ଓଡିଶା

odisha

ETV Bharat / state

ନିର୍ଦ୍ଦେଶରେ ସୀମିତ ଓଡ଼ିଆରେ ଶିକ୍ଷାନୁଷ୍ଠାନର ନାମଫଳକ, ପୁଣି ନିର୍ଦ୍ଦେଶ

ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଓଡିଆ ନାମଫଳକ ରହିବା ନେଇ ନିର୍ଦ୍ଦେଶ ପରେ ବି କର୍ତ୍ତୃପକ୍ଷ ଏହାକୁ ମାନୁନଥିବା ଦେଖିବାକୁ ମିଳିଛି । (odia name plate ) ଆସନ୍ତା 30 ଦିନ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବାକୁ ପୁଣି ନିର୍ଦ୍ଦେଶ ହୋଇଛି । ଅଧିକ ପଢନ୍ତୁ

higher education department on odia name plate
ନିର୍ଦ୍ଦେଶରେ ସୀମିତ ଓଡ଼ିଆରେ ଶିକ୍ଷାନୁଷ୍ଠାନର ନାମଫଳକକ, ପୁଣି ନିର୍ଦ୍ଦେଶ

By

Published : Dec 29, 2022, 1:28 PM IST

ଭୁବନେଶ୍ବର:ଓଡ଼ିଆ ଭାଷାରେ ଶିକ୍ଷାନୁଷ୍ଠାନର ନାମଫଳକ କେବଳ ନିର୍ଦ୍ଦେଶରେ ସୀମିତ ରହିଛି । ବାରମ୍ବାର ନିର୍ଦ୍ଦେଶ ପରେ ବି କର୍ତ୍ତୃପକ୍ଷ ଏହାକୁ ମାନୁନଥିବା ଦେଖିବାକୁ ମିଳିଛି । ଏ ନେଇ ପୁଣି ଥରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ଅର୍ଥାତ ବିଦ୍ୟାଳୟ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ନାମଫଳକ ଓଡ଼ିଆରେ ଲେଖାଯିବ। ଏନେଇ ସରକାରଙ୍କ ସ୍ପ‌ଷ୍ଟ ନିର୍ଦ୍ଦେଶ ରହିଛି। ବାରମ୍ବାର ନିର୍ଦ୍ଦେଶ ଦିଆଯାଉଥିବା ବେଳେ ଅଧିକାଂଶ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏହାକୁ ଅବହେଳା କରୁଥିବା ଦେଖାଯାଉଛି । ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବ ବିଦ୍ୟାଳୟର ନାମଫଳକ ଓଡିଆ ଭାଷାରେ ଲେଖାଯିବା ସମ୍ପର୍କରେ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ବିଭାଗ ।

ବାରମ୍ବାର ନିର୍ଦ୍ଦେଶ ଦିଆଯାଉଥିବା ବେଳେ ଅଧିକାଂଶ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏହାକୁ ଅବହେଳା କରୁଥିବା ଦେଖାଯାଉଛି । ପୂର୍ବଭଳି ଇଂରାଜୀ ଭାଷାରେ ଶିକ୍ଷାନୁଷ୍ଠାନର ନାମ ଫଳକ ଲେଖାଯାଇଥିବା ଦେଖିବାକୁ ମିଳିଛି । ଆଉ କେତେକ ସ୍ଥାନରେ ଓଡ଼ିଆ ଭାଷାର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନହିଁ । ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ଏବେ ପୁଣି ଥରେ ଓଡ଼ିଆରେ ଶିକ୍ଷାନୁଷ୍ଠାନ ନାମଫଳକ ଲେଖିବାକୁ ସରକାର ନିର୍ଦେଶ ଦେଇଛନ୍ତି ।

ତେବେ ଆସନ୍ତା 30 ଦିନ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖି ସରକାର ଏ ବାବଦରେ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭାରତର ପ୍ରତ୍ୟେକ ରାଜ୍ୟରେ ଇଂରାଜୀ ଭାଷା ସହିତ ପ୍ରାଦେଶିକ ଭାଷାକୁ ଗୁରୁତ୍ବ ଦିଆଯାଉଛି । ପୂର୍ବରୁ ମଧ୍ୟ ବାରମ୍ବାର ଚିଠି ଲେଖି ସମସ୍ତ ଶିକ୍ଷାନୁଷ୍ଠାନକୁ ଅବଗତ କରାଯାଇଥିଲା । ତେବେ ଏହି ନିର୍ଦ୍ଦେଶ ପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଛି ।

ଏହା ବି ପଢନ୍ତୁ...ଅଲିଭ ରିଡଲେ କଇଁଛକୁ ନଜର ରଖିବ ଡ୍ରୋନ

ଭାରତରେ ପ୍ରତ୍ୟେକ ରାଜ୍ୟରେ ଇଂରାଜୀ ସହିତ ପ୍ରାଦେଶିକ ଭାଷାକୁ ଗୁରତ୍ବ ଦିଆଯାଇ ସମସ୍ତ ଶିକ୍ଷାନୁଷ୍ଠାନରେ ନାମଫଳକ ଇତ୍ୟାଦି ଲେଖିବାକୁ ନିଷ୍ପତ୍ତି ହୋଇଛି । ଓଡିଆ ଭାଷାରେ ନାମଫଳକ ଲେଖାଗଲେ ଓଡିଆ ଭାଷାର ଗୌରବ ଓ ସମ୍ମାନ ଅକ୍ଷୁର୍ଣ୍ଣ ରହିବ । ଏହାକୁ ଗୁରୁତ୍ବ ଦେଇ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ସହିତ ଅଧିକାରୀମାନଙ୍କ ନାମଫଳକ ଇତ୍ୟାଦି ଓଡିଆ ଭାଷାରେ ନିର୍ଭୁଲ ଭାବରେ ଲେଖାଯିବା ପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି । ଆସନ୍ତା 30 ଦିନ ମଧ୍ୟରେ ପାଳନ କରିବାକୁ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details