ଭୁବନେଶ୍ବର: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଛି ମେକ ଇନ ଓଡିଶା (Make In Odisha Conclave 2022) ଉଦଘାଟନୀ ସମାରୋହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patniak) କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।ଏହା ସହ ଏକ୍ସପୋ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ନୃତ୍ୟ ଓ ଗୀତ ଜରିଆରେ ରୂପାନ୍ତରିତ ଓଡିଶା ଚିତ୍ରକୁ ଅତିଥିଙ୍କ ଗହଣରେ ଉପଭୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ୨୦୩୬ ସୁଦ୍ଧା ବିକଶିତ ଓଡିଶାର ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି । କୃଷି ଓ ଦକ୍ଷତା ବିକାଶ ପରେ ଏବେ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି ସରକାର । ୫ ଦିନିଆ ମେଗା ବିଜନେସ ସମିଟରେ ଯୋଗ ଦେବା ପାଇଁ ଏବେ ସୁଦ୍ଧା ୧୧ ହଜାରରୁ ଅଧିକ ପଞ୍ଜୀକରଣ ହୋଇଛି । ମୋଟ ୩୮ଟି ଇଭେଣ୍ଟରେ ୧୨୪ ଜଣ ବକ୍ତା ଯୋଗଦେବେ । ପାରମ୍ପାରିକ ଶିଳ୍ପ ବ୍ୟତୀତ ନୂଆ ନୂଆ କ୍ଷେତ୍ରରେ ବଡ ନିବେଶ ପାଇଁ ଏଥର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।
ଏହାବି ପଢନ୍ତୁ- Make In Odisha Conclave Inauguration: ଲେଜର ଲାଇଟ ଶୋ ପ୍ରଦର୍ଶିତ
ମେଟାଲ, ମିନେରାଲ, ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ, ଫୁଡ୍ ପ୍ରସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଆଇଟି କ୍ଷେତ୍ରକୁ ଫୋକସ ଦିଆଯାଇଛି । ଆସନ୍ତାକାଲି ଦେଶ ବିଦେଶରୁ ଆସିଥିବା ଶିଳ୍ପ ମୁଖ୍ୟଙ୍କ ଗହଣରେ ନୂଆ ଶିଳ୍ପନୀତି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ସେହିପରି ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି ଯେ, ମେକ ଇନ ଓଡିଶା ତୃତୀୟ ସଂସ୍କରଣ ଓଡିଶା ଶିଳ୍ପାୟନକୁ ପ୍ରୋତ୍ସାହିତ କରିବ । ୧୩୦ରୁ ଅଧିକ ବଡ ଓ ମଧ୍ୟମ ଶିଳ୍ପ କନକ୍ଲେଭରେ ସାମିଲ ହେବାକୁ ସହମତି ପ୍ରକାଶ କରିଛନ୍ତି ।
ଏହାବି ପଢନ୍ତୁ- ଭୁବନେଶ୍ୱରରେ ହେବ ଗଙ୍ଗାଧର ମେହେର ଭବନ, ଜମି ଓ ୩ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ