ଭୁବନେଶ୍ବର:ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ ବର୍ଷା । ଉପାନ୍ତରୁ ଉପକୂଳ ଅଞ୍ଚଳ ସବୁଆଡ଼େ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଏହାର ପ୍ରଭାବରେ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ କୋହଲା ବା ମେଘୁଆ ପାଗ ଦେଖିବାକୁ ମିଳିଛି । ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ନେଇ ରାଜ୍ୟର ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।
ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ଵର, ଗଜପତି, ଗଞ୍ଜାମ, କନ୍ଧମାଳରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଓ ସୁନ୍ଦଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଓଡ଼ିଶା ଉପର ଦେଇ ପୂର୍ବ ରାଜସ୍ଥାନ ଓ ପଶ୍ଚିମ ମଧ୍ୟପ୍ରଦେଶ ଦେଇ ଏକ ଘୁର୍ଣ୍ଣିବଳୟ ରହିଥିବାରୁ ରାଜ୍ୟରେ ମେଘୁଆ ପାଗ ସହ ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୦ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୦ ତାରିଖରେ ରାଜ୍ୟର ଅଳ୍ପ କେତୋଟି ଜିଲ୍ଲା ଯଥା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଏହାକୁ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।