ଓଡିଶା

odisha

By

Published : Mar 9, 2021, 7:30 PM IST

ETV Bharat / state

9 ଦଫା ଦାବିରେ ବେଗୁନିଆ ବ୍ଲକ କାର୍ଯ୍ୟାଳୟ ଘେରିଲା ସିପିଆଇ

ନଅ ଦଫା ଦାବିରେ ବେଗୁନିଆ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି । ଅଧିକ ପଢନ୍ତୁ...

9 ଦଫା ଦାବିରେ ବେଗୁନିଆ ବ୍ଲକ କାର୍ଯ୍ୟାଳୟ ଘେରିଲା  ସିପିଆଇ
9 ଦଫା ଦାବିରେ ବେଗୁନିଆ ବ୍ଲକ କାର୍ଯ୍ୟାଳୟ ଘେରିଲା ସିପିଆଇ

ଖୋର୍ଦ୍ଧା: ନଅ ଦଫା ଦାବିରେ ବେଗୁନିଆ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି । ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ କମ୍ରେଡ଼ ବସନ୍ତ କୁମାର ପାଇକରାୟଙ୍କ ନେତୃତ୍ବରେ ବେଗୁନିଆ ପୋଷ୍ଟ ଅଫିସ ଛକଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲା ।

9 ଦଫା ଦାବିରେ ବେଗୁନିଆ ବ୍ଲକ କାର୍ଯ୍ୟାଳୟ ଘେରିଲା ସିପିଆଇ

କେନ୍ଦ୍ର ସରକାର ଆଣିଥିବା ତିନି କୃଷି ଆଇନକୁ ପ୍ରତ୍ୟାହାର, ସଅର ଜାତିକୁ ଆଦିବାସୀ ମାନ୍ୟତା, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, କୃଷି ଶ୍ରମିକଙ୍କୁ ମାସିକ 7500 ଟଙ୍କା ପ୍ରଦାନ, ପେଟ୍ରୋଲ ଡିଜେଲ ଦାମ କମ କରିବା ଆଦି ନଅ ଦଫା ଦାବି ନେଇ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details