ଓଡିଶା

odisha

ETV Bharat / state

ଆଇଟି ରେଡ: ସାହୁ ବ୍ରଦର୍ସ ଆଣ୍ଡ କୋ ସହିତ ବିଜେଡି ନେତା ମନ୍ତ୍ରୀଙ୍କ ସମ୍ପର୍କ କଣ: ବିଜେପି - ମଦ ମାଫିଆ ସାହୁ ବ୍ରଦର୍ସ

ମଦ ବ୍ୟବସାୟୀଙ୍କ ପାଖରୁ 500 କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ନିର୍ବାଚନ ପରିଚାଳନା ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀଙ୍କ ପାଖରେ ବିଜେଡ଼ି ଟଙ୍କା ରଖିଥିଲା କି ? ବାର୍ଷିକ 120 କୋଟି ଟଙ୍କାର ବ୍ୟବସାୟ କରୁଥିବା ଜଣେ ମଦ ବେପାରୀ କେମିତି 500 କୋଟିରୁ ଅଧିକ ଟଙ୍କା ପାଖରେ ରଖି ପାରିଲା ବୋଲି ସିଧା ସଳଖ ଅଭିଯୋଗ ଆଣିଛି ବିଜେପି । ଅଧିକ ପଢନ୍ତୁ

ଆଇଟି ରେଡ: ସାହୁ ବ୍ରଦର୍ସ ଆଣ୍ଡ କୋ ସହିତ ବିଜେଡି ନେତା ମନ୍ତ୍ରୀଙ୍କ ସମ୍ପର୍କ କଣ: ବିଜେପି
ଆଇଟି ରେଡ: ସାହୁ ବ୍ରଦର୍ସ ଆଣ୍ଡ କୋ ସହିତ ବିଜେଡି ନେତା ମନ୍ତ୍ରୀଙ୍କ ସମ୍ପର୍କ କଣ: ବିଜେପି

By ETV Bharat Odisha Team

Published : Dec 8, 2023, 9:54 PM IST

ଆଇଟି ରେଡ: ସାହୁ ବ୍ରଦର୍ସ ଆଣ୍ଡ କୋ ସହିତ ବିଜେଡି ନେତା ମନ୍ତ୍ରୀଙ୍କ ସମ୍ପର୍କ କଣ: ବିଜେପି

ଭୁବନେଶ୍ବର: ମଦ ବ୍ୟବସାୟୀଙ୍କ ପାଖରୁ 500 କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ନିର୍ବାଚନ ପରିଚାଳନା ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀଙ୍କ ପାଖରେ ବିଜେଡ଼ି ଟଙ୍କା ରଖିଥିଲା କି ? ବାର୍ଷିକ 120 କୋଟି ଟଙ୍କାର ବ୍ୟବସାୟ କରୁଥିବା ଜଣେ ମଦ ବେପାରୀ କେମିତି 500 କୋଟିରୁ ଅଧିକ ଟଙ୍କା ପାଖରେ ରଖି ପାରିଲା ବୋଲି ସିଧା ସଳଖ ଅଭିଯୋଗ ଆଣିଛି ବିଜେପି । ଏହା ସହ ପୁରା ଘଟଣାରେ ବିଜେଡି ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛି ।

ଅଧିକ ପଢନ୍ତୁ- ବିରୋଧୀଙ୍କୁ ମୋଦିଙ୍କ କଟାକ୍ଷ; ‘ଯେତେ ଲୁଟିଛ, କଡାଗଣ୍ଡାରେ ଫେରାଇବ’

ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ‘‘ସାହୁ ବ୍ରଦର୍ସଙ୍କ ସହ ବୌଦ୍ଧ, ସୋନପୁର, ଟିଟଲାଗଡ, ରାୟଗଡ଼ାରୁ ଯେଉଁ ମାନେ ମନ୍ତ୍ରୀ ଅଛନ୍ତି ଏବଂ ବରଗଡ଼ର ପୂର୍ବତନ ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି । ମଦ ବ୍ୟବସାୟଙ୍କ ସହ ମନ୍ତ୍ରୀ ତଥା ଟିଟଲାଗଡ ବିଧାୟକ ଟୁକୁନି ସାହୁଙ୍କ ସମ୍ପର୍କ କଣ? ପଶ୍ଚିମ ଓଡ଼ିଶାର ମଦ ବ୍ୟବସାୟୀ ସାହୁ ବ୍ରଦର୍ସଙ୍କ ସହ ଉପକୂଳ ଓଡ଼ିଶାର ନେତା ମାନଙ୍କର ମଧ୍ୟ ସମ୍ପର୍କ ରହିଛି। ’’ ବିଜେପି ଅଭିଯୋଗ କରିଛି ପଶ୍ଚିମ ଓଡ଼ିଶା ମଦ ବ୍ୟବସାୟୀଙ୍କ ଠାରୁ ଆୟକର ବିଭାଗ ଶହ ଶହ କୋଟିରୁ ଅଧିକ ଟଙ୍କା ଜବତ କରିବା ଘଟଣା ସମଗ୍ର ରାଜ୍ୟ ଏବଂ ଦେଶରେ ହଇଚଇ ସୃଷ୍ଟି କରିଛି । ଅଣ ଓଡ଼ିଆ ବ୍ୟବସାୟୀ ମାନେ ଓଡ଼ିଶାକୁ ଆସି ଲୁଟ କରୁଛନ୍ତି । ଏତେ ଟଙ୍କା କାହାର ? କେଉଁଠୁ ଏବଂ କେମିତି ଆସିଲା ଏତେ ଟଙ୍କା? ଦଳୀୟ ଟଙ୍କା ଲାଗିଛି କି ନାହିଁ । ଆଗାମୀ ନିର୍ବାଚନ ପାଇଁ ପାଣ୍ଠି ଗଚ୍ଛିତ ରଖା ଯାଇଥିଲା କି ? ଏମିତି ଏକାଧିକ ପ୍ରଶ୍ନ ଉଠାଇଛି ବିଜେପି । ନିର୍ବାଚନ ସମୟରେ ବିଜେଡି ଅଜସ୍ର ଟଙ୍କା ଖର୍ଚ୍ଚ କରିବା ସହ ମଦର ବନ୍ୟା ସୃଷ୍ଟି କରେ । ମୁଖ୍ୟମନ୍ତ୍ରୀ ଯଦି ସ୍ବଚ୍ଛତା କଥା କହୁଛନ୍ତି, ତେବେ ଏହା ଜନ ବିରୋଧୀ କି ନୁହେଁ ବୋଲି ଦଳ ପ୍ରଶ୍ନ ଉଠାଇଛି । ଦଳ ଦାବି କରିଛି ପୁରା ଘଟଣାର ସିବିଆଇ ତଦନ୍ତ ହେଉ।

ଅନ୍ୟପଟେ ଓଡିଶାରେ କୋଟି କୋଟି କଳା ଟଙ୍କା ଜବତ ହେବା ଘଟଣା ଏବେ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି। ଆୟକର ବିଭାଗର ଏହି ବଡ ଧରଣର ରେଡକୁ ନେଇ ଏବେ ସାରା ଦେଶରେ ଆରୋପ ପ୍ରତ୍ୟାରୋ ଲାଗି ରହିଛି । କେନ୍ଦ୍ରୀଯ ବିଜେପି ଆଜି ପ୍ରେସମିଟ କରି ସିଧା ସଳଖ କଂଗ୍ରେସକୁ ଆଟାକ କରିଥିବା ବେଳେ, ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସିଧା ଆକ୍ରମଣ କରି କହିଛନ୍ତି ଯେତେ ଲୁଟିଛ କଡାଗଣ୍ଡାରେ ଫେରାଇ ଏହା ମୋଦି ଗ୍ୟାରେଣ୍ଟି ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details