ଓଡିଶା

odisha

ETV Bharat / state

ସର୍ବଭାରତୀୟ ଶିଶୁ ଓ ସ୍ତ୍ରୀରୋଗ କଲେଜର ଜାତୀୟ ସମ୍ମିଳନୀ - ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ

ଶିଶୁ ଜନ୍ମ ଓ ସ୍ତ୍ରୀ ରୋଗ ସମ୍ବନ୍ଧିତ ଜାତୀୟ ସମ୍ମିଳନୀକୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ପ୍ରଥମ ଥର ପାଇଁ ଓଡିଶାରେ ଆରମ୍ଭ ହେଉଥିବା ଏହି 5ମ ଜାତୀୟ ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ପାଖାପାଖି 250ରୁ 300 ଡାକ୍ତର ବିଶେଷଜ୍ଞମାନେ ଭାଗ ନେଇଛନ୍ତି ।

icog
icog

By

Published : Dec 1, 2019, 5:08 AM IST

ଭୁବନେଶ୍ବର: ଶିଶୁ ଜନ୍ମ ଓ ସ୍ତ୍ରୀ ରୋଗ ସମ୍ବନ୍ଧିତ ଜାତୀୟ ସମ୍ମିଳନୀ ସ୍ଥାନୀୟ ମେ ଫେୟାର ଠାରେ ଆୟୋଜିତ ହୋଇଛି । 3ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ତେବେ ଗତକାଲି ଆନୁଷ୍ଠାନିକ ଭାବେ ଏହା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଦ୍ବାରା ଉଦ୍‌ଘାଟନ ହୋଇଛି ।

ସର୍ବଭାରତୀୟ ଶିଶୁ ଓ ସ୍ତ୍ରୀ ରୋଗ କଲେଜର ଜାତୀୟ ସମ୍ମିଳନୀ

ପ୍ରଥମ ଥର ପାଇଁ ଓଡିଶାରେ ଆରମ୍ଭ ହେଉଥିବା ଏହି 5ମ ଜାତୀୟ ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ପାଖାପାଖି 250ରୁ 300 ଡାକ୍ତର ବିଶେଷଜ୍ଞମାନେ ଭାଗ ନେଇଛନ୍ତି । ଏହି କ୍ଷେତ୍ରରେ ଥିବା ସମସ୍ୟା ଏହାର ସମାଧାନ ଏବଂ ନୂତନ ଜ୍ଞାନ କୌଶଳକୁ କିପରି ଭାବେ ବ୍ୟବହାର କରାଯାଇ ରୋଗୀମାନଙ୍କୁ ଉନ୍ନତ ସେବା ପ୍ରଦାନ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଛି । ଏପରିକି ବିଭିନ୍ନ ସ୍ଥାନରୁ ଆସିଥିବା ବିଶେଷଜ୍ଞ ମାନେ ନିଜ ନିଜ ଭିତରେ ସେମାନଙ୍କ ଅଭିଜ୍ଞତା ଆଦାନ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଥିବା କହିଛନ୍ତି ଆୟୋଜନ କମିଟିର ସମ୍ପାଦକ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର ।
ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବା ଅବସରରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଏହି ସମ୍ମିଳନୀର ଆଭିମୁଖ୍ୟକୁ ପ୍ରସଂଶା କରିଥିଲେ । ଏଥିସହ ଡାକ୍ତରମାନେ ସର୍ବଦା ସମାଜର ମଙ୍ଗଳ ପାଇଁ କାମ କରିଥାନ୍ତି ବୋଲି ପ୍ରକାଶ କରିଛନ୍ତି । ଯଦି ସେମାନେ ସରକାରଙ୍କୁ କୌଣସି ପ୍ରକାର ଗଠନମୂଳକ ପ୍ରସ୍ତାବ ଦିଅନ୍ତି ତେବେ ତାହାକୁ ତର୍ଜମା କରିବା ସହିତ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି ।

ଏହି ରୋଗ ସମ୍ବନ୍ଧୀୟ ଅନେକ ନ୍ୟୁଜ ଲେଟର ସମେତ ପୁସ୍ତକକୁ ମନ୍ତ୍ରୀ ଲୋକାର୍ପଣ କରିବା ସହିତ ବିଶିଷ୍ଟ ଡାକ୍ତର ମାନଙ୍କ ସେବା ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ଅନୁଷ୍ଠାନର ସଭାପତି ,ସମ୍ପାଦକଙ୍କ ସମେତ ଅନେକ ବରିଷ୍ଠ ଓ ସମ୍ମାନିତ ଅତିଥିମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details