ଖୋର୍ଦ୍ଧା :ଗୃହ ସେବିକା ଲୁଟିନେଲା ୧୩ ଲକ୍ଷ ଟଙ୍କା । ୨ ମାସରେ ୧୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭଯୋଗ କଲେ ଘର ମାଲିକ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଅଲାଇଡିହ ଗ୍ରାମରେ । ତେବେ ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ବାଣପୁର ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ଏହା ମଧ୍ୟ ପଢନ୍ତୁ - ବାଇକ ଡିକି ଭାଙ୍ଗି ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ଲୁଟ୍
ସୂଚନା ମୁତାବକ, ପ୍ରାୟ ଦୁଇ ମାସ ପୂର୍ବେ ନାଚୁଣୀ ଅଞ୍ଚଳର ରେଖା ବେହେରା ନିଜକୁ ଅସହାୟ ଭାବେ ପରିଚିତ କରାଇ ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଗ୍ରାମରେ ପହଞ୍ଚିଥିଲେ । ଉକ୍ତ ଗ୍ରାମର ସରକାରୀ ସେବା ନିବୃତ୍ତ 70 ବର୍ଷୀୟ ବୃଦ୍ଧ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ନିଜର ଅସହାୟତା ପ୍ରକାଶ କରିବା ସହ ତାଙ୍କ ଘରେ ଗୃହ ସେବିକା ଭାବେ କାର୍ଯ୍ୟ କରୁଥିଲେ । ଏହାରି ମଧ୍ୟରେ ରେଖା ନିଜର ଦୁଃଖଭରା କାହାଣୀ କହି ବୃଦ୍ଧ ଘର ମାଲିକ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମନରେ ବିଶ୍ବାସ ସୃଷ୍ଟି କରିଥିଲେ । ଏଥିସହ ଲକ୍ଷ୍ମୀକାନ୍ତଙ୍କ ସମସ୍ତ ଆସବାବ ପତ୍ର ଓ ମୋବାଇଲ ଫୋନ୍ ମଧ୍ୟ ବ୍ୟବହାର କରି ଆସୁଥିଲେ ।