ଓଡିଶା

odisha

ETV Bharat / state

IDCOL ଡିଏମଙ୍କ ଆଖି ଖୋସିଲା ଭଳି ସମ୍ପତ୍ତି, ଯେତେ ଖୋଳିଲେ ସେତେ ବାହାରୁଛି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡ଼ରେ ଇଡକଲ ଡେପୁଟି ମ୍ୟାନେଜର ଗୟା ସାଆନ୍ତରା । ଘରୁ ମିଳିଲା ୧ କୋଟି ୬ଲକ୍ଷ ନଗଦ ଟଙ୍କା । ଅଧିକ ପଢ଼ନ୍ତୁ

IDCOL dm gaya santra
IDCOL ଡେପୁଟି ମ୍ୟାନେଜର ଗୟା ସାଆନ୍ତରା

By

Published : Dec 21, 2022, 12:26 PM IST

Updated : Dec 21, 2022, 1:36 PM IST

IDCOL ଡିଏମଙ୍କ ଆଖି ଖୋସିଲା ଭଳି ସମ୍ପତ୍ତି

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡ଼ରେ IDCOL ଡିଏମ ଗୟା ସାଆନ୍ତରା । ଅମାପ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ । ଭିଜିଲାନ୍ସ ଇତିହାସରେ ଚତୁର୍ଥ ସବୁଠୁ ବିପୁଳ ପରିମାଣର ନଗଦ ଟଙ୍କା ଟ୍ୟାକ୍ସ ସିଜ ହୋଇଛି । ମଙ୍ଗଳବାର ଏକକାଳୀନ 7ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ବର୍ତ୍ତମାନ ସୁଦ୍ଧା ଆକଳନ ଶେଷ ହୋଇନାହିଁ ।

ଗୟା ସାଆନ୍ତରାଙ୍କ ବାସଗୃହ ସମେତ 7ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଅମାପ ସମ୍ପତ୍ତି ଥିବା ସୁରାକ ପାଇଛି ଭିଜିଲାନ୍ସ । ତାଙ୍କ ନିକଟରୁ ୧ କୋଟି ୬ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଏଥିସହ ୧ କେଜି ୮୩ଗ୍ରାମ ସୁନା, ୬କେଜି ୭୫୦ଗ୍ରାମ ରୁପା ସମେତ ୪କୋଟି ୧୯ଲକ୍ଷ ଟଙ୍କାର ବ୍ୟାଙ୍କ୍ ଡିପୋଜିଟ ମିଳିଛି । ୨ଟି କାର ସମେତ ୪ଟି ଦୁଇ ଚକିଆ ଗାଡ଼ି, ୧୩ଟି ପ୍ଲଟ ସହ ବିଭିନ୍ନ ସ୍ଥାନରେ ଘର ମଧ୍ୟ ଠାବ ହୋଇଛି । ଏହା ହେଉଛି ଭିଜିଲାନ୍ସ ଇତିହାସରେ ଚତୁର୍ଥ ସବୁଠୁ ବିପୁଳ ପରିମାଣର ନଗଦ ଟଙ୍କା ଟ୍ୟାକ୍ସ ସିଜ ଘଟଣା ।

ଏହା ପୂର୍ବରୁ ସବୁଠୁ ଅଧିକ କ୍ୟାସ ଭଞ୍ଜନଗର ସହକାରୀ ଯନ୍ତ୍ରୀ କାର୍ତିକେଶ୍ବର ରାହୁଲ ଘରୁ ୩କୋଟି ୪୧ଲକ୍ଷ ୬୬ହଜାର ଟଙ୍କା ଜବତ ହୋଇଥିଲା । ସେହିପରି ୨ୟରେ ମାଲକାନଗିରି ସେକ୍ସନ ଇଞ୍ଜିନିୟର W Divisionର ଆଶିଷ କୁମାର ଦାସଙ୍କ ଘରେ ୧କୋଟି ୪୦ଲକ୍ଷ ୧୮ହଜାର ଟଙ୍କା ଜବତ ହୋଇଥିଲା । ସେହିପରି ୩ୟରେ ଚାରିଛକ ଡାକ୍ତର ସୁକାନ୍ତ ଜେନାଙ୍କ ଭୁବନେଶ୍ୱର ଘରୁ ଜବତ ହୋଇଥିଲା ୧କୋଟି ୧୩ଲକ୍ଷ ଟଙ୍କା । ଏହାପରେ ଗୟା ସାଆନ୍ତରା ୪ର୍ଥ ବ୍ୟକ୍ତି ଯାହାଙ୍କ ଘରୁ ମିଳିଛି ଏତେ ପରିମାଣର ନଗଦ ଟଙ୍କା ।

ସୂଚନା ଅନୁଯାୟୀ, IDCOL ଡିଏମ ଗୟା ସାଆନ୍ତରାଙ୍କ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ସେକ୍ଟରରେ ଥିବା 3 ମହଲା ବିଲ୍ଡିଂ, ଜୟଦେବ ବିହାର ସ୍ଥିତ ନିର୍ମାଣଧିନ କୋଠା, କୋରାପୁଟ ସୁଙ୍କିରେ ଥିବା ଭଡ଼ା ଘରେ ଭିଜିଲାନ୍ସ ଟିମ ରେଡ୍‌ କରିଛି । ନୟାଗଡ଼ ଓଡ଼ଗାଁ ସ୍ଥିତ ପୈତୃକ ଘର ସମେତ କୋରାପୁଟ ଅମ୍ଫାଭାଲିରେ ଦେଇଥିବା ଅଫିସ ଚାମ୍ବର, ମଞ୍ଚେଶ୍ବରରେ ଥିବା ଗ୍ଲୋବାଲ ଇଞ୍ଜିନିୟରିଂ ପରିସରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ରାୟଗଡ଼ାର ମୁନିଗୁଡ଼ାରରେ ଭିଜିଲାନ୍ସ ଟିମ୍‌ ଛାନଭିନ୍‌ କରୁଛି ।

ଚଢ଼ାଉ ବେଳେ ବିଭିନ୍ନ ଡକ୍ୟୁମେଣ୍ଟ ସମେତ ସମ୍ପତ୍ତିର ସୁରାକ ପାଇଛି ଭିଜିଲାନ୍ସ । ଡେପୁଟି ମ୍ୟାନେଜରଙ୍କ ନାଁରେ 13ଟି ପ୍ଲଟ ରହିଛି । ଜୟଦେବ ବିହାରରେ ଚାରି ମହଲା ବିଶିଷ୍ଟ ଘର ଓ ପ୍ଲଟ, ମଞ୍ଚେଶ୍ବର ସେକ୍ଟର Aରେ ଥିବା ତିନି ତାଲା ଘର ସହ ପ୍ଲଟ, ବୋତଣ୍ଡାରେ ଏକ ପ୍ଲଟ ରହିଛି । ସେହିପରି ପଳାଶପୁରି ଜଟଣୀରେ ଏକ ପ୍ଲଟ, ବାଲିଅନ୍ତା , ଗାଢକଣାରେ, ପୋଖରିପୁଟ, ପାହାଳ, ଝାରପଡ଼ାରେ ଗୋଟିଏ ଲେଖାଏଁ ପ୍ଲଟ, ଦୋଳିପୁର ଯାଯପୁରରେ 4ଟି ଏବଂ ନୟାଗଡ ଓଡଗାଁରେ ଏକ ପ୍ଲଟ ଭିଜିଲାନ୍ସ ଠାବ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 21, 2022, 1:36 PM IST

ABOUT THE AUTHOR

...view details