ଭୁବନେଶ୍ବର: ଜମ୍ମୁ କାଶ୍ମୀରରେ ଲାଗୁଥିବା ବିବାଦୀୟ ଧାରା 370 ଉଚ୍ଛେଦ। ଆଜି ରାଜ୍ୟସଭାରେ ପ୍ରସ୍ତାବ ଆଗତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । କଂଗ୍ରେସ, ଜେଡ଼ିୟୁ ସମେତ ଅନେକ ରାଜନୈତିକ ଦଳ ବିଲକୁ ବିରୋଧ କରିଥିବା ବେଳେ ବିଏସପି ଓ ଏଆଇଡ଼ିଏମକେ ସମର୍ଥନ କରିଛି । ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଦେଇଛି । ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ଜମ୍ମୁ କାଶ୍ମୀରରେ ସଂରକ୍ଷଣ ବିଲ ଲାଗୁ କରିବା ନେଇ ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଛନ୍ତି ଅମିତ ଶାହା ।
ପ୍ରସନ୍ନଙ୍କ ପ୍ରଶ୍ନର ଉତ୍ତର ଦେଇ ଶାହା କହିଛନ୍ତି, ଲୋକସଭାରେ ବିବାଦୀୟ ଧାରା 370 ଉଚ୍ଛେଦ ପାସ ହୋଇନାହିଁ । ଲୋକସଭାରେ ପାସ ହେଲେ ରାଜ୍ୟସଭାରେ ପାସ ହେବାର ଆବଶ୍ୟକତା ନାହିଁ । ସଂରକ୍ଷଣ ବିଲ ଜମ୍ମୁ କାଶ୍ମୀରରେ ଲାଗୁହେବାର କୌଣସି ଅସୁବିଧା ନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି ।