ଖୋର୍ଦ୍ଧା:ବେଗୁନିଆ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ମଧ୍ୟରେ ତାଳମେଳ ଅଭାବ ପାଇଁ ଦିନ ଦିପହରେ ଲୁଟ ହେଉଛି କୋଟି କୋଟି ଟଙ୍କାର ଲଘୁ ଖଣିଜଦ୍ରବ୍ୟ । ବେଗୁନିଆର ବିଭିନ୍ନ ଗାଁରେ ଥିବା କାଜୁ ଜଙ୍ଗଲ ଓ ଜଗନ୍ନାଥ ମନ୍ଦିର ଜମିରୁ ବେଧଡକ ଲୁଟ ହେଉଛି ମାଙ୍କଡା ପଥର । ସେହିପରି ମାଫିଆଙ୍କ ସହ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ପାଇଁ କୋଟି କୋଟି ଟଙ୍କାର ରାଜସ୍ବ ହେଉଛନ୍ତି ରାଜ୍ୟ ସରକାର । ବେଗୁନିଆରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଥିବା ବେଳେ ଢାଲ ସାଜିଛନ୍ତି କିଛି କୁଜି ନେତା ଓ ସ୍ଥାନୀୟ ପ୍ରଶାସନ । ବିଭିନ୍ନ ସମୟରେ ପ୍ରଶାସନ ଏବଂ ଖଣିଚୋରଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଦେଖିବାକୁ ମିଳୁଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି,ଖୋର୍ଦ୍ଧା, ବେଗୁନିଆ ଅଞ୍ଚଳରେ ଶହ ଶହ ସଂଖ୍ୟାରେ ଖଣି ଖୋଳା ଚାଲିଥିବା ସତ୍ତ୍ବ ଏହା ଉପରେ କାହିଁକି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନା ଅନୁସାରେ, ଗତ ୪ରେ ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ହେଉଥିବା ବେଳେ ବେଗୁନିଆ ତହସିଲ ପକ୍ଷରୁ ବିଭିନ୍ନ ଖଣିରେ ଚଢାଉ ହୋଇଥିଲା । ଗୋଡି-ଚୋତିପାଳଙ୍ଗ ରାସ୍ତାରୁ ଏକ ବେଆଇବ ପଥର ବୋଝେଇ ମିନି ଟ୍ରକକୁ ଜବତ କରିଥିଲେ ବିଭାଗୀୟ ଅଧିକାରୀ । ଜବତ ମିନିଟ୍ରକକୁ ବାଘମାରି ରାଜସ୍ବ ନିରୀକ୍ଷକ ମନୋଜ ଦାସ ତହସିଲ ଅଫିସ ଅଭିମୁଖେ ନେଇ ଆସୁଥିବା ବେଳେ ପଥର ମାଫିଆଙ୍କ ଏକ ଟିମ ଜଙ୍ଗଲରାସ୍ତାରେ ଗାଡିକୁ ଛଡାଇ ନେଇଯାଇଥିଲେ । ଏନେଇ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ସେପଟେ ଗାଡିକୁ ଜବତ ପରେ ପୋଲିସକୁ ସହାୟତା ମଗା ଯାଇଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା । ଫଳରେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ସେପଟେ ଅଭିଯୋଗ ପାଇ ବେଗୁନିଆ ପୋଲିସ ଥାନାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।