ଓଡିଶା

odisha

By

Published : Jun 5, 2023, 10:23 PM IST

ETV Bharat / state

Odisha Train Mishap: ମୃତଦେହ ଚିହ୍ନଟ ପାଇଁ ରେଳବାଇର ଅପିଲ୍, ୱେବସାଇଟ ଲିଙ୍କ୍ ଜାରି

ଭାରତୀୟ ରେଳବାଇ ଓ ଓଡିଶା ସରକାରଙ୍କ ପକ୍ଷରୁ ଏକାଧିକ ୱେବସାଇଟର ଲିଙ୍କ ଜାରି କରାଯାଇଛି। ଏଥିରେ ରେଳ ଦୁର୍ଘଟଣାରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ସମ୍ପର୍କରେ ଉପଲବ୍ଧ ତଥ୍ୟ ଦିଆଯିବା ସହିତ ଯୋଗାଯୋଗ କରିବା ପାଇଁ ଟେଲିଫୋନ (ଟୋଲ ଫ୍ରି) ନମ୍ବର ଦିଆଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ବାଲେଶ୍ବର ବାହାନଗା ଠାରେ ଘଟିଥିବା ଦୁର୍ଭାଗ୍ୟଜନକ ରେଳ ଦୁର୍ଘଟଣାରେ ମୃତାହତ ସମ୍ପର୍କୀୟଙ୍କ ପାଇଁ ରେଳବାଇ ଓ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ପାଇନଥିବା ପରିବାର ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଓଡିଶା ସରକାରଙ୍କ ସହଯୋଗରେ ଭାରତୀୟ ରେଳବାଇ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।

ମୃତାହତଙ୍କ ସମ୍ପର୍କୀୟମାନଙ୍କ ସହିତ ଯୋଗାଯୋଗ କରିବା ଲାଗି ରେଳବାଇ ନିରନ୍ତର ଚେଷ୍ଟା କରୁଛି। ଏହି ଦୁର୍ଭାଗ୍ୟଜନକ ରେଳ ଦୁର୍ଘଟଣାରେ ମୃତାହତ ଯାତ୍ରୀଙ୍କ ପରିବାରବର୍ଗ, ସମ୍ପର୍କୀୟ, ବନ୍ଧୁ ଓ ମାନେ ଓଡିଶା ସରକାର ଓ ରେଳବାଇ ଜାରି କରିଥିବା ବିଭିନ୍ନ ଲିଙ୍କକୁ ଯାଇ ମୃତକ ଓ ଆହତ ଯାତ୍ରୀଙ୍କ ଫଟୋ ଦେଖିପାରିବେ ।

ଏହାବି ପଢନ୍ତୁ- Interlocking System: ଇଣ୍ଟରଲକିଂ ସିଷ୍ଟମ କଣ ? ଟ୍ରେନ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ

ଏନେଇ ରେଳବାଇ ଓ ଓଡିଶା ସରକାରଙ୍କ ପକ୍ଷରୁ ଏକାଧିକ ୱେବସାଇଟର ଲିଙ୍କ ଜାରି କରାଯାଇଛି। ଏଥିରେ ରେଳ ଦୁର୍ଘଟଣାରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ସମ୍ପର୍କରେ ଉପଲବ୍ଧ ତଥ୍ୟ ଦିଆଯିବା ସହିତ ଯୋଗାଯୋଗ କରିବା ପାଇଁ ଟେଲିଫୋନ (ଟୋଲ ଫ୍ରି) ନମ୍ବର ଦିଆଯାଇଛି ।

ଦୁଃଖଦାୟକ ରେଳ ଦୁର୍ଘଟଣାରେ ମୃତକଙ୍କ ଫଟୋର ଲିଙ୍କ ହେଉଛି :

https://srcodisha.nic.in/Photos%20Of%20Deceased%20with%20Disclaimer.pdf

ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ତାଲିକା ଲିଙ୍କ:

https://www.bmc.gov.in/train-accident/download/Lists-of-Passengers-Undergoing-Treatment-in-Different-Hospitals_040620230830.pdf

କଟକ ଏସସିବିରେ ଚିକିତ୍ସିତ ହେଉଥିବା ଅପରିଚିତ ବ୍ୟକ୍ତିଙ୍କ ଲିଙ୍କ:

https://www.bmc.gov.in/train-accident/download/Un-identified-person-under-treatment-at-SCB-Cuttack.pdf

ଏହି ରେଳ ଦୁର୍ଘଟଣାରେ ପୀଡିତ ଯାତ୍ରୀମାନଙ୍କ ପରିବାରବର୍ଗ/ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରିବା ଲାଗି ରେଳବାଇର ହେଲ୍ପଲାଇନ ନମ୍ବର 139 ଚବିଶ ଘଣ୍ଟା କାମ କରୁଛି । ବରିଷ୍ଠ ରେଳ ଅଧିକାରୀମାନେ ଉପସ୍ଥିତ ରହି 139 ନମ୍ବର ଜରିଆରେ ଆହତ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଯୋଗାଇ ଦେଉଛନ୍ତି । ଏତତ ବ୍ୟତୀତ ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ହେଲ୍ପଲାଇନ ନମ୍ବର 18003450061/1929 ମଧ୍ୟ 24 ଘଣ୍ଟିଆ କାର୍ଯ୍ୟ କରୁଛି । ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କ ଦ୍ବାରା ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଯେଉଁଠି ଯୋଗାଯୋଗ କରୁଥିବା ଲୋକମାନଙ୍କୁ ସେମାନଙ୍କର ସମ୍ପର୍କୀୟଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକତା ଅନୁଯାୟୀ,ଡାକ୍ତରଖାନା କିମ୍ବା ଶବାଗାରକୁ ପଠାଇବା ନିମନ୍ତେ ଗାଡି ବ୍ୟବସ୍ଥା କରାଯାଇଛି । ଏହି ସୁବିଧା ପାଇଁ ମଧ୍ୟ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି ।

ଏହାବି ପଢନ୍ତୁ- Odisha Train Tragedy: ‘ନିଖୋଜ ବ୍ୟକ୍ତିଙ୍କୁ ନିଜ ପରିବାରକୁ ହସ୍ତାନ୍ତର ନକରିବା ଯାଏଁ ଆମ ଦାୟିତ୍ବ ସରିନି’

ସୂଚନାଯୋଗ୍ୟଯେ ବାଲେଶ୍ବର ବାହାନଗା ଠାରେ ଟ୍ରେନ ଦୁର୍ଘଟଣାରେ 275 ଲୋକଙ୍କ ଜୀବନ ଯିବା ସହ ଶତାଧିକ ଲୋକ ଆହତ ହୋଇଛନ୍ତି । ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ, ଘଟଣାକୁ ନେଇ ଚର୍ଚା ଆଲୋଚନା ଚାଲିଛି । ଦୁର୍ଘଟଣାର ସବିଆଇ ତଦନ୍ତ ପାଇଁ ରେଳବୋର୍ଡ ସୁପାରିଶ କରିଛି । ଗତକାଲି ବିଳମ୍ବିତ ରାତିରେ କ୍ଷତିଗ୍ରସ୍ତ ଟ୍ରାକର ସମ୍ପୂର୍ଣ୍ଣ ମରାମତି କାମ ଶେଷ ହେବା ପରେ ଆଜି ଠାରୁ ରେଳ ଚଳାଚଳା ସ୍ବାଭାବିକ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details