ଓଡିଶା

odisha

By ETV Bharat Odisha Team

Published : Nov 29, 2023, 7:30 PM IST

ETV Bharat / state

ଓଡିଶା ସରକାର ଦୁର୍ନୀତିକୁ ନୀତି କରିଛନ୍ତି, କରପସନ୍‌ ସରକାରଙ୍କ ନୀତି: ବିଜେପି

ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ପ୍ରେସମିଟ କରି କହିଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ ନିକଟରୁ ଭିଜିଲାନ୍ସ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ କରିଛି । ଥାନା ଅଧିକାରୀ ନବୀନ ନିବାସରେ ଚାକିରି କରୁଥିଲେ । ଏତେ ଟଙ୍କା ଆଣିଲେ କେଉଁଠୁ? ଓଡ଼ିଶା ସରକାର ଦୁର୍ନୀତିକୁ ନୀତି କରିଛନ୍ତି । ଅଧିକ ପଢନ୍ତୁ

ଓଡିଶା ସରକାର ଦୁର୍ନୀତିକୁ ନୀତି କରିଛନ୍ତି, କରପସନ ସରକାରଙ୍କ ନୀତି : ବିଜେପି
ଓଡିଶା ସରକାର ଦୁର୍ନୀତିକୁ ନୀତି କରିଛନ୍ତି, କରପସନ ସରକାରଙ୍କ ନୀତି : ବିଜେପି

ଓଡିଶା ସରକାର ଦୁର୍ନୀତିକୁ ନୀତି କରିଛନ୍ତି, କରପସନ ସରକାରଙ୍କ ନୀତି : ବିଜେପି

ଭୁବନେଶ୍ବର: କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ ନିକଟରୁ ଭିଜିଲାନ୍ସ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ କରିବା ଘଟଣା । ଘଟଣାରେ ପଶିଲା ରାଜନୀତି । ଆଜି ବିଜେପି ଅଭିଯୋଗ କରି କହିଛି ବିଜେଡିର ନେତା ମାନଙ୍କ ଛତ୍ରଛାୟା ତଳେ ଆଇଆଇସି କାମ କରୁଥିଲେ। ଥାନା ଅଧିକାରୀ ନବୀନ ନିବାସରେ ଚାକିରି କରୁଥିଲେ ଏତେ ଟଙ୍କା ଆଣିଲେ କେଉଁଠୁ?

ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ପ୍ରେସମିଟ କରି କହିଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ ନିକଟରୁ ଭିଜିଲାନ୍ସ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ କରିଛି । ଥାନା ଅଧିକାରୀ ନବୀନ ନିବାସରେ ଚାକିରୀ କରୁଥିଲେ । ଏତେ ଟଙ୍କା ଆଣିଲେ କେଉଁଠୁ? ଓଡ଼ିଶା ସରକାର ଦୁର୍ନୀତିକୁ ନୀତି କରିଛନ୍ତି । ଜିରୋ ଟଲେରାଶଂ ନୁହେଁ ହାଇକରପସନ ସରକାରଙ୍କ ନୀତି ପାଲଟିଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଜଣେ ମନ୍ତ୍ରୀ ଏବଂ ପୂର୍ବତନ ମନ୍ତ୍ରୀଙ୍କୁ ଟାଣିଛି ବିଜେପି ।

ଅଧିକ ପଢନ୍ତୁ- ଭିଜିଲାନ୍ସ ଜାଲରେ ବୈପାରୀଗୁଡା IIC, ମିଳୁଛି ବିଡା ବିଡା ୫୦୦ ଟଙ୍କିଆ ନୋଟ୍

ବିଜେପି ମୁଖପାତ୍ର କହିଛନ୍ତି କାହା ସୁପାରିଶରେ ନବୀନ ନିବାସରେ ଚାକିରି ପାଇଥିଲେ ସୁଶାନ୍ତ? ଏହା ସହ ୩ ଜଣ ଏସପିଙ୍କ ପ୍ରୋସିଡିଂ ସତ୍ତ୍ବେ କେମିତି ପ୍ରମୋସନ ପାଇଲେ। କାହା ରାଜନୈତିକ ଛତ୍ରଛାୟା ତଳେ ରହି କଳା ଟଙ୍କା ଗୋଟାଉଥିଲେ ସୁଶାନ୍ତ। କଟକର ଜଣେ ମନ୍ତ୍ରୀ ଏବଂ ନୟାଗଡ଼ ପୂର୍ବତନ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଆଣିଲା ବିଜେପି। ସୁଶାନ୍ତଙ୍କ ସହ ଗଞ୍ଜେଇ କାରବାରରେ ଏହି 2 ଜଣଙ୍କ ସଂପୃକ୍ତି ଥିଲା କି। ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କଲା ବିଜେପି। ଏହା ସହ କନେଷ୍ଟବଳରୁ କେମିତି ଆଇଆଇସି ହେଲେ ଏହା ପଛରେ ଓପିଏସସି ଜବ ରାକେଟର ଅଭିଯୋଗ ଆଣିଲା ଦଳ।

ସେହିପରି ଓଲିଉଡ ଲିଙ୍କ ନେଇ ବିଜେପି ସାଙ୍ଘାତିକ ଅଭିଯୋଗ ଆଣିଛି । ଜଣେ ବିଜେଡି ସାଂସଦଙ୍କ ସହ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଆଇଆଇସି ସୁଶାନ୍ତ। ତେଣୁ ସେହି ଚଳଚ୍ଚିତ୍ରରେ ବିଜେଡି ସାଂସଦ କଳା ଟଙ୍କା ଲାଗିଥିଲା କି ବୋଲି ପ୍ରଶ୍ନ କରିଛି । ସେ ଦିଗରେ ବି ତଦନ୍ତ କରିବା ଦରକାର ଭିଜିଲାନ୍ସ ବୋଲି ଦଳ କହିଛି।

ସୂଚନାଯୋଗ୍ୟଯେ ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ ପାଖରୁ ଭିଜିଲାନ୍ସ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ କରିଥିଲା। ଏକ ଘରୋଇ ବସରେ କଟକ ଆସୁଥିବାବେଳେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ ଟିମ। ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ଓ ବୈପାରୀଗୁଡା ଥାନାରେ ଥିବା ସୁଶାନ୍ତଙ୍କ ଅଫିସ ଚାମ୍ବରରୁ ଲକ୍ଷେ ୮୦ ହଜାର ଟଙ୍କା ଜବତ ହୋଇଥିଲା। ଏହାବାଦ ବୈପାରୀଗୁଡ଼ା ସ୍ଥିତ ଘରୁ ୩ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details