ଓଡିଶା

odisha

By

Published : Jul 6, 2023, 5:46 PM IST

ETV Bharat / state

ସରକାରୀ ହସ୍ପିଟାଲରେ ଦଲାଲଙ୍କ ଉପରେ ସରକାରଙ୍କ କଡା ନଜର, ଧରାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ

ସରକାରୀ ହସ୍ପିଟାଲରେ ବୁଲୁଥିବା ଦଲାଲଙ୍କ ଉପରେ ସରକାରଙ୍କ କଡ଼ା ନଜର । କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର:ସରକାରୀ ହସ୍ପିଟାଲରୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରୁଥିବା ଦଲାଲଙ୍କ ଉପରେ ରହିବ ରାଜ୍ୟ ସରକାରଙ୍କ କଡ଼ା ନଜର । ଯଦି କୌଣସି ସରକାରୀ କର୍ମଚାରୀ ଏହି କାର୍ଯ୍ୟରେ ନିବୃତ୍ତ ଥାନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ରୋଗୀଙ୍କୁ ଦଲାଲ ପ୍ରବର୍ତ୍ତାଉଥିବା ଏକାଧିକ ଖବର ଆସିବା ପରେ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ ।

ସରକାରୀ ଡାକ୍ତରଖାନାଗୁଡ଼ିକର OPD ସମୟରେ ଘରୋଇ କ୍ଲିନିକ୍ ଏବଂ ଡାକ୍ତରଖାନାକୁ ରୋଗୀମାନଙ୍କୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରୁଥିବା ଦଲାଲମାନଙ୍କ ଉପରେ ରହିବ କଡା ନଜର । ମାଗଣା ଚିକିତ୍ସାର ପ୍ରଲୋଭନ ଦେଖାଇ ରୋଗୀ ପରିବାରଙ୍କଠାରୁ ସେମାନେ ଟଙ୍କା ମାଗିଥାନ୍ତି । ଦଲାଲମାନେ ସରକାରୀ ହସ୍ପିଟାଲରେ କୌଣସି ଉପଯୁକ୍ତ ଚିକିତ୍ସା ସୁବିଧାରେ ଉପଲବ୍ଧ ନାହିଁ। ତେଣୁ ଘରୋଇ କ୍ଲିନିକ କିମ୍ବା ହସ୍ପିଟାଲକୁ ରୋଗୀମାନଙ୍କୁ ପ୍ରବର୍ତ୍ତାଉଥିବାର ଅଭିଯୋଗ ହେଉଥିବାର ନଜରକୁ ଅନେକ ସମୟରେ ଆସୁଛି । ଏଣୁ ତତ୍ପର ହୋଇଉଠିଛି ସ୍ବାସ୍ଥ୍ୟ ବିଭାଗ ।

ଏହା ବି ପଢନ୍ତୁ- SCBରେ ଲୁଟେରା ରାଜ, 6 ମାସ ଧରାପଡିଲେଣି ଅନେକ ଦଲାଲ

ଯଦି ସରକାରୀ ଡାକ୍ତରଖାନା ଓପିଡି ସମୟରେ କୌଣସି ଏଭଳି କାର୍ଯ୍ୟକଳାପ ନଜରକୁ ଆସିଲେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବା ସହ ସ୍ଥାନୀୟ ପୋଲିସ ଷ୍ଟେସନର ସହାୟତା ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାଦ୍ଵାରା ଦଲାଲଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଇପାରିବ । ଏହା ସହ ଯଦି ସରକାରୀ ଡାକ୍ତରଖାନାର କୌଣସି ଅଧ୍ୟାପକ, ଚିକିତ୍ସା କରୁଥିବା ଡାକ୍ତର, ପାରାମେଡିକାଲ ଏବଂ ଅନ୍ୟ କର୍ମଚାରୀମାନେ ଏହି ଦଲାଲମାନଙ୍କ ସହିତ ମିଳିତ ଭାବରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳେ । ତେବେ ଉପଯୁକ୍ତ ଆଇନଗତ କାର୍ଯ୍ୟ ବ୍ୟତୀତ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏନେଇ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟରେ ଥିବା ସରକାରୀ ଡାକ୍ତରଖାନାର ଓପିଡି ସମୟରେ ଘରୋଇ କ୍ଲିନିକ ଏବଂ ଡାକ୍ତରଖାନାକୁ ରୋଗୀମାନଙ୍କୁ ବିଭ୍ରାନ୍ତ କରିବାରେ ଦଲାଲଙ୍କ କାର୍ଯ୍ୟକଳାପ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟର ସମସ୍ତ କଲେକ୍ଟର ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ନିଶ୍ଚିତ ଭାବରେ ସରକାରୀ ସ୍ବାସ୍ଥ୍ୟ ସୁବିଧା ଗୁଡ଼ିକରେ MCH ଗୁଡ଼ିକୁ ବିଶେଷ ଧ୍ୟାନ ଦେବା ସହ ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଥାଉ କି ପୂର୍ବରୁ ସରକାରୀ ହସ୍ପିଟାଲମାନଙ୍କରେ ଅନେକ ବାର ଦଲାଲ ମାତିଛନ୍ତି । ରୋଗୀମାନଙ୍କୁ ବିଭ୍ରାନ୍ତ କରି ଘରୋଇ ହସ୍ପିଟାଲକୁ ନେବାର ଯୋଜନା କରୁଛନ୍ତି । ଅନେକ ସମୟରେ ଧରା ବି ପଡ଼ୁଛନ୍ତି । ପୂର୍ବରୁ ମଧ୍ୟ କଟକ ବଡ଼ ମେଡିକାଲ, ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ଭଳି ରାଜ୍ୟରେ ଥିବା ଅନେକ ସରକାରୀ ହସ୍ପିଟାଲରେ ଦଲାଲଙ୍କୁ ପୋଲିସ ଗିରଫ ମଧ୍ୟ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details