ଖୋର୍ଦ୍ଧା: ଚାଷ କାର୍ଯ୍ୟରେ ଆସୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଉଠା ଜଳସେଚନ ପ୍ରକଳ୍ପ । ମରୁଡିର ସମ୍ମୁଖୀନ ହେଉଛନ୍ତି ଚାଷୀ । ବାରମ୍ବାର ଖୋର୍ଦ୍ଧା ଏବଂ ବେଗୁନିଆ ବିଦ୍ୟୁତ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି ଚାଷୀ ।
ଚାଷୀଙ୍କ କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପ୍ରକଳ୍ପ କେବଳ ଫଳକରେ ସୀମିତ ରହିଥିବା ବେଳେ ସେପଟେ ଚାଷ ଜମି ଫାଟିଆଁ କରିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଆରିକମା ଗ୍ରାମରେ । ଗ୍ରାମରେ ବିଜୁ କୃଷକ ବିକାଶ ଯୋଜନାରେ ଚାଷ ଜମିକୁ ପାଣି ଯୋଗାଇଦେବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରି ପ୍ରକଳ୍ପ ହୋଇଥିଲେ ମଧ୍ୟ ତାହା ଏବେ ଦେଖାଦେଇଥିବା ମରୁଡି ସମୟରେ କାମରେ ଆସୁନି । ସରକାରୀ କଳର ମନମୁଖୀ କାର୍ଯ୍ୟ ପାଇଁ ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।