ଭୁବନେଶ୍ବର: ବିଶ୍ବର ଅନ୍ୟତମ ପ୍ରମୁଖ ବୃତ୍ତିଗତ ସେବା ସଂସ୍ଥା କନସେନଟ୍ରିକ୍ସ ବିପିଓ ଆଜି ରାଜଧାନୀ ଭୁବନେଶ୍ବରରେ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏହା ଉଦଘାଟିତ ହୋଇଛି । ପୂର୍ବଭାରତରେ ଭୁବନେଶ୍ଵର କେନ୍ଦ୍ରକୁ ସୂଚନା ପ୍ରଯୁକ୍ତି ବିଦ୍ୟାର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରାଯିବ ବୋଲି ନବୀନ ଘୋଷଣା କରିଛନ୍ତି ।
କନସେନଟ୍ରିକ୍ସ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ଉଦଘାଟିତ ରାଜ୍ୟରେ ବୃହତ ପୁଞ୍ଜି ନିବେଶ ଲାଗି ଅନୁଷ୍ଠିତ ହୋଇଥିବା ‘ମେକ ଇନ ଓଡ଼ିଶା’ କନକ୍ଲେଭ ସମାବେଶ ସଫଳତାର ଏହା ଏକ ଉଜ୍ଜଳ ଦୃଷ୍ଟାନ୍ତ । ନିକଟ ଅତୀତରେ ଆଇବିଏମ, ହାପ୍ପିଏଷ୍ଟ ମାଇଣ୍ଡସ, ଡେଲଏଟର ‘କାପାବିଲିଟି ଏନହାନ୍ସମେଣ୍ଟ ସେଣ୍ଟର’ ଏବଂ ଆଜି କନସେନଟ୍ରିକ୍ସ ବିପିଓ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ରାଜ୍ୟର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ଏକ ସୁବର୍ଣ୍ଣ ଯୁଗର ଆରମ୍ଭ କରିଛି ।
କନସେନଟ୍ରିକ୍ସ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ଉଦଘାଟିତ ଭୁବନେଶ୍ବରରେ କନ୍ସେନଟ୍ରିକ୍ସର ଏହି କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ପ୍ରତିଷ୍ଠା ଦ୍ବାରା ରାଜ୍ୟର ଅର୍ଥନୀତି ଅଧିକ ତ୍ବରାନ୍ବିତ ହୋଇପାରିବ । ଯୁବକଯୁବତୀମାନଙ୍କ ପାଇଁ ଉଚ୍ଚ-ବେତନଯୁକ୍ତ ଗୁରୁତ୍ବପୂର୍ଣ୍ଣ ନିଯୁକ୍ତି ସୁଯୋଗମାନ ସୃଷ୍ଟି ହେବ । ଦୀର୍ଘ ୧୭ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସମଗ୍ର ବିଶ୍ବରେ କାର୍ଯ୍ୟ କରିଆସୁଛି । ଏହି କମ୍ପାନି ହେଉଛି ପୃଥିବୀର ସର୍ବବୃହତ ପେଶାଦାର ସେବା ଯେଗାଣକାରୀ ସଂସ୍ଥା । ଅଧିକନ୍ତୁ ‘ବ୍ରାଣ୍ଡ ଫାଇନାନ୍ସ’ ପକ୍ଷରୁ ଏହାକୁ ବିଶ୍ବର ବଳିଷ୍ଠତମ ତଥା ସର୍ବାଧିକ ମୂଲ୍ୟଯୁକ୍ତ ବାଣିଜ୍ୟିକ ସେବା ବ୍ରାଣ୍ଡ ଭାବେ ସ୍ବୀକୃତି ମିଳିଛି ।
କନସେନଟ୍ରିକ୍ସ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ଉଦଘାଟିତ କନସେନଟ୍ରିକ୍ସର ଭୁବନେଶ୍ବରରେ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ପ୍ରତିଷ୍ଠା କରିବ । ଏହା ସହିତ ମହିଳା ସଶକ୍ତିକରଣ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସହିତ ଏକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତିନାମା ଫଳରେ ବିଶ୍ବବିଦ୍ୟାଳୟର ପରିସରରେ “କନ୍ସେନଟ୍ରିକ୍ସର ଏକ ଦକ୍ଷତା ବିକାଶ କେନ୍ଦ୍ର” ସ୍ଥାପନ କରାଯିବ । ଏହା ଯୋଗ୍ୟା ଛାତ୍ରୀମାନଙ୍କୁ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ତାଲିମ ପ୍ରଦାନ କରିବ । ଏହା ସହିତ ନିଯୁକ୍ତି ପ୍ରଦାନ କରାଯିବ ।
କନସେନଟ୍ରିକ୍ସ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ଉଦଘାଟିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଖୁସି ବ୍ୟକ୍ତ କରିଛନ୍ତି । ଏହା ସହିତ କନସେନଟ୍ରିକ୍ସର କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ଓଡ଼ିଶାର ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ଖୁବ ସାହାଯ୍ୟକାରୀ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି । କନ୍ସେନଟ୍ରିକ୍ସର ସମ୍ପ୍ରସାରଣରେ କନ୍ସେନଟ୍ରିକ୍ସର ଦ୍ରୁତ ଅଗ୍ରଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ରାଜ୍ୟର ଯୁବକ-ଯୁବତୀମାନଙ୍କ ପାଇଁ ପ୍ରଯୁକ୍ତି ବିଦ୍ୟାକ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ ଆଶାପୋଷଣ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୨୦୦୦ ପେଶାଦାର କର୍ମଚାରୀଙ୍କୁ ନେଇ ଆରମ୍ଭ କରାଯାଇଛି ଭୁବନେଶ୍ଵର କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର । କର୍ମଚାରୀ ନିୟୋଜନ ୫୦୦୦କୁ ଯଥାଶୀଘ୍ର ବୃଦ୍ଧି କରାଯିବ । ଏ ଦିଗରେ ଓଡ଼ିଶା ସରକାର ସବୁମତେ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଏବଂ କନ୍ସେନଟ୍ରିକ୍ସ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତିନାମା ମହିଳା ନିଯୁକ୍ତି ଏବଂ ସଶକ୍ତିକରଣ କ୍ଷେତ୍ରରେ ଦିଗବାରେଣୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ପୂର୍ବଭାରତରେ ଭୁବନେଶ୍ଵର କେନ୍ଦ୍ରକୁ ସୂଚନା ପ୍ରଯୁକ୍ତି ବିଦ୍ୟାର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପରାମର୍ଶଦାତା ଅନୁଭବ ପଟ୍ଟନାୟକ, 5T ସଚିବ ଭି. କେ ପାଣ୍ଡିଆନ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟ ଉପ କୁଳପତି ଅର୍ପିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
କନସେନଟ୍ରିକ୍ସର ପ୍ରମୁଖ କାର୍ଯ୍ୟକର୍ତ୍ତା ରବୀନ୍ଦ୍ର ସିଂ ରାଣ, ବରିଷ୍ଠ ଉପସଭାପତି, ରାଜ୍ୟ ସରକାରଙ୍କୁ ତାଙ୍କର ତ୍ବରିତ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହା ସହିତ ଆଗାମୀ ଦିନରେ କନସେନଟ୍ରିକ୍ସ ଓଡ଼ିଶାରେ ତାହାର କ୍ଷିପ୍ର ସଂପ୍ରସାରଣ କରିବ । ପେଶାଦାର କର୍ମଚାରୀ ନିୟୋଜନ ସଂଖ୍ୟା ୨୦୦୦ ରୁ ୫୦୦୦କୁ ଖୁବଶୀଘ୍ର ବୃଦ୍ଧି କରାଯିବ ବୋଲି ଘୋଷଣା କରିଛି । ଏହି କର୍ମଚାରୀମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ମହିଳା କର୍ମଚାରୀ ନିୟୋଜିତ ହେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର