ଓଡିଶା

odisha

ETV Bharat / state

ଯାତ୍ରୀ କମ୍ ମାଲ୍ ଅଧିକ, ବସକୁ ଜବତ କଲା ଜିଏସଟି ବିଭାଗ - bermunda

ବେଆଇନ ଭାବେ ମାଲ ଚାଲାଣ କରୁଥିବା ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଗୋଟିଏ ବସକୁ ଜବତ କରିଛି ଜିଏସଟି ବିଭାଗ। କୋଲକାତାରେ ଏହି ବସ ଟିକସ ଫାଙ୍କି ଥିବାର ଅଭିଯୋଗ ହୋଇଥିଲା। ଏହାକୁ ଜିଏସଟି ବିଭାଗର ଅଧିକାରୀ ଜବତ କରି ମୁଖ୍ୟ କାର୍ଯ୍ୟାଳୟରେ ଅଟକ ରଖିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Feb 13, 2019, 11:18 AM IST

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ପ୍ରମୁଖ ବସଷ୍ଟାଣ୍ଡ ବରମୁଣ୍ଡାରୁ ଜବତ ହୋଇଛି ଗୋଟିଏ ବସ। ବେଆଇନ ଭାବେ ମାଲ ଚାଲାଣ କରୁଥିବା ନେଇ ଏହାକୁ ଜବତ କରିଛି ଜିଏସଟି ବିଭାଗ। କୋଲକାତାରେ ଏହି ବସ ଟିକସ ଫାଙ୍କି ଥିବା ଅଭିଯୋଗ ହୋଇଥିଲା । ବସକୁ ଜିଏସଟି ବିଭାଗର ଅଧିକାରୀ ଜବତ କରି ମୁଖ୍ୟ କାର୍ଯ୍ୟାଳୟରେ ଅଟକ ରଖାଛନ୍ତି ।

ବସ "ପରମେଶ୍ୱର" (ନମ୍ବର-wb-31-4271) କୋଲକାତାରୁ ଭୁବନେଶ୍ୱର ଆସୁଥିଲା। ଖବର ପାଇ ଏହି ବସକୁ ବରମୁଣ୍ଡା ବସଷ୍ଟାଣ୍ଡରେ ଅଟକା ଯାଇଇଥିଲା। ଏହି ବସରେ ଯାତ୍ରୀ ରହିଥିଲେ ମଧ୍ୟ ମାଲ ଚୋରା ଚାଲାଣ କରାଯାଉଥିଲା। ବାରମ୍ବାର ଭୁବନେଶ୍ୱରରୁ ବିଭିନ୍ନ ସମୟରେ ଚୋରା ଚାଲାଣ କରାଯାଉଥିବା ନେଇ ଅଭିଯୋଗ ମଧ୍ୟ ହୋଇ ଆସୁଥିଲା।

ପରମେଶ୍ୱର ବସରେ ବିଭିନ୍ନ ପ୍ରକାରର କପଡା, ରାସନ ଆଦି ବିନା ଟିକସରେ ପରିବହନ କରାଯାଉଥିଲା। ଇ-ୱେ ବିଲରେ ଠକେଇ କରିଥିବା ଅଭିଯୋଗ ମଧ୍ୟ ଆସିଥିଲା । ପାଖାପାଖି ୧୦ଲକ୍ଷ ଟଙ୍କାର ଜିନିଷ ବସ ଯୋଗେ ଚୋରା ଚାଲାଣ କରୁଥିଲେ। ଖବର ପାଇ ଜିଏସଟି ବିଭାଗ ବରମୁଣ୍ଡାରୁ ବସକୁ ଜବତ କରିଥିବା ନେଇ ବିଶେଷ ସୂତ୍ରରୁ ଜଣାପଡିଛି। କିଛିଦିନ ପୂର୍ବରୁ ଏକ ସରକାରୀ ବସରେ ଅତ୍ୟଧିକ ମାତ୍ରରେ ବିନା ବିଲରେ ଏକାଧିକ ଗୁଟଖା, ପାନ ମସଲା, ବସ୍ତା ଜବତ କରିଥିଲା ଜିଏସଟି ବିଭାଗ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details