ଓଡିଶା

odisha

G-20: ୨୦୪୭ ବେଳକୁ ଭାରତ ସଶକ୍ତ ହେବାକୁ ଯାଉଛି କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ

ଭୁବନେଶ୍ବରରେ ଆୟୋଜିତ ଜି-୨୦ ସମ୍ମିଳନୀରେ ସାମିଲ ହୋଇଛନ୍ତି ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ୨୦୪୭ ମସିହା ବେଳକୁ ଭାରତ ଯେତେବେଳେ ସ୍ବାଧୀନତାର ୧୦୦ ବର୍ଷ ପାଳନ କରୁଥିବା ବେଳେ ଆମ ଦେଶ ସଶକ୍ତ ହୋଇସାରିଥିବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

By

Published : Apr 24, 2023, 5:10 PM IST

Published : Apr 24, 2023, 5:10 PM IST

Updated : Apr 24, 2023, 5:36 PM IST

Etv Bharat
Etv Bharat

G-20: ୨୦୪୭ ବେଳକୁ ଭାରତ ସଶକ୍ତ ହେବାକୁ ଯାଉଛି କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ

ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରରେ ଆୟୋଜିତ G-20 ସମ୍ମିଳନୀର ଦ୍ବିତୀୟ ଦିନରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଭାରତ ଭବିଷ୍ୟତ ସଶକ୍ତ ହେବାକୁ ଯାଉଛି । ଆଗାମୀ ଦିନରେ ଟେକ୍ନୋଲୋଜି ଆହୁରି ଆଗକୁ ଯିବ। ଭାରତ ସରକାରଙ୍କ ଦ୍ବାରା କରାଯାଉଥିବା ଏହି ପ୍ରଦର୍ଶନୀ ବେଶ ଉଚ୍ଚକୋଟୀର । ଛାତ୍ରଛାତ୍ରୀ ତଥା ଦେଶର ଭବିଷ୍ୟତ ଯୁବପୀଢ଼ି, ଶିକ୍ଷାନୁଷ୍ଠାନ ଟେକ୍ନୋଲୋଜି କ୍ଷେତ୍ରରେ କେମିତି ଆଗକୁ ବଢିବ ତା ଉପରେ ସବୁଠି ସବିଶେଷ ଆଲୋଚନା କରାଯାଉଛି। ୨୦୪୭ ବେଳକୁ ଭାରତ ସଶକ୍ତ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

ଭାରତ ଆଜି ଗ୍ଲୋବାଲ ଇକୋନମିରେ ଯେଭଳି ଭାବେ ପଞ୍ଚମ ସ୍ଥାନରେ ରହିଛି। ଖୁବଶୀଘ୍ର ଗ୍ଲୋବାଲ ଇକୋନମିରେ ୩ୟ ସ୍ଥାନରେ ରହିବ। ଯାହାକୁ ନେଇ ଆଗକୁ ଭାରତ, ଆମେରିକା ଏବଂ ମଧ୍ୟରେ ପ୍ରତିଯୋଗିତା ହେବ। ଅର୍ଥନୀତି କ୍ଷେତ୍ରରେ କିଏ ହେବ ବିଶ୍ବର ଏକ ନମ୍ବର। ୨୦୪୭ ମସିହା ବେଳକୁ ଭାରତ ଯେତେବେଳେ ସ୍ବାଧୀନତାର ୧୦୦ ବର୍ଷ ପାଳନ କରୁଥିବ। ସେତେବେଳେ ଆମ ଦେଶର ଅର୍ଥନୀତି ୩୦ ଟ୍ରିଲିୟନ ହୋଇସାରିଥିବ। ଅର୍ଥନୀତି କ୍ଷେତ୍ରରେ ଭାରତ ସାରା ବିଶ୍ବରେ ପ୍ରଥମରୁ ତୃତୀୟ ସ୍ଥାନ ମଧ୍ୟରେ ରହିବ। ଏହାର ପ୍ରମୁଖ ଶକ୍ତି ହେବ ଦେଶର ଯୁବ ଶକ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହା ବି ପଢନ୍ତୁ- ଭୁବନେଶ୍ବରରେ ଆରମ୍ଭ ହେଲା G20 ସମ୍ମିଳନୀ, ଛାତ୍ରଛାତ୍ରୀଙ୍କୁ ଅଧିକ କୁଶଳୀ ଓ ଦକ୍ଷ କରିବା ଲକ୍ଷ

ଏହାସହ ଯୁବଶକ୍ତିଙ୍କ ଦକ୍ଷତା ଆଗାମୀ ଦିନରେ ଆମ କାର୍ଯ୍ୟକ୍ଷେତ୍ରରେ ପ୍ରଯୁକ୍ତିଵିଦ୍ୟାର ଉପଯୋଗ ୧୦୦ରୁ ୧୦୦ ପ୍ରତିଶତ ରହିବ। ନୂଆ ସୁଯୋଗ କ୍ଷେତ୍ରରେ ମଧ୍ୟ ପ୍ରଯୁକ୍ତି ବିଦ୍ୟା ସିଂହଭାଗ ଅବଦାନ ରହିବ ବୋଲି କହିଛନ୍ତି ଦକ୍ଷତା ବିକାଶ ରାଷ୍ଟ୍ରୀମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ଅନ୍ୟପଟେ ଏହା ଏକ ପାୱାରଫୁଲ ପ୍ରଦର୍ଶନୀ । ଭବିଷ୍ୟତ ଭାରତ ସଶକ୍ତ ହେବାକୁ ଯାଉଛି। ଆଗାମୀ ଦିନରେ ଟେକ୍ନୋଲୋଜି ଆହୁରି ଆଗକୁ ଯିବ। ଭାରତ ସରକାରଙ୍କ ଦ୍ବାରା ସାରା ଦେଶରେ ବହୁତ ଭଲ ପ୍ରଦର୍ଶନୀ କରାଯାଇଛି ବୋଲି କହିଛନ୍ତି ସେ ।

ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଟେକ୍ନୋଲୋଜି କ୍ଷେତ୍ରରେ କେମିତି ଆଗକୁ ବଢିବ ତା' ଉପରେ ସବୁଠି ସବିଶେଷ ଆଲୋଚନା କରାଯାଉଛି । ସୂଚନା ଥାଉ କି G20 କାର୍ଯ୍ୟକ୍ରମର ଆଜି ଦ୍ବିତୀୟ ଦିନ । ଆଜି ଦକ୍ଷତା ବିକାଶ ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ସାମିଲ ହେବା ସହ ଜିଲୁବ ଶକ୍ତି ଆଗକୁ ଭବିଷ୍ୟତରେ କିଭଳି ଭାବରେ ବଢ଼ିପାରିବେ ସେନେଇ ହୋଇଛି ଆଲୋଚନା । ଏହା ସହ ବିଭିନ୍ନ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ଟେକ୍ନୋଲୋଜି ପ୍ରଦର୍ଶନୀକୁ ସେ ବୁଲି ଦେଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 24, 2023, 5:36 PM IST

ABOUT THE AUTHOR

...view details