ଓଡିଶା

odisha

ETV Bharat / state

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ - ଖୋର୍ଦ୍ଧା ନ୍ୟୁଜ

ଖୋର୍ଦ୍ଧାର ଗଜଲକ୍ଷ୍ମୀ ପୂଜାକୁ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ସହ ତୁଳନା କରାଯାଇ ଜାକଜମକରେ ସାମୂହିକ ଭସାଣି ଉତ୍ସବ କରାଯାଉଛି । ହେଲେ କେତେକ ପୂଜା କମିଟି ଏଥିରେ ସାମିଲ ହୋଇନଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା' ଗଜଲକ୍ଷ୍ମୀ
ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା' ଗଜଲକ୍ଷ୍ମୀ

By

Published : Oct 17, 2022, 9:45 AM IST

ଖୋର୍ଦ୍ଧା:ସପ୍ତାହେ ଧରି ପୂଜାର୍ଚ୍ଚନା ପରେ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ । ଖୋର୍ଦ୍ଧାର ଗଜଲକ୍ଷ୍ମୀ ପୂଜାକୁ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ସହ ତୁଳନା କରି ଜାକଜମକରେ ସାମୂହିକ ଭସାଣି ଉତ୍ସବ ପାଳନ କରିବାକୁ ପୂଜା କମିଟି ଓ ଜିଲା ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଥିଲା । ଏନେଇ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୂଜା କମିଟି କର୍ମକର୍ତ୍ତା, ସମାଜସେବୀ, ସାମ୍ବାଦିକମାନଙ୍କୁ ନେଇ ଏକାଧିକ ବୈଠକ ହୋଇଥିଲା । କିନ୍ତୁ ଶେଷରେ ଆଜି ଏହି ସାମୂହିକ ଭସାଣି ଉତ୍ସବ ଫସର ଫାଟିଯାଇଛି । ପ୍ରାୟ ୪୦ ଭାଗ ମଣ୍ଡପ ଭସାଣିରେ ଭାଗ ନେଇ ନାହାନ୍ତି ।

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା' ଗଜଲକ୍ଷ୍ମୀ

ତେବେ ସେପ୍ଟେମ୍ବର ୧୭ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ସହରର ସମସ୍ତ ୩୧ଟି କମିଟିର ପୂଜା ମେଢ଼ ବିଜେବି ପଡିଆ ନିକଟରେ ଏକତ୍ରିତ ହୋଇ ଗୋଟିଏ ରାସ୍ତାରେ ଏକସଙ୍ଗରେ ବିସର୍ଜନ କରିବେ । କିନ୍ତୁ ପରବର୍ତ୍ତୀ ବୈଠକରେ କେବଳ ନିର୍ଦ୍ଦିଷ୍ଟ କେତେକ ପୂଜା କମିଟିକୁ ଡକାଯାଇଥିଲା । ଏହାର ବିରୋଧ କରି କିଛି ପୂଜା ମଣ୍ଡପ ସେମାନଙ୍କ ମେଢ଼କୁ ମିଳିତ ଭସାଣିରେ ସାମିଲ କରି ନଥିଲେ । ତେବେ ଭସାଣିରେ ସାମିଲ ହୋଇଥିବା ସମସ୍ତ ମେଢ଼ ପାରମ୍ପରିକ ବାଜା ବାଣରେ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି । ଏଥିସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଭସାଣି ଉତ୍ସବ ଚାଲିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details