ଭୁବନେଶ୍ବର: ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ହକି ବିଶ୍ବକପ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅପରାହ୍ନ ୧ଟା ଠାରୁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ । ଏହି ଉଦ୍ଘାଟନୀ ଉତ୍ସବରେ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ତଥା ପରମ୍ପରା ଉପରେ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ । ଏନେଇ ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ । ଏଣୁ ରାଜ୍ୟ ସରକାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଅପରାହ ୧ଟାରୁ ଛୁଟି ଘୋଷଣା କରିଛନ୍ତି । ସମସ୍ତ ବେସରକାରୀ ତଥା ପବ୍ଲିକ୍ ସ୍କୁଲ (ସେଲ୍ଫ ଫାଇନାନ୍ସ) ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଏହି ନିର୍ଦ୍ଦେଶନାମା ଲାଗୁ ହେବ ।
ଅନ୍ୟପଟେ ବୈଷୟିକ ଶିକ୍ଷା ବିଭାଗର ସମସ୍ତ ସରକାରୀ ଏବଂ ବେସରକାରୀ ଆଇଟି, ଡିପ୍ଲୋମା, ବୈଷୟିକ ଅନୁଷ୍ଠାନ ଆସନ୍ତାକାଲି ଅପରାହ୍ନ 3 ଟା ପରେ ବନ୍ଦ ରହିବ । ଏନେଇ ବିପିୟୁଟି, ଭିଏସଏସୟୁଟି, କଟକର ବୈଷୟିକ ଶିକ୍ଷା ଏବଂ ତାଲିମ କେନ୍ଦ୍ର,ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ର, ଭୁବନେଶ୍ୱରର ଓୟୁଟିଆର, ଏବଂ ସମସ୍ତ ଆଇ ଆଇ ଟି ଅଧ୍ୟକ୍ଷ ଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ, ସାରା ରାଜ୍ୟରେ ଏବେ ହକିର ମାହୋଲ । ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା । କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି । ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ୍ ଆୟୋଜନ କରାଯାଇଛି ।