ଓଡିଶା

odisha

ETV Bharat / state

ଟ୍ବିନିସିଟିରେ VIP ଓ VVIPଙ୍କ ସୁରକ୍ଷା ଚିନ୍ତା, କାର୍ଯ୍ୟକ୍ଷମ ହେଲା କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ - ଖୋଲିଲା କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ

କମିସନରେଟ ପୋଲିସର ସିକ୍ୟୁରିଟି ଡିଭିଜନ କାର୍ଯ୍ୟାଳୟର ଉଦଘାଟନ । ଟ୍ବିନସିଟିରେ ସୁରକ୍ଷା ବ୍ୟବସ୍ଥାକୁ ଶାଣିତ କରିବା ପାଇଁ ଏହି ସିକ୍ୟୁରିଟି ଡିଭିଜନ କାର୍ଯ୍ୟକ୍ଷମ ହୋଇଛି । ଅଧିକ ପଢ଼ନ୍ତୁ

inauguration of security division
ସିକ୍ୟୁରିଟି ଡିଭିଜନ କାର୍ଯ୍ୟାଳୟ ଉଦଘାଟନ

By

Published : Apr 17, 2023, 9:42 PM IST

ସିକ୍ୟୁରିଟି ଡିଭିଜନ କାର୍ଯ୍ୟାଳୟ ଉଦଘାଟନ

ଭୁବନେଶ୍ବର: ଭିଆଇପି ଓ ଭିଭିଆଇପିଙ୍କ ଗସ୍ତର ସୁରକ୍ଷାକୁ ଦୃଷ୍ଟିରେ ଦେଖି ରାଜଧାନୀରେ ଖୋଲିଲା ସିକ୍ୟୁରିଟି ଡିଭିଜନ । କମିସନରେଟ ପୋଲିସ ମୁଖ୍ୟାଳୟରେ ପୋଲିସ କମିଶନର ଏହି ସିକ୍ୟୁରିଟି ଡିଭିଜନ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ପୋଲିସ କମିଶନର ସହ ଟ୍ବିନିସିଟି ଡିସିପି ଉପସ୍ଥିତ ଥିଲେ । କମିଶନରେଟ ପୋଲିସର ଜଣେ କମାଣ୍ଡାଣ୍ଟଙ୍କ ନେତୃତ୍ବରେ ଡିଭିଜନ ପରିଚାଳିତ ହେବ ।

କମିଶନରେଟ ପୋଲିସର ଇଣ୍ଟେଲିଜେନସ ବ୍ୟୁରୋ ସହ ମିଳିତ ଭାବେ କାମ କରିବ ଏହି ସଂସ୍ଥା । ଟ୍ବିନସିଟିକୁ ଆସୁଥିବା ଭିଆଇପି ଏବଂ ଭିଭିଆଇପିଙ୍କ ଗସ୍ତ ବେଳେ କିଭଳି ସୁରକ୍ଷା ଦିଆଯିବ, ସ୍ଥାନ ପରିଦର୍ଶନ, ସେମାନଙ୍କ ଗନ୍ତବ୍ୟ ସ୍ଥଳଠୁ ରହଣି ସ୍ଥଳ ଓ କାର୍ଯକ୍ରମ ସ୍ଥଳ ପର୍ଯ୍ୟନ୍ତ ସମସ୍ତ ସୁରକ୍ଷା ଦାୟିତ୍ବ ତଦାରଖ କରିବ ସିକ୍ୟୁରିଟି ଡିଭିଜନ । କମିଶନରେଟ ପୋଲିସ ପାଖରେ ଥିବା ଗୋଟିଏ ବାଟାଲିୟନର କର୍ମଚାରୀ ସମେତ କାଉଣ୍ଟର ଟେରୋରିଷ୍ଟ ସ୍କ୍ବାଡ, ସ୍ପେଶାଲ ଟାକ୍ଟିକାଲ ୟୁନିଟ ପ୍ରମୁଖ ଉକ୍ତ ଡିଭିଜନ ନିର୍ଦ୍ଦେଶରେ ପରିଚାଳିତ ହେବେ । ଅର୍ଥାତ୍ ସହରରେ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିଲେ ବା ଆତଙ୍କି ହମଲା ହେଉ ବା ଆପତକାଳୀନ ସେବାରେ ପ୍ରାଥମିକ ଉଦ୍ଧାରକାରୀ ବା ସୁରକ୍ଷାଦାତା ଭାବେ ଏଠାରୁ ହିଁ ଫୋର୍ସ ମୁତୟନ ହେବେ । ଏନେଇ ସମସ୍ତ ପ୍ରକାରର ଦାୟିତ୍ବ ସିକ୍ୟୁରିଟି ଡିଭିଜନ ଦାୟିତ୍ବରେ ଦିଆଯିବ ।

ଏନେଇ ପୋଲିସ କମିଶନର କହିଛନ୍ତି, " ଆବଶ୍ୟକୀୟ ଭିତ୍ତିଭୂମି ବା ଅସ୍ତ୍ରଶସ୍ତ୍ର ରକ୍ଷଣାବେକ୍ଷଣ ମଧ୍ୟ ସିକ୍ୟୁରିଟି ଡିଭିଜନ ଦାୟିତ୍ୱରେ ରହିବ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ବାସଭବନ ଓ ଲୋକସେବା ଭବନର ସୁରକ୍ଷା ଦାୟିତ୍ବ ଠାରୁ ନେଇ ଓଡ଼ିଶା ବିଧାନସଭାର ସୁରକ୍ଷା ଦାୟିତ୍ବ ମଧ୍ୟ ଏହି ଡିଭିଜନ ଅଧିନରେ ରହିବ । ସହରରେ କୌଣସି ସମୟରେ ପ୍ରତିବାଦ, ବିକ୍ଷୋଭ ବା ବନ୍ଦ ପାଳନ ସମୟରେ ଏହିଠାରୁ ଫୋର୍ସ ମୁତୟନ ହେବେ ଏବଂ ଅଧିକାରୀ ଏହାର ପରିଚାଳନା କରିବେ । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଖେଳ ହେଉ ବା କୌଣସି ରାଜନୈତିକ ପାର୍ଟିର କାର୍ଯକ୍ରମରେ ସୁରକ୍ଷା ପାଇଁ ଆବଶ୍ୟକୀୟ ଫୋର୍ସ ଏମାନେ ଯୋଗାଇବେ । ସେହିପରି ଆଗକୁ ଜି୨୦ ସମ୍ମିଳନୀ ହେବାକୁ ଥିବାବେଳେ ସିକ୍ୟୁରିଟି ଡିଭିଜନ ସୁରକ୍ଷା ପାଇଁ ଆବଶ୍ୟକୀୟ ଫୋର୍ସ ପଠାଇବ ।"

ଏଥିପାଇଁ ଦାୟିତ୍ବରେ ଥିବା ଅଧିକାରୀ ନିଜ ଅଧୀନରେ ଥିବା ପିଏସଓ ବା ଫୋର୍ସ କର୍ମଚାରୀଙ୍କୁ ତାଲିମ ଦେବା ସହ ସେମାନଙ୍କର ଫିଟନେସ ଓ ମାନସିକ ଚାପ ଉପରେ ନଜର ରଖିବେ। ଯାହା ଦ୍ବାରା ଏକ ସୁସ୍ଥ ବାତାବରଣ ଭିତରେ ସହରରେ ଭିଆଇପି ଓ ଭିଭିଆଇପି ସୁରକ୍ଷା ପରିଚାଳନା ସୁରୁଖୁରୁରେ ହୋଇପାରିବ । କେବଳ ଟ୍ବିନିସିଟିର ଡିସିପିଙ୍କ ଆବଶ୍ୟକ ଅନୁଯାୟୀ ଏହି ଡିଭିଜନର ସହାୟତା ନେଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details