ଭୁବନେଶ୍ବର:ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ରମାଦେବୀ ବିଶ୍ବବିଦ୍ୟାଳୟରେ ଛାତ୍ରୀମାନେ କିଭଳି ଭାବରେ ଉନ୍ନତ ସ୍ବାସ୍ଥ୍ୟ ସୁବିଧା ପାଇବେ । ସେନେଇ ଜଣେ ମେଡିକାଲ ଅଧିକାରୀ ଏବଂ ଜଣେ ମହିଳା ନର୍ସ ନିୟୋଜିତ ହେବେ । ଏନେଇ କୁଳପତି ଲେଖିଥିବା ଚିଠିର ଉତ୍ତର ରଖିଛି ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ବିଭାଗରେ ମାନବ ସମ୍ବଳ ଅଭାବ ଥିବାରୁ ବିଶ୍ଵବିଦ୍ୟାଳୟ ନିଜେ ଡାକ୍ତରଙ୍କୁ ନିଯୁକ୍ତି କରିବାକୁ ବିଭାଗ ପରାମର୍ଶ ଦେଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଚିଠି ଜରିଆରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ।
ସ୍ବାସ୍ଥ୍ୟ ବିଭାଗରେ ମାନବ ସମ୍ବଳ ଅଭାବ ସମେତ ବିଶ୍ଵବିଦ୍ୟାଳୟରେ ଡାକ୍ତରଙ୍କୁ ନିଯୁକ୍ତ କରି ଅଧିକ ଚାପ ନପକାଇବାକୁ କହିଛନ୍ତି ସ୍ବାସ୍ଥ୍ୟ ବିଭାଗ । ତେଣୁ ନିଜେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସରେ ଡାକ୍ତରଙ୍କୁ ନିଯୁକ୍ତି କରିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସ୍ବାସ୍ଥ୍ୟ ବିଭାଗର ଚିଠି ଅନୁଯାୟୀ, ରମାଦେବୀ ବିଶ୍ଵବିଦ୍ୟାଳୟ ନିଜେ ଡାକ୍ତରମାନଙ୍କୁ ନିୟୋଜିତ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅନୁରୋଧ କରୁଥିବା ବେଳେ ଛାତ୍ରୀମାନେ ସେମାନଙ୍କର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଅନ୍ୟ କୌଣସି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖାଇପାରିବେ ।
ଏହା ବି ପଢନ୍ତୁ- ରମାଦେବୀ ବିଶ୍ୱବିଦ୍ୟାଳୟରେ ଖୋଲିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ ସେଣ୍ଟର