ଓଡିଶା

odisha

ETV Bharat / state

ବ୍ରାଉନସୁଗାର ବେପାର ଚଳାଉଥିଲେ ସ୍ବାମୀ-ସ୍ତ୍ରୀ, ବାନ୍ଧିଲା ପୋଲିସ

୫୧ ଗ୍ରାମ ବ୍ରାଉନସୁଗାର ଜବତ ସହ ୨ ଜଣଙ୍କୁ ଗିରଫ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ । ଗିରଫ ୨ଜଣ ସ୍ବାମୀ ସ୍ତ୍ରୀ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ବ୍ରାଉନସୁଗାର ବେପାର ଚଳାଉଥିଲେ ସ୍ବାମୀ-ସ୍ତ୍ରୀ
ବ୍ରାଉନସୁଗାର ବେପାର ଚଳାଉଥିଲେ ସ୍ବାମୀ-ସ୍ତ୍ରୀ

By

Published : Dec 4, 2022, 8:53 AM IST

ଖୋର୍ଦ୍ଧା:ଜିଲ୍ଲାରେ ଥମୁନି ନିଶା କାରବାର, ନୂଆ ନୂଆ ପନ୍ଥା ଆପଣାଇ ବ୍ରାଉନସୁଗାର କାରବାର କରି ମାଲେ ମାଲ ହେଉଛନ୍ତି ମାଫିଆ । ଫଳରେ ଏହାକୁ ସେବନ କରି ଦିନ ପ୍ରତିଦିନ ଘଟୁଛି ଗୋଟିଏ ପରେ ଗୋଟିଏ ଜଘନ୍ୟକାଣ୍ଡ । ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଇଥିବାରୁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ବ୍ରାଉନସୁଗାର ଜବତ କରିବା ସହ ଅନେକଙ୍କୁ ଗିରଫ ମଧ୍ୟ କରୁଛି । ସେହିପରି ଶନିବାର ଖୋର୍ଦ୍ଧା ଟାଉନ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବ୍ରାଉନ୍‌ସୁଗାର ଜବତ କରାଯାଇଛି । ସ୍ବାମୀ ସ୍ତ୍ରୀ ବ୍ରାଉନସୁଗାର କାରବାର କରୁଥିବା ବେଳେ ଉଭୟଙ୍କୁ ଗିରଫ କରିଛି ଖୋର୍ଦ୍ଧା ଟାଉନ ଥାନା ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଟାଉନ ଥାନା ପୋଲିସର ଏକ ଟିମ ପୂର୍ବ ସୂଚନା ଆଧାରରେ କେଟି ଗ୍ଲୋବାଲ୍ ସ୍କୁଲ ନିଟରେ ଛକି ବସିଥିଲେ । ଏହି ସମୟରେ ଏକ କାରର ଜଣେ ମହିଳାଙ୍କ ସମେତ ଜଣେ ପୁରୁଷ ସେଠାରେ ପହଞ୍ଚିଥିଲେ । ଏହାପରେ ପୋଲିସ ସେଠାରେ ପହଞ୍ଚି ସେମାନଙ୍କ କାର ଯାଞ୍ଚ କରିଥିଲା । ଯାଞ୍ଚ ପରେ କାର ମଧ୍ୟରୁ ୫୧ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ୧୦ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହା ସହ ସେମାନଙ୍କ ନିକଟରୁ ୧୧ହଜାର ଟଙ୍କା ନଗଦ ଜବତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-IT ଶିଳ୍ପରେ ବୃହତ ନିବେଶ ପାଇଁ MOU ସ୍ଵାକ୍ଷରିତ: ନିବେଶ ହେବ ୮୨୦୦ କୋଟି, ୪୦୦୦୦ ନିଯୁକ୍ତି ସୃଷ୍ଟି

ଏନେଇ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ଯେ, ''ଅଭିଯୁକ୍ତ ସ୍ଥାନୀୟ ମଠସାହି ବାସିନ୍ଦା । ସେମାନେ ହେଲେ ବୃନ୍ଦାବନ ପ୍ରଧାନ ଓ ତାଙ୍କ ପତ୍ନୀ ସ୍ନେହଲତା ପ୍ରଧାନ ଓରଫ ରୂପା । ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ ଅକ୍ଟୋବର ୨୨ ତାରିଖରେ ଖୋର୍ଦ୍ଧାର ଠେଙ୍ଗାହାଟରୁ ୫୦ଗ୍ରାମ ବ୍ରାଉନସୁଗାର ସହ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ଜବତ କରିଥିଲା ଆର୍ଦଶ ଥାନା ପୋଲିସ । ଏହି ଘଟଣାରେ ତିନିଜଣ ମହିଳା ସମେତ ମୋଟ ୬ ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ସମାନ ଦିନରେ ବେଗୁନିଆ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଟୀକାତାଳ ତାରିଣୀ ମନ୍ଦିର ନିକଟରେ ଦ୍ରୁତ ଗତିରେ ତିନି ଯୁବକ ଏକକଳା ରଙ୍ଗର ବାଇକରେ ଯାଉଥିଲେ । ଏହି ସମୟରେ ପୋଲିସ ତାଙ୍କୁ ଅଟକାଇ ଯାଞ୍ଚ କରିବା ପରେ ସେମାନଙ୍କଠାରି ୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details