ଓଡିଶା

odisha

ETV Bharat / state

ହୋଲି ଅଘଟଣ: କ୍ଯାପିଟାଲ ହସ୍ପିଟାଲରେ ବଢୁଛି ଦୁର୍ଘଟଣାକାରୀଙ୍କ ସଂଖ୍ୟା

ହୋଲିରେ ଅଘଟଣ । କ୍ଯାପିଟାଲ ହସପିଟାଲରେ ବଢୁଛି ଦୁର୍ଘଟଣାକାରୀଙ୍କ ସଂଖ୍ୟା । ଦିନ ଦୁଇଟା ସୁଦ୍ଧା ହସ୍ପିଟାଲରେ ପହଞ୍ଚିଲେଣି ୧୦ରୁ ଉର୍ଦ୍ଧ୍ବ ଦୁର୍ଘଟଣାଗ୍ରସ୍ତ ରୋଗୀ ।

By

Published : Mar 22, 2019, 7:08 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ହୋଲି ପାଇଁ ବିଭିନ୍ନ ସ୍ଥାନରେ ଅଘଟଣ । କ୍ଯାପିଟାଲ ହସପିଟାଲରେ ବଢୁଛି ରୋଗୀଙ୍କ ସଂଖ୍ଯା। ଦିନ ଦୁଇଟା ସୁଦ୍ଧା ହସ୍ପିଟାଲରେ ପହଞ୍ଚିଲେଣି ୧୦ରୁ ଉର୍ଦ୍ଧ୍ବ ଦୁର୍ଘଟଣାଗ୍ରସ୍ତ ରୋଗୀ । ସଡକ ଦୁର୍ଘଟଣାଠାରୁ ଆରମ୍ଭ କରି ବିଭିନ୍ନ ଦୁର୍ଘଟଣାରେ ଶିକାର ହେଉଥିବା ରୋଗୀ ପହଞ୍ଚୁଛନ୍ତି କ୍ଯାପିଟାଲ ହସପିଟାଲରେ । ବିଶେଷ କରି ସ୍ପିଡ ଡ୍ରାଇଭିଂ, ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚଲାଉଥିବା ଯୋଗୁଁ ଦୁର୍ଘଟଣା ଘଟୁଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୁରୀଠୁ ଆରମ୍ଭ କରି ଖୋର୍ଦ୍ଧା, ନୟାଗଡ ଆଦି ବିଭିନ୍ନ ସ୍ଥାନରେ ଅନେକ ଦୁର୍ଘଟଣା ଗ୍ରସ୍ତକାରୀ ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ତା ସହିତ ଭୁବନେଶ୍ବରରେ ମଧ୍ଯ ଅନେକ ସ୍ଥାନରୁ ଦୁର୍ଘଟଣା ଗ୍ରସ୍ତକାରୀଙ୍କୁ ଆମ୍ବୁଲାନ୍ସ ନଚେତ ପୋଲିସ ପେଟ୍ରୋଲିଂ ଭ୍ଯାନରେ ଅଣାଯାଉଛି ।

ତେବେ ମଞ୍ଚେଶ୍ୱର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପରିଚୟ ଏବେ ସୁଦ୍ଧା ମିଳି ନଥିବା ବେଳେ ନିଶା ଅବସ୍ଥାରେ ମୃତ୍ୟୁ ହୋଇଥିବା ପୋଲିସ ଆଶଙ୍କା କରୁଛି । ତେବେ ଦୁର୍ଘଟଣାକୁ ଦୃଷ୍ଟିରେ ରଖି କ୍ଯାପିଟାଲ ହସପିଟାଲରେ ସହାୟ ପକ୍ଷରୁ ସହଯୋଗ ପାଇଁ ଅନେକ କର୍ମଚାରୀ ଉପସ୍ଥିତ ରହି ରୋଗୀଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details