ଖୋର୍ଦ୍ଧା : ଜିଲ୍ଲାରେ ଚାଲିଥିବା ବେଆଇନ ଖଣି ଲୁଟ ଉପରେ ଲାଗିବ ଲଗାମ । ଗ୍ରାମବାସୀଙ୍କୁ ଦିଆଯିବ ଖଣି ସୁରକ୍ଷାର ଦାୟିତ୍ବ । ଆଜି(ମଙ୍ଗଳବାର) ଗଡମାଣିତ୍ରୀ ଠାରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଚାଲିଥିବା ଜିଲାର ରାଜସ୍ବ ସମୀକ୍ଷା ବୈଠକରେ ଏଭଳି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲାପାଳ । କୋଭିଡ ପରେ ପ୍ରଥମ ଥର ପାଇଁ ବେଗୁନିଆ ଗଡମାଣିତ୍ରୀ ଠାରେ ଚାଲିଥିବା ସମୀକ୍ଷା ବୈଠକରେ ଜିଲାପାଳଙ୍କ ସହ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ,ସମସ୍ତ ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳ ,ତହସିଲଦାର, ରାଜସ୍ବ ନିରୀକ୍ଷକ,ସୁପରଭାଇଜର ପ୍ରମୁଖ ଯୋଗଦେଇ ଥିଲେ ।
ସମିତି ମାଧ୍ୟମରେ ଖଣି ଜଗିବେ ଗ୍ରାମବାସୀ: ଜିଲ୍ଲାପାଳ - ବେଆଇନ ଖଣି
ଜିଲ୍ଲାରେ ଚାଲିଥିବା ବେଆଇନ ଖଣି ଲୁଟ ଉପରେ ଲାଗିବ ଲଗାମ । ଗ୍ରାମବାସୀଙ୍କୁ ଦିଆଯିବ ଖଣି ସୁରକ୍ଷାର ଦାୟିତ୍ବ । ଅଧିକ ପଢନ୍ତୁ...
ସମିତି ମାଧ୍ୟମରେ ଖଣି ଜଗିବେ ଗ୍ରାମବାସୀ : ଜିଲ୍ଲାପାଳ
ଏହି ବୈଠକରେ କିଭଳି ରାଜସ୍ବ ବୃଦ୍ଧି ହୋଇପାରିବା ସହ ବେଆଇନ ଖଣି ଗୁଡିକ ଉପରେ ରୋକ ଲାଗିବ ସେ ଉପରେ ଆଲୋଚନା କରାଯାଇଛି । ସେହିଭଳି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେହିଭଳି ବେଆଇନ ଖଣି ଲୁଟକରି ଲଘୁ ଖଣିଜ ଦ୍ରବ୍ୟ ପରିବହନ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଜିଲାପାଳ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ତା , ଇଟିଭି ଭାରତ