ଓଡିଶା

odisha

ETV Bharat / state

ହକି ବିଶ୍ବକପରେ ଟିକେଟ କଳାବଜାରୀ: ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ୪ ଦଲାଲ ଗିରଫ, ଫାଇନାଲ ମ୍ୟାଚରେ ବଢିପାରେ ବିକ୍ରି

ଭୁବନେଶ୍ବରରେ ହକି ବିଶ୍ବକପ ଚାଲିଥିବାବେଳେ ସକ୍ରିୟ ହେଉଛନ୍ତି ଦଲାଲ । ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲାଗିଥିବା ମ୍ୟାଚ୍‌ରେ ଟିକେଟ କଳାବଜାରୀ କରୁଥିବା ୪ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଏବେ ପର୍ଯ୍ୟନ୍ତ ମୋଟ ୧୩ ଜଣ ଦଲାଲ ଧରା ପଡ଼ିଥିବାବେଳେ ଫାଇନାଲ ମ୍ୟାଚରେ ମଧ୍ୟ ସମାନ ସ୍ଥିତି ଦେଖାଦେଇପାରେ ବୋଲି ଆଲୋଚନା ହେଉଛି । ଅଧିକ ପଢ଼ନ୍ତୁ

ଟିକେଟ କଳାବଜାରୀ କରୁଥିବା ୪ ଜଣଙ୍କୁ ଗିରଫ କରିଛି ପୋଲିସ
ଟିକେଟ କଳାବଜାରୀ କରୁଥିବା ୪ ଜଣଙ୍କୁ ଗିରଫ କରିଛି ପୋଲିସ

By

Published : Jan 23, 2023, 6:10 PM IST

ଭୁବନେଶ୍ବର: ଭୁବନେଶ୍ବରରେ ହକି କ୍ରେଜ ସହିତ ବଢ଼ିବାରେ ଲାଗିଛି ଟିକେଟ କଳାବଜାରୀ । ଓଡ଼ିଶା ସମେତ ଅନ୍ତଃରାଜ୍ୟ ଦଲାଲ ମଧ୍ୟ ହେଉଛନ୍ତି ସକ୍ରିୟ । ଇଟିଭି ଭାରତରେ ଖବର ପ୍ରସାରଣ ପରେ ଆକ୍ସନ୍‌ ମୁଡ୍‌ରେ କମିଶନରେଟ ପୋଲିସ । ରବିବାର ହକି ବିଶ୍ବକପ ୨୦୨୩ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲାଗିଥିବା ମ୍ୟାଚ୍‌ରେ ଚଢ଼ାଦରରେ ଟିକେଟ୍‌ ବିକ୍ରି କରିଥିବା ୪ ଜଣ ଦଲାଲଙ୍କୁ ଧରିଛି ପୋଲିସ । ତେବେ ଏମାନଙ୍କୁ ମିଶାଇ ଏବେ ପର୍ଯ୍ୟନ୍ତ ୧୩ ଜଣ ଦଲାଲ ଧରା ପଡ଼ିଥିବା ସୂଚନା ମିଳିଛି ।

ହକି ବିଶ୍ବକପରେ ଟିକେଟ କଳାବଜାରୀ

ଭୟଙ୍କର ରୂପ ନେଇପାରେ ଟିକେଟ କଳାବଜାରୀ । ହକି ଫାଇନାଲ ମ୍ୟାଚରେ ଦେଖାଦେଇପାରେ ସମାନ ସ୍ଥିତି । ହକିକୁ ନେଇ ରାଜ୍ୟରେ କ୍ରେଜ ବଢୁଥିବାବେଳେ ଏହାର ଫାଇଦା ନେଉଛନ୍ତି ଅସାଧୁ ଲୋକେ । ଏନେଇ ପୋଲିସର ସୋର୍ସ ଓ ସ୍ପେଶାଲ ସ୍କ୍ବାଡ ସମେତ କୁଇକ୍‌ ଆକ୍ସନ ଟିମ୍ ଏହି ଦିଗରେ ଧ୍ୟାନ ଦେବା ଆବଶ୍ୟକ । କାରଣ ଯେପରି ଲିଗ୍ ମ୍ୟାଚ୍‌ ଓ କ୍ରସ୍‌ ଓଭର ମ୍ୟାଚରେ ଟିକେଟ କଳାବଜାରୀ ସାମ୍ନାକୁ ଆସିଛି, ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ଜଣ ଗିରଫ ହୋଇସାରିଲେଣି । କେବଳ ଓଡ଼ିଆ ଟିକେଟ ଦଲାଲ ନୁହେଁ, ଟିକେଟ କଳାବଜାରୀ କରୁଥିବା ଅଣଓଡ଼ିଆ ଦଲାଲ ମଧ୍ୟ ଗିରଫ ହୋଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ବଦନାମ ହୋଇପାରେ କଳିଙ୍ଗ ଷ୍ଟାଡିୟମ ଏବଂ ବିଶ୍ବସ୍ତରୀୟ ଆୟୋଜକ ଓଡ଼ିଶା। ଏନେଇ ଧ୍ୟାନ ଦେବା ଆବଶ୍ୟକ ହୋଇପଡ଼ିଛି ।

ସୂଚନା ଅନୁସାରେ ଗତ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା କ୍ରସଓଭର ମ୍ୟାଚ ବେଳେ ଗିରଫ ହୋଇଛନ୍ତି ୪ ଜଣ ଦଲାଲ । ସେମାନେ ହେଲେ ସୁବାଷ ପ୍ରଧାନ, ମଧ୍ୟପ୍ରଦେଶର ମଙ୍ଗଳ ସିଂହ ଓ ଭାନୁପ୍ରତାପ ସିଂହ ଓ ପଶ୍ଚିମବଙ୍ଗର ପ୍ରସନ୍ନଜିତ ସିତ୍ । ତେବେ ମିଳିଥିବା ସୁଚନା ଅନୁସାରେ ଏମାନଙ୍କ ଭଳି ୫୦ ଜଣ ଆସିଛନ୍ତି ଓଡ଼ିଶା । ଯେଉଁମାନେ କି ଅନେକ ସମୟରେ କ୍ରିକେଟ ଓ ହକି ଓ ଫୁଟବଲ ସମେତ ଅନେକ ଜାତୀୟ ଖେଳ ସମୟରେ ମୁହଁରେ ପତାକା ରଙ୍ଗ ଲାଗାଇବା ସହ ଜାତୀୟ ପତାକା, ଜର୍ସି ଓ ରିବନ ଆଦି ବିକ୍ରି କରନ୍ତି । ଏହି ଆଳରେ ନିଜର ଅସାଧୁ କାରବାର ପାଇଁ ଟିକେଟ ହାତେଇ ଏପରି କଳାବଜାରୀ କରନ୍ତି ।

ଏମାନଙ୍କର ଏକ ଗ୍ୟାଙ୍ଗ ରହିଛି । ଯେଉଁମାନେ ପୂର୍ବରୁ ଟିକେଟ କିଣି ରଖିଛନ୍ତି । ଏଠାକାର ହକି କ୍ରେଜ ଦେଖି ଟିକେଟକୁ ଚଢା ଦରରେ ବିକ୍ରି କରୁଛନ୍ତି । ଏପରିକି ଭାରତ ମ୍ୟାଚର ୨୦୦ ଟଙ୍କାର ଟିକେଟକୁ ପାଖାପାଖି ୨ ହଜାର‌ ପର୍ଯନ୍ତ ଟଙ୍କାରେ ବିକ୍ରି କରୁଥିଲେ । ଟିକେଟ ମୁଲ୍ୟ ଦେଖି ତା'ଠାରୁ ଚଢା ଦରରେ ବିକ୍ରି କରୁଥିଲେ । ଏପରିକି ଅନଲାଇନରେ ମଧ୍ୟ ନମ୍ବର ଦେଇ ଷ୍ଟାଡିୟମ ବାହାରେ ଖୁଲମଖୁଲା ବିକ୍ରି କରୁଥିଲେ । ଯାହାକୁ ନେଇ ପୂର୍ବରୁ ଇଟିଭି ଭାରତରେ ଟିକେଟ କଳାବଜାରୀ ନେଇ ଖବର ପ୍ରସାରଣ କରିଥିଲୁ । ପରେ ପୋଲିସ ଆକ୍ସନ୍‌ ମୁଡ୍‌କୁ ଆସି ଏହି ଦଲାଲଙ୍କ ଉପରେ ନଜର ରଖିଥିଲା । ତେବେ ଏହି ମାମଲାରେ ଏଯାବତ ୧୩ ଜଣ ଗିରଫ ହୋଇଛନ୍ତି ।

ଗତ ଜାନୁଆରୀ ୧୮ ତାରିଖରେ ପ୍ରଥମେ ସହିଦନଗର ଥାନା ଅଞ୍ଚଳରୁ ୫ ଜଣଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ଛାତ୍ରନେତା ରହିଥିଲେ । ସେ ନେତାଙ୍କଠାରୁ ପାସ ଆଣି ଚଢା ଦରରେ ବିକ୍ରି କରୁଥିବା ଜଣାପଡ଼ିଥିଲା । ଏପରିକି ତାଙ୍କ ସହ ୪ ସହଯୋଗୀ ମଧ୍ୟ ଗିରଫ ହୋଇଥିଲେ । ତେବେ ଭାରତ ଓ ୱେଲସ ମଧ୍ୟରେ ହେବାକୁ ଥିବା ଗତ ୧୯ ତାରିଖର ମ୍ୟାଚର ଅନେକ ଟିକେଟ ଓ ନଗଦ ଟଙ୍କା ମଧ୍ୟ ଜବତ ହୋଇଥିଲା । ସେଦିନ ୪ ଜଣଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ଏହାପରେ ପୁଣି ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଦିନ ମଧ୍ୟ କଳାବଜାରୀ କରୁଥିବା ୪ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ତେବେ ଆସନ୍ତା ୨୬ ତାରିଖରେ ମଧ୍ୟ ଭାରତର ଏକ ମ୍ୟାଚ ରହିଛି । ସେଦିନ ମଧ୍ୟ କଳାବଜାରୀ ହେବାର ଆଶଙ୍କା କରାଯାଉଛି । ସେହିପରି ଆସନ୍ତା ୨୯ରେ ଫାଇନାଲ ମ୍ୟାଚ ରହିଛି । ତେବେ ମ୍ୟାଚର ସ୍ଥିତି ଓ ଡିମାଣ୍ଡ ଦେଖି ହକି କ୍ରେଜ ପାଇଁ ଟିକେଟ କଳାବଜାରୀ ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details