ଓଡିଶା

odisha

ETV Bharat / state

BJP Politics: ବିଧାୟକଙ୍କ ଦିଲ୍ଲୀ ଗସ୍ତ ଦଳକୁ ଫାଇଦା ଦେବ କି ? - ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ

ଅକ୍ଷୟ କହିଛନ୍ତି ଯେପରି 2019ରେ ବିଜେପି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲା ଏବେ ପୁଣି ଥରେ ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇବାକୁ ଉଦ୍ୟମ କରୁଛି । ପଶ୍ଚିମବଙ୍ଗରେ ଇଡି ସିବିଆଇ ଯେପରି ଆକ୍ଟିଭ ମୋଡରେ ଅଛନ୍ତି ଓଡିଶାରେ ମଧ୍ୟ ସେପରି ଆକ୍ଟିଭ ମୋଡକୁ ଆସିବା ପାଇଁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିବାକୁ ରାଜ୍ୟ ଶାଖା ଚାହୁଁଛି । କିନ୍ତୁ ଏହା କରିବାରେ ବିଜେପି ବହୁତ ବିଳମ୍ବ କରିଛି । ଅଧିକ ପଢନ୍ତୁ

BJP Politics: ବିଧାୟକଙ୍କ ଦିଲ୍ଲୀ ଗସ୍ତ ଦଳକୁ ଫାଇଦା ଦେବ କି?
BJP Politics: ବିଧାୟକଙ୍କ ଦିଲ୍ଲୀ ଗସ୍ତ ଦଳକୁ ଫାଇଦା ଦେବ କି?

By ETV Bharat Odisha Team

Published : Oct 14, 2023, 8:48 PM IST

BJP Politics: ବିଧାୟକଙ୍କ ଦିଲ୍ଲୀ ଗସ୍ତ ଦଳକୁ ଫାଇଦା ଦେବ କି?

ଭୁବନେଶ୍ବର: ଓଡିଶାରେ ସମ୍ବିଧାନ ଅନୁସାରେ ସରକାର ଚାଲୁନାହିଁ । ପିଅନ ଠାରୁ ଆରମ୍ଭ କରି ଆଇଏଏସ ପର୍ଯ୍ୟନ୍ତ ଏଠି ସବୁ ଦଳୀୟ ଭିତ୍ତିରେ କାମ କରୁଛନ୍ତି । ଓଡିଶାରେ ବ୍ୟାପକ ଦୁର୍ନୀତି ଚାଲିଛି । ସରକାରୀ ସମ୍ପତ୍ତିର ଲୁଟ ହେଉଛି । ଏ ସଂପର୍କରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ସ୍ମାରକ ଦେବେ ବିଜେପି ବିଧାୟକ । ଓଡିଶାକୁ ସିବିଆଇ ଇଡି ପଠାଇବାକୁ ଦାବି କରିବେ । ଏନେଇ ଦଳର ସମସ୍ତ ବିଧାୟକ ଖୁବଶୀଘ୍ର ଦିଲ୍ଲୀ ଯିବେ । ଗତ 12 ତାରିଖରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏହି ଘୋଷଣା କରିଥିଲେ । ଜୟଙ୍କ ଏହି ଘୋଷଣାକୁ ନେଇ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ ଭିନ୍ନ ମତ ରଖିଛନ୍ତି ।

ଅଧିକ ପଢନ୍ତୁ- ଲଢେଇ ମୁଡରେ ରାଜ୍ୟ ବିଜେପି, ରାଜ୍ୟ ସରକାର ବିରୋଧରେ ଫେରାଦ ପାଇଁ ଦିଲ୍ଲୀ ଯିବେ ଦଳୀୟ ବିଧାୟକ

ଅକ୍ଷୟ କହିଛନ୍ତି, ଯେପରି 2019ରେ ବିଜେପି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲା ଏବେ ପୁଣି ଥରେ ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇବାକୁ ଉଦ୍ୟମ କରୁଛି । ପଶ୍ଚିମବଙ୍ଗରେ ଇଡି ସିବିଆଇ ଯେପରି ଆକ୍ଟିଭ ମୋଡରେ ଅଛନ୍ତି ଓଡିଶାରେ ମଧ୍ୟ ସେପରି ଆକ୍ଟିଭ ମୋଡକୁ ଆସିବା ପାଇଁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିବାକୁ ରାଜ୍ୟ ଶାଖା ଚାହୁଁଛି । କିନ୍ତୁ ଏହା କରିବାରେ ବିଜେପି ବହୁତ ବିଳମ୍ବ କରିଛି । ଯେଉଁଠି ବିଜେଡି ଗ୍ରାଉଣ୍ଡ ଓ୍ବାର୍କ ଶେଷ କରିସାରିଲାଣି ଏବଂ ତା ଉପରେ ଅଧିକ କାମ ହାତକୁ ନେଉଛି ବିଜେପି ସେତେବେଳେ ଆକ୍ରମଣ କରିବା ପାଇଁ ଅସ୍ତ୍ର ଖୋଜୁଛି । ବଡ କଥା ହେଲା 2024 ନିର୍ବାଚନରେ ଏହି ରଣନୀତିରୁ ବିଜେପି କେତେ ଲାଭବାନ ହୋଇପାରିବ ତା ଉପରେ ସମସ୍ତଙ୍କ ନଜର ଅଟକିଛି ।

ଅନ୍ୟପକ୍ଷରେ ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ପ୍ରସଙ୍ଗ ଉଠାଇବାରେ ବିଳମ୍ବ ହୋଇନାହିଁ । କେବଳ ଏହି ଥର ନୁହେଁ ବିଭିନ୍ନ ସମୟରେ ଦିଲ୍ଲୀ ଯାଇ ବିକାଶ ପାଇଁ ଯେଉଁ ପ୍ରସଙ୍ଗ ଆବଶ୍ୟକ ବିଜେପି ତାହା କେନ୍ଦ୍ର ନେତୃବୃନ୍ଦଙ୍କ ଆଗରେ ରଖି । ଏଥର ମଧ୍ୟ ସେୟା ହେବାକୁ ଯାଉଛି । ତେବେ 2024 ନିର୍ବାଚନ ପାଇଁ ଦଳ ବୁଥ ସ୍ତରରୁ ପ୍ରୟାସ ଆରମ୍ଭ କରିସାରିଛି । ବୁଥକୁ ମଜବୁତ କରିବା ପାଇଁ ତୃଣମୂଳସ୍ତରରୁ କାମ ଆରମ୍ଭ ହୋଇଯାଇଛି । ଯାହାର ପ୍ରଭାବ 2024 ଫଳାଫଳରେ ଦେଖିବାକୁ ମିଳିବ । ବିଧାୟକମାନେ ଦିଲ୍ଲୀ ଯିବା ପ୍ରସଙ୍ଗରେ କହିଛନ୍ତି ସମୟ ନିର୍ଦ୍ଧାରଣ ହୋଇନାହିଁ ସମୟ ନିର୍ଦ୍ଧାରଣ ହେଲେ ଆହୁରି ବିସ୍ତୃତ ଭାବେ କହିବେ ।

ଅଧିକ ପଢନ୍ତୁ- ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ଫମ୍ପା ଆୱାଜ, ନବୀନ ଓଡ଼ିଶା ଲୁଟ ଓଡ଼ିଶାରେ ପରିଣତ ହୋଇଛି: ବିଜେପି

ଓଡିଶାରେ ବିଜେପି ବିଜେଡି ଏକ ବୋଲି ଏକ ପ୍ରକାର ଧାରଣା ସୃଷ୍ଟି ହୋଇଛି । ବିଜେପିର ଶୀର୍ଷ ନେତା ରାଜ୍ୟ ସରକାରଙ୍କ ବିରୋଧରେ ଏକ ପ୍ରକାର କୋହଳ ମନଭାବ ଦେଖାଉଥିବା ଆଶଙ୍କା କରୁଛନ୍ତି ଦଳୀୟ ନେତା ଓ କର୍ମୀ । ଏପରି ସ୍ଥିତିରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏହାକୁ ଭୁଲ ପ୍ରମାଣିତ ପାଇଁ ଉଦ୍ୟମ କରିବା ସହିତ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଆସୁଛନ୍ତି । ଏପରି ସ୍ଥିତିରେ ବିଜେପି ବିଧାୟକଙ୍କ ପ୍ରସ୍ତାବିତ ଦିଲ୍ଲୀ ଗସ୍ତ ଦଳକୁ କେତେ ଫ୍ରଣ୍ଟ ଫୁଟକୁ ଆଣିବ ଏବେ ତାକୁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details