ଓଡିଶା

odisha

By

Published : Apr 18, 2023, 10:25 PM IST

ETV Bharat / state

File Missing: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଲା ଆଇନ ବିଭାଗ !

ଆଇନ ବିଭାଗ ପକ୍ଷରୁ ଚିଠିରେ କୁହାଯାଇଛି ଯେ, ଏକ ମାମଲା ନେଇ ହାଇକୋର୍ଟରେ ଜବାବ ଦାଖଲ କରିବା ଆବଶ୍ୟକ ଅଛି । ତେଣୁ ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଉଦ୍ୟମ କରାଯାଉ। । ଫାଇଲ ଯଦି ନମିଳୁଛି, ତା’ହେଲେ ତୁରନ୍ତ ଜଣାଇବାକୁ ଅନୁରୋଧ କରାଯାଇଛି । ଅଧିକ ପଢନ୍ତୁ

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଲା ଆଇନ ବିଭାଗ !
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଲା ଆଇନ ବିଭାଗ !

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଲା ଆଇନ ବିଭାଗ !

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଇଛି ରାଜ୍ୟ ଆଇନ ବିଭାଗ । ରାଜ୍ୟ ସରକାରଙ୍କ ଆଇନ ବିଭାଗ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଇଛି। ବହୁ ଖୋଜାଖୋଜି ପରେ ମଧ୍ୟ ଆଇନ ବିଭାଗ ଏହି ଫାଇଲ ପାଇପାରୁ ନାହିଁ। ଫଳରେ ଏହି ଦୁଇଟି ଫାଇଲକୁ ଖୋଜି ବାହାର କରିବା ପାଇଁ ଚିଠି ଲେଖିଛନ୍ତି ଆଇନ ବିଭାଗର ଉପସଚିବ ଅଂଶୁମାନ ମହାନ୍ତି । ବିଭାଗର ଚିଠି ପରେ ଏହି ଘଟଣା ସାମନାକୁ ଆସିଛି । ଯାହାକୁ ନେଇ ବିଭିନ୍ନ ମହଲରେ ଏବେ ଉଦବେଗ ପ୍ରକାଶ ପାଇଛି । କିଭଳି କେଉଁ ସ୍ଥିତିରେ ଶ୍ରୀମନ୍ଦିର ସହ ଜଡିତ ଫାଇଲକୁ ହଜାଇ ଦେଲା ଆଇନ ବିଭାଗ ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହା ସହ ମହାପ୍ରଭୁଙ୍କ ବିଭିନ୍ନ ସମ୍ପତ୍ତିର ସୁରକ୍ଷା ନେଇ ମଧ୍ୟ ଭକ୍ତ ମହଲରେ ଚିନ୍ତା ବଢିଛି । ଗୋଟିଏ ପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲ ହଜିବା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁନାହାଁନ୍ତି ।

ଏହାବି ପଢନ୍ତୁ- ଦାୟିତ୍ୱ ନେଲେ I & PR ନିର୍ଦ୍ଦେଶକ ସରୋଜ କୁମାର ସାମଲ

ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଜେଟିଏ)ର ଦୁଇଟି ଫାଇଲ (ଜେଟିଏ-୫୫/୨୦୦୬ ଓ ଜେଟିଏ-୦୬/୨୦୧୪)କୁ ରାଜ୍ୟ ଆଇନ ବିଭାଗ ବହୁ ଖୋଜାଖୋଜି କଲା ପରେ ମଧ୍ୟ ପାଇପାରୁ ନାହିଁ। ତେଣୁ ଆଇନ ବିଭାଗ ପକ୍ଷରୁ ହଜି ଯାଇଥିବା ଫାଇଲକୁ ଖୋଜିବାକୁ ଆଜି (୨୦୨୩ ଏପ୍ରିଲ ୧୮) ବିଭାଗର ସମସ୍ତ ଶାଖାକୁ ଚିଠି କରାଯାଇଛି।

ଆଇନ ବିଭାଗ ପକ୍ଷରୁ ଚିଠିରେ କୁହାଯାଇଛି ଯେ, ଏକ ମାମଲା ନେଇ ହାଇକୋର୍ଟରେ ଜବାବ ଦାଖଲ କରିବା ଆବଶ୍ୟକ ଅଛି । ତେଣୁ ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଉଦ୍ୟମ କରାଯାଉ। । ଫାଇଲ ଯଦି ନମିଳୁଛି, ତା’ହେଲେ ତୁରନ୍ତ ଜଣାଇବାକୁ ଅନୁରୋଧ କରାଯାଇଛି ।

ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଯାଇଛି । ଚାବି କେଉଁଠି ଅଛି । କେଉଁ ଅବସ୍ଥାରେ ଅଛି, ରତ୍ନଭଣ୍ଡାରର ସ୍ଥିତି କଣ ତାହା ଏବେ ସନ୍ଦେହରେ ରହିଛି । ଆଉ ସବୁ ସନ୍ଦେହର ମୂଳରେ ରହିଛନ୍ତି ରାଜ୍ୟ ସରକାର । ରତ୍ନଭଣ୍ଡାର ଚାବି ହଜିବା, ଚାବି ଖୋଜିବା ନେଇ କମିଶନ ଗଠନ ହେବା, କମିଶନଙ୍କ ରିପୋର୍ଟକୁ ଆଜି ପର୍ଯ୍ୟନ୍ତ ସାର୍ବଜନିନ ନକରିବା ପୁରା ଘଟଣା ସନ୍ଦେହରେ ରହିଛି । ଏପରି ସ୍ଥିତିରେ ପୁରୀର ସୌନ୍ଦର୍ଯ୍ୟ କରଣ ନାରେ ମଠ ମନ୍ଦିର ଭଙ୍ଗା ଗଢା ଚାଲିଛି । ଏପରି ସ୍ଥିତିରେ ଶ୍ରୀମନ୍ଦିର ପରମ୍ପରା ସହ ଜଡିତ ନିର୍ଦ୍ଦିଷ୍ଟ ଦୁଇଟି ଫାଇଲ ହଜିଯିବାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଭକ୍ତ ଓ ସାଧାରଣ ଜନତା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details