ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଙ୍ଗଠନର ଅନଶନ

କୋରୋନା କାରଣରୁ ଲାଗୁ ହୋଇଥିବା ଲକଡାଉନ ପାଇଁ ଅନେକ ଚାଷୀ ସରକାରୀ ଟୋକନ ପାଇଁ ମଧ୍ୟ ଧାନ ବିକ୍ରି କରିପାରି ନାହାନ୍ତି । ଯାହାକୁ ନେଇ ଖୋର୍ଦ୍ଧା ଜିଲ୍ଲାରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ଅଧିକ ପଢନ୍ତୁ...

By

Published : Jun 8, 2020, 2:59 PM IST

ଖୋର୍ଦ୍ଧାରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଙ୍ଗଠନର ଅନଶନ
ଖୋର୍ଦ୍ଧାରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଙ୍ଗଠନର ଅନଶନ

ଖୋର୍ଦ୍ଧା: କୋରୋନା ମୁକାବିଲା ନେଇ ଲକଡାଉନ ଓ ସଟଡାଉନରେ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି । ଚଳିତବର୍ଷ ଚାଷୀ ଖରିଫ ଧାନ ସରକାରୀ ମଣ୍ଡିରେ ବିକ୍ରି କରିଥିଲେ ମଧ୍ୟ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିନି । ସେହିପରି ଜିଲ୍ଲାର ଅନେକ ଚାଷୀ ସରକାରୀ ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରି ନାହାନ୍ତି । ଅନ୍ୟପଟେ ବାତ୍ୟା କ୍ଷତିପୂରଣ ମଧ୍ୟ ମିଳିନାହିଁ ।

ଖୋର୍ଦ୍ଧାରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଙ୍ଗଠନର ଅନଶନ

କୋରୋନା ମହାମାରୀ ପାଇଁ ଚାଷୀକୁ ସରକାରୀ ପ୍ରୋତ୍ସାହନ ଦିଆଯିବା ଦାବି ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସୋମବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଉପବାସ କରାଯାଇଥିଲା ।

ଖୋର୍ଦ୍ଧାରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଙ୍ଗଠନର ଅନଶନ

ଏନେଇ ଖୋର୍ଦ୍ଧା ଉପଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details