ଓଡିଶା

odisha

ETV Bharat / state

Utkal University: ଚୁପଚାପ ସିଣ୍ଡିକେଟ ବୈଠକ କରିଛି ଉତ୍କଳ ବିଶ୍ୱବିଦ୍ୟାଳୟ, ଖପ୍ପା ଉଚ୍ଚଶିକ୍ଷା ବିଭାଗ - ଉତ୍କଳ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ ବୈଠକ

ବିଭିନ୍ନ ସମୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ନାମରେ ଅନେକ ଅଭିଯୋଗ ଆସୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ଖପ୍ପା ଉଚ୍ଚଶିକ୍ଷା ବିଭାଗ । ଅଧିକ ପଢନ୍ତୁ

Higher Education Department disappointed on Utkal University
ଉତ୍କଳ ବିଶ୍ୱବିଦ୍ୟାଳୟରେ ଖପ୍ପା ଉଚ୍ଚଶିକ୍ଷା ବିଭାଗ

By

Published : Jul 21, 2023, 9:42 AM IST

ଭୁବନେଶ୍ବର:ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ଖପ୍ପା ହୋଇଛନ୍ତି ଉଚ୍ଚଶିକ୍ଷା ବିଭାଗ । ଅନେକ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ନାମରେ ଅଭିଯୋଗ ହୋଇଥିବା ନଜରକୁ ଆସୁଛି । କେତେବେଳେ ବିଭିନ୍ନ ବିଭାଗର ଅନିୟମିତତା ଦେଖାଯାଉଥିବା ବେଳେ କେତେବେଳେ ମନମୁଖୀ କାର୍ଯ୍ୟ ଅଭିଯୋଗ ଆସୁଛି । ଅନେକ ସମୟରେ ଉଚ୍ଚଶିକ୍ଷା ବିଭାଗ ଉତ୍କଳ ବିଶ୍ବବିଦ୍ୟାଳୟକୁ ନୋଟିସ କରିଥିବାର ନଜରକୁ ଆସିଛି ।

ଯେପରିକି, ଗତ ୭ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ବୈଠକ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପାଖରେ କୌଣସି ସୂଚନା ନଥିଲା । ବିଭାଗର ଅଜାଣତରେ ଏହି ବୈଠକ ବସିଥିଲା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଅବଗତ କରାଯାଇଛି । ଏହାସହ ସିଣ୍ଡିକେଟ୍ ବୈଠକ ବସିବାର ସପ୍ତା‌ହେ ପୂର୍ବରୁ ବିଭାଗକୁ ସମସ୍ତ ସୂଚନା ପ୍ରଦାନ କରିବା ନିମନ୍ତେ ମଧ୍ୟ କୁହାଯାଇଛି ।

ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ, ବିଭାଗୀୟ ସଚିବ କିମ୍ବା ସଚିବଙ୍କ ପ୍ରତିନିଧିଙ୍କୁ ଆଗୁଆ ସିଣ୍ଡିକେଟ୍ ବୈଠକ କାର୍ଯ୍ୟସୂଚୀ (ଏଜେଣ୍ଡା) ତଥା ସମସ୍ତ ସୂଚନା ପ୍ରଦାନ କରିବାକୁ ବିଶ୍ବବିଦ୍ୟାଳୟକୁ ପୂର୍ବରୁ ବହୁ ଥର କୁହାଯାଇଛି । ଯାହାଫଳରେ ସମସ୍ତ ସଦସ୍ୟ ସକ୍ରିୟ ଭାବେ ବୈଠକରେ ଅଂଶଗ୍ରହଣ କରିବା ସହ କାର୍ଯ୍ୟାବଳୀ ସୁଗମ ହୋଇପାରିବ । ଏହା ସହ ଆଗୁଆ ସୂଚନା ଦିଆଗଲେ କାର୍ଯ୍ୟସୂଚୀର ସମୀକ୍ଷା କରିବା ସହ ମୂଲ୍ୟବାନ୍‌ ଇନ୍‌ପୁଟ୍‌ ଦେବା ପାଇଁ ବିଭାଗକୁ ପର୍ଯ୍ୟାପ୍ତ ସମୟ ମିଳିବ କିନ୍ତୁ ଗତ ୭ ତାରିଖ ଉତ୍କଳ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ବୈଠକ ଅନୁଷ୍ଠିତ ହୋଇଥିବା ବିଭାଗର ନଜରକୁ ଆସିଛି । ଏ ସଂକ୍ରାନ୍ତରେ ବିଭାଗକୁ କୌଣସି ଯୋଗାଯୋଗ କରାଯାଇନଥିଲା ।

ଏହା ବି ପଢନ୍ତୁ...ଉତ୍କଳ ବିଶ୍ବବିଦ୍ୟାଳୟର କାହିଁକି ଖସିଲା ନାକ ଗ୍ରେଡ, ଖୁବ ଶୀଘ୍ର ହେବ ତର୍ଜମା

ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ, ୧୯୮୯ର ଧାରା ୧୦ରେ ରହିଥିବା ପ୍ରାବଧାନର ଅନୁପାଳନ କରିବା ସହ ସଠିକ୍ ସମୟରେ ଯୋଗାଯୋଗ କରିବା ଉପରେ ଗୁରୁତ୍ବ ଦେବାକୁ ବିଶ୍ବବିଦ୍ୟାଳୟକୁ ପରାମର୍ଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଅନ୍ୟପଟେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମବିଏ ବିଭାଗରେ ଅନିୟମିତତା ଅଭିଯୋଗ ହୋଇଛି । ଏହି ଅନିୟମିତତାର ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବମିଖାଲ ଅଞ୍ଚଳର ବସନ୍ତ କୁମାର ସାହୁ ଏମବିଏ ବିଭାଗର ରିଡର ଦାଶରଥି ସାହୁଙ୍କ ନିଯୁକ୍ତି ଅସାଧୁ ଉପାୟରେ ହୋଇଥିବା ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶ ଦିଆଯାଇଛି ।

ଏହାର ତଦନ୍ତ କରି 15 ଦିନ ମଧ୍ୟରେ ବିବରଣୀ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବିଭିନ୍ନ ସମୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଉପରେ ଉଚ୍ଚଶିକ୍ଷା ବିଭାଗ ନଜର ରହିଛି । ନାକ ଗ୍ରେଡ କମିବା, ବିଭିନ୍ନ କାର୍ଯ୍ୟରେ ଅନିୟମିତତା ଦେଖାଦେବା ଓ ବିଶ୍ଵବିଦ୍ୟାଳୟ ମଧ୍ୟରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭାଗୀୟ ସଚିବ ହେଉ ଅବା ଅଧିକାରୀଙ୍କୁ ଆଗୁଆ ନ ଜଣାଇବା ଏକ ପ୍ରକାରର କାର୍ଯ୍ୟଧାରାରେ ଅନିୟମିତତା ସମ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details