଶ୍ବର ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଭକ୍ତମାନେ ଦୂରଦୂରାନ୍ତରୁ ଆସିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦତା,ଖୋର୍ଦ୍ଧା

By

Published : Mar 4, 2019, 3:45 PM IST


ଭୁବନେଶ୍ବର: ଆଜି ପବିତ୍ର ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କ ଆରାଧନା ଲାଗି ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି । ଶିବ ଦର୍ଶନ କରିବା ପାଇଁ ଶୈବପୀଠ ଆଗରେ ମଧ୍ୟରାତ୍ରରୁ ଧାଡି ଲଗାଇଛନ୍ତି ଶ୍ରଦ୍ଧାଳୁମାନେ । ସେହିପରି ଭୁବନେଶ୍ବର ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଭକ୍ତମାନେ ଦୂରଦୂରାନ୍ତରୁ ଆସିଛନ୍ତି । ଲିଙ୍ଗରାଜଙ୍କର ନୀତିକାନ୍ତି ଅନୁସାରେ ବିଧିବଦ୍ଧ ଭାବେ ଚାଲିଛି ପୂଜାର୍ଚ୍ଚନା ।

ଭିଡିଓ ସୌଜନ୍ୟ:ସମ୍ବାଦଦତା,ଖୋର୍ଦ୍ଧା

ଲିଙ୍ଗରାଜଙ୍କର ଦର୍ଶନ ପାଇଁ ମଧ୍ୟରାତ୍ରିରୁ ଜମିଛି ଭକ୍ତଙ୍କ ଭିଡ । ଜାଗର ଓଷା କରିଥିବା ଶ୍ରଦ୍ଧାଳୁମାନେ ଦୀପ ଧୂପ ସହ ମନ୍ଦିର ବେଢ଼ାର ଚତୁପାର୍ଶ୍ବରେ ବସିଥିବା ଦେଖିବାକୁ ମିଳିଛି । ମହାଦ୍ବୀପ ଉଠିବା ପରେ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ବୋଲି ଚାହିଁ ବସିଛନ୍ତି ଭକ୍ତମାନେ ।

ସେପଟେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମସ୍ତ ପ୍ରକାରର ସୁବିଧା ରହିଛି ଭକ୍ତମାନଙ୍କ ପାଇଁ । ପିଇବା ପାଣିଠାରୁ ଆରମ୍ଭ କରି ଖରାରେ ଠିଆ ହୋଇଥିବ ଭକ୍ତମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେ ନେଇ ମଧ୍ୟ ବିଶେଷ ଧ୍ୟାନ ରଖାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ନ୍ୟୁଜ

For All Latest Updates

ABOUT THE AUTHOR

...view details