ଓଡିଶା

odisha

By ETV Bharat Odisha Team

Published : Sep 14, 2023, 10:07 AM IST

ETV Bharat / state

ଯାତ୍ରା ପାର୍ଟି ଆଙ୍କରରୁ ଲେଡି ବ୍ଲାକମେଲର, ଇରାନୀ ପାତ୍ର ଗ୍ୟାଙ୍ଗର ଖୋଲୁଛି ଗୁମର

ଖୋଲୁଛି ଇରାନୀ ପାତ୍ରର କଳା ସାମ୍ରାଜ୍ୟର ଗୁମର । ଟଙ୍କା ନିଶାରେ ଯାତ୍ରା ପାର୍ଟି ଆଙ୍କରରୁ ବ୍ଲାକମେଲର ପାଲଟିଥିଲେ ଇରାନୀ ପାତ୍ର । ଅଧିକ ପଢନ୍ତୁ

Lady Blackmailer Irani Patra
Lady Blackmailer Irani Patra

Lady Blackmailer Irani Patra

ଭୁବନେଶ୍ବର:ଡାକ୍ତରଙ୍କୁ ବ୍ଲାକମେଲିଂ କରି ଗିରଫ ହେବା ପରେ ଧିରେ ଖୋଲୁଛି ଇରାନୀ ପାତ୍ରଙ୍କ ଗୁମର । ଅର୍ଚ୍ଚନା ନାଗ ଯେମିତି ଇରାନୀ ପାତ୍ର ସେମିତି । ସେ ପାର୍ଲରବାଲିରୁ ବନିଥିଲେ ଲେଡି ବ୍ଲାକମେଲର ଆଉ ଇରାନୀ ଯାତ୍ରା ପାର୍ଟିର ଆଙ୍କରରୁ ବନିଛନ୍ତି ବ୍ଲାକମେଲର । ତଦନ୍ତ ସମୟରେ ଏପରି ତଥ୍ୟ ଜାଣିବାକୁ ପାଇଛି ପୋଲିସ । ଲେଡି ବ୍ଲାକମେଲର ଇରାନୀ ପାତ୍ର ଓ ତାର ସ୍ବାମୀ ସହ ୨ ସହଯୋଗୀ ଗିରଫ ହେବା ପରେ ପୋଲିସ ସେମାନଙ୍କର ଘରକୁ ଯାଇ ତଦନ୍ତ ଆରମ୍ଭ କରିଛି ।

ଇରାନୀ ଆଙ୍କରରୁ କେମିତି ବନିଲେ ବ୍ଲାକମେଲର: ପାଞ୍ଚ ବର୍ଷ ପୂର୍ବେ ଏକ ଯାତ୍ରା ପାର୍ଟିର ଆଙ୍କର ଭାବେ କାମ କରିବାକୁ ଭୁବନେଶ୍ୱର ଆସିଥିଲେ ଇରାନୀ । ପରେ ବିଭିନ୍ନ ସମୟରେ ଯାତ୍ରା ପାର୍ଟିରେ କାମ କରୁଥିବା ବେଳେ ତମାଣ୍ଡୋ ନାରଗଦାର ବାପିଙ୍କ ସହ ଭେଟ ହୋଇଥିଲା । ସେବେ ଠୁ ସେ ଭୁବନେଶ୍ୱରରେ ରହି ଆସୁଥିବା ବେଳେ ଧିରେ ଧିରେ ନିଜର କଥା କହିବାର ଶୈଳୀରେ ଯାତ୍ରା କମିଟି ମେମ୍ବର ମାନଙ୍କୁ ଫସାଉଥିଲେ । ଲକ୍ଷ୍ୟ ଥିଲା ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କୁ ପଟାଇ ବ୍ଲାକମେଲ କରିବା ଓ ତାପରେ ଟଙ୍କା ହାତେଇବା । ନିଜ ଲକ୍ଷ୍ୟ ପୂରଣ ପାଇଁ ଜାଲ ବିଛାଇବା ଆରମ୍ଭ କରିଥିଲେ ଇରାନୀ । ସେ କେତେବେଳେ କାହା ପାଇଁ ଧରମ ଭଉଣୀ ପାଲଟିଯାଉଥିଲେ ତ ପୁଣି କାହା ସହ ବନ୍ଧୁତା କରି ଭାବ ବଢ଼ାଉଥିଲେ । ପରେ ଜଣଙ୍କ ପରେ ଜଣଙ୍କୁ ଘରକୁ ସାହାଯ୍ୟ କରିବାକୁ ଘରକୁ ଡାକୁଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଉ ଜଣେ ଅର୍ଚ୍ଚନା ନାଗ ! ସମ୍ଭ୍ରାନ୍ତ ଘରର ଲୋକଙ୍କୁ ଫସାଉଥିଲେ, ଇରାନି ଗ୍ୟାଙ୍ଗକୁ କରୁଥିଲେ ଅପରେଟ

ଘରେ କେହି ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଇରାନୀଙ୍କ ସ୍ବାମୀ ତାଙ୍କୁ ଘରେ ବନ୍ଦ କରି ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିଲେ । ଅଧିକରୁ ଅଧିକ ଟଙ୍କା ରୋଜଗାର ପାଇଁ ସେ ସୋସିଆଲ ମିଡିଆର ସାହାରା ନେଇଥିଲେ । ଧନୀ ଲୋକଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା ସ୍ଥାପନ କରି ଧିରେ ଧିରେ ନିଜର ସାମ୍ରାଜ୍ୟ ବଢାଇ ଚାଲିଥିଲା । ଏପରି ଢଙ୍ଗରେ ଧିରେ ଧିରେ ସେ ବଡବଡ ଶିକ୍ଷାନୁଷ୍ଠାନର ଛାତ୍ର ଓ ବ୍ୟବସାୟୀଙ୍କୁ ଘରକୁ ଡକାଇ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା । ଯାଜପୁର ଜଣେ ଡାକ୍ତରକୁ ବନ୍ଧକ ରଖି ୧୦ ଲକ୍ଷ ଦାଦାବଟି ମାମଲାରେ ଏହି ଲେଡି ବ୍ଲାକମେଲର ଇରାନୀ ପାତ୍ରକୁ ଗିରଫ କରିଛି କମିଶନରେଟ ପୋଲିସ ।

ଇରାନୀଙ୍କ ବିରୋଧରେ ଆହୁରି ଦୁଇ ଜଣ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତକୁ ଆହୁରି ଜୋରଦାର କରିଛି । ଆଗକୁ ଲେଡି ବ୍ଲାକମେଲରଙ୍କ ବିଷୟରେ ଆହୁରି ତଥ୍ୟ ସାମ୍ନାକୁ ଆସିବ । ଇରାନୀ ପାତ୍ରର ଆର୍ଥିକ କାରବାର ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ଏପରିକି ଯେଉଁ ଘରେ ସେ ଏପରି ଯୋଜନା କରୁଥିଲେ ପୋଲିସ ସେଠି ଲୋକଙ୍କକୁ ପଚରାଉଚରା ସହ କିଛି ତଥ୍ୟ ଯୋଗାଡ କରିଛି । ଇରାନୀ ଆଉ କିଛି ଲୋକଙ୍କୁ ଫସାଇବାକୁ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଛି । ଆବଶ୍ୟକ ପଡିଲେ ଇରାନୀଙ୍କୁ ରିମାଣ୍ଡରେ ନିଆଯିବ ବୋଲି ଏସିପି ପ୍ରଦୀପ କୁମାର ରାଉତ ସୂଚନା ଦେଇଛନ୍ତି । ତମାଣ୍ଡୋ ଥାନା ଧିରେ ଧିରେ ଲେଡି ବ୍ଲାକମେଲର ଇରାନି ପାତ୍ରର ଗୁମର ଫିଟାଇବାକୁ ଚେଷ୍ଟା ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details