ଭୁବନେଶ୍ବର:ଅର୍ଚ୍ଚନା ନାଗ ମାମଲାରେ ପୋଲିସର ତଦନ୍ତ ଅବହେଳା ନେଇ ରାଜ୍ୟ ରାଜନୀତି ସରଗରମ । ବିରୋଧୀଙ୍କ ଆନ୍ଦୋଳନରେ ରାଜ୍ୟରେ ବିଗୁଡୁଛି ଆଇନଶୃଙ୍ଖଳା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ବିରୋଧୀ ପ୍ରୟାସ କରିଥିବା ବେଳେ ସେପଟେ ଏକାଧିକ ମନ୍ତ୍ରୀଙ୍କ ଘର ଆଗରେ ଜଗିଛନ୍ତି ମାଳମାଳ ପୋଲିସ । ଏନେଇ ପୋଲିସ ବିଭାଗର ମୁଖ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତିଙ୍କ ନୀରବତା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏଥିଲାଗି ଉପର ସ୍ତରରୁ ଚାପ ପଡୁଥିବା ନେଇ ଚର୍ଚ୍ଚା ହେଉଛି ।
ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲରେ ଫସିଛନ୍ତି ରାଜ୍ୟର ଅଧାରୁ ଅଧିକ ନେତା, ମନ୍ତ୍ରୀ ଓ ଅଫିସର। ପାଓ୍ବାର କରିଡରର ଲିଙ୍କରେ ଥିଲେ ଅର୍ଚ୍ଚନା । ଏପରିକି ଘଟଣା ସାମ୍ନାକୁ ଆସିଲେ ଭାଙ୍ଗିଯିବ ସରକାର ବୋଲି କହିଥିଲେ କଂଗ୍ରେସ ନେତା ସନ୍ତୋଷ ସି ସାଲୁଜା । ଏନେଇ ପୂର୍ବରୁ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ ଉଦ୍ୟମ ସହ ମନ୍ତ୍ରୀ ତୁଷାରକାନ୍ତିଙ୍କ ଘରେ ମଧ୍ୟ ଧସେଇ ପସିଥିଲେ। ଏପଟେ ଧର୍ମେନ୍ଦ୍ର ସାହୁ ମୃତ୍ୟ ମାମଲାରେ ମଧ୍ୟ ସମାନ ଘଟଣା । ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମ୍ପୃକ୍ତି ନେଇ ବିଜେପି ନେତ୍ରୀ ପ୍ରଭାତି ପରିଡା ବି ଆଣିଥିଲେ ସାଙ୍ଘାତିକ ଅଭିଯୋଗ ।
ଏହା ବି ପଢନ୍ତୁ- ନବୀନ ନିବାସ ଘେରାଉ ପୂର୍ବରୁ ପୋଲିସ ଓ ବିଜେପି କର୍ମୀ ଧସ୍ତା ଧସ୍ତି
ଏନେଇ ପଞ୍ଚାୟତ ସ୍ତରରୁ ରାଜଧାନୀ ପର୍ଯନ୍ତ ବିଜେପି ଆନ୍ଦୋଳନ କରି ମନ୍ତ୍ରୀଙ୍କ ବହିସ୍କାର ଦାବି କରିଛି। ଯାହାକୁ ନେଇ ରାଜଧାନୀରେ ବିଜେପି ବିଶାଳ ଗର୍ଜନ କରି ନବୀନ ନିବାସ ଘେରାଉ ଉଦ୍ୟମ କରି ଶିଶୁ ଭବନ ଛକରେ ଏକାଠି ହୋଇଥିଲେ ୪ ହଜାରରୁ ଊର୍ଦ୍ଧ୍ବ ବିଜେପୀ କର୍ମୀ । ଏନେଇ ରାସ୍ତାଘାଟରେ ଚକ ଅଖ ଜାମ ହୋଇଥିଲା । ପୋଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଏତେ ସବୁ ସତ୍ତ୍ବେ ମଧ୍ୟ ବିରୋଧୀଙ୍କ ଅଭିଯୋଗ ପୋଲିସ ୨ଟି ଘଟଣାକୁ ନେଇ ଚାପି ରଖିଛି । ଅନେକ ବଡବଡିଆଙ୍କ ସମ୍ପୃକ୍ତି ରହିଛି ଯାହା ଭୟରେ ପୋଲିସ ତଦନ୍ତ ନେଇ ଗର୍ଜିଛନ୍ତି ବିରୋଧୀ ।