ଭୁବନେଶ୍ବର:କୋରୋନା ପରେ ପୁଣି ଡରାଇଲାଣି H3N2 ଭାଇରସ୍ । ଏହି ଭାଇରସରେ ପ୍ରଥମଥର ପାଇଁ ଭାରତରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ଭିତରେ ରହିଛନ୍ତି ହରିୟାଣା ଓ କର୍ଣ୍ଣାଟକ ବାସିନ୍ଦା । ବର୍ତ୍ତମାନ ସମୟରେ କରୋନା ପରେ ଏବେ H3N2 ଭାଇରସ ସଂକ୍ରମଣ ଖୁବ ଜୋରରେ ବଢିବାରେ ଲାଗିଛି । H3N2 ଭାଇରସର ପ୍ରକୋପ ଦେଶର ଚିନ୍ତା ବଢାଇବାରେ ଲାଗିଛି । ପୂର୍ବରୁ କୋରୋନା ମହାମାରୀ ପାଇଁ ଲୋକଙ୍କ ମନରେ ବର୍ତ୍ତମାନ ସୁଧା ଭୟ ଯାଇନଥିବା ବେଳେ ଏବେ ସାମ୍ନାକୁ ଆସିଛି H3N2 ଭାଇରସ । ଏହି ରୋଗ ସାଧାରଣ ଭାବରେ ବର୍ଷାଦିନେ କିମ୍ବା ପାଣିପାଗ ପରିବର୍ତ୍ତନ ସମୟରେ ଅଧିକ ଭାବରେ ଜଣାପଡେ । ମଣିଷର ନାକ, ଗଳା, ଫୁସଫୁସକୁ ପ୍ରଭାବିତ କରୁଥିବା ଏହି ରୋଗ ବିଶେଷ ଭାବେ ପରବର୍ତ୍ତୀ ସମୟରେ ଘାତକ ହୋଇଥାଏ । ତେବେ ଏପର୍ଯ୍ୟନ୍ତ ଭାରତରେ 2ଜଣଙ୍କ ମୃତ୍ୟୁ ପରେ ଏହା ପ୍ରମାଣିତ ହୋଇଛି ।
H3N2 ଭାଇରସ କଣ ଓ ଏହାର ଲକ୍ଷଣ କଣ? :ଅନ୍ୟାନ୍ୟ ଭୂତାଣୁ ଜନିତ ଫ୍ଲୁ ଭଳି ଏକ ଫ୍ଲୁ। ମୁଖ୍ୟତଃ କାଶ ଛିଙ୍କରେ ବାହାରୁଥିବା ସୂକ୍ଷ୍ମ ଜଳକଣିକା ଦ୍ଵାରା ବାୟୁ ମାଧ୍ୟମରେ ବ୍ୟାପେ। ରୋଗୀର ଲାଳ, ସିଙ୍ଘାଣି ,ଛେପ, ଖଙ୍କାର ଆଦି ସଂସ୍ପର୍ଶରେ ଆସିଲେ ଏହା ସଂକ୍ରମିତ ହୁଏ । ଯେଉଁଥି ପାଇଁ ଅଯଥା ଭୟଭୀତ ନହେବା ସହ ଗୁଜବକୁ ବିଶ୍ବାସ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜ୍ଵର, କାଶ, ଅଣନିଶ୍ଵାସ ଲାଗିବା ଆଦି ଏହାର ଲକ୍ଷଣ । କିଛି କ୍ଷେତ୍ରରେ ମଧ୍ୟ ନିମୋନିଆ ହୋଇପାରେ । କୋଭିଡ ପାଇଁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ବ୍ୟକ୍ତି ଏଥିରେ ସହଜରେ ଆକ୍ରାନ୍ତ ହେବା ସମ୍ଭାବନା ଅଛି ।
ଭାଇରସରୁ କିପରି ରହିବେ ସତର୍କ:-ମାକ୍ସ ବ୍ୟବହାର କରନ୍ତୁ । କାଶିବା ଛିଙ୍କିବା ସମୟରେ ମୁହଁରେ ରୁମାଲ ଓ ଟିସୂ ପେପର ଦିଅନ୍ତୁ । ପ୍ରଚୁର ଭାବରେ ପାଣି ପିଆନ୍ତୁ । ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।