ଓଡିଶା

odisha

ETV Bharat / state

ରାସନକାର୍ଡ ନ ଥିବା ଲୋକଙ୍କୁ ରିଲିଫ ଦିଅ: ସୁର - suraroutray

ଯେଉଁ ମାନଙ୍କର ରାସନକାର୍ଡ ନାହିଁ ସେମାନଙ୍କ ପାଇଁ ମଧ୍ୟ ରିଲିଫ ବ୍ୟବସ୍ଥା କରିବାକୁ କଂଗ୍ରେସ ନେତା ସୁରେଶ ରାଉତରାୟ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

By

Published : May 10, 2019, 10:53 PM IST


ଭୁବନେଶ୍ବର: ବାତ୍ୟା ଫନି ଓଡିଶାର ବିଭିନ୍ନ ଅଞ୍ଚଳରେ ବହୁତ କ୍ଷତି ଘଟାଇବା ସହିତ ସମ୍ପୂର୍ଣ୍ଣ ଭାବରେ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ କେବଳ ରାସନକାର୍ଡ ଥିବା କ୍ଷତିଗ୍ରସ୍ତଙ୍କୁ ରିଲିଫ ପ୍ରଦାନ କରାଯିବ । ଏହା ଦ୍ବାରା ବାତ୍ୟାରେ ପୀଡିତ ରାସନକାର୍ଡ ନ ଥିବା ଲୋକେ ରିଲିଫ ପାଇପାରିବେ ନାହିଁ । ଏପରିକି ବହୁତ ଗରିବ ଲୋକ ଅଛନ୍ତି ଯେଉଁ ମାନଙ୍କର ରାସନକାର୍ଡ ନାହିଁ । ଏପରି ଶ୍ରେଣୀର ଲୋକମାନଙ୍କ ପାଇଁ ମଧ୍ୟ ରିଲିଫ ବ୍ୟବସ୍ଥା କରିବାକୁ କଂଗ୍ରେସ ନେତା ସୁରେଶ ରାଉତରାୟ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର


ତୁରନ୍ତ ବିଜୁଳି ଓ ପାଣି ଯୋଗାଇ ଦେବାକୁ ସରକାରଙ୍କୁ କହିଛନ୍ତି । ସେ ଏ ନେଇ ସଚିବାଳୟରେ ରାଜ୍ୟ ସରକାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଯଦି ସରକାର ତୁରନ୍ତ ଏସବୁ ସମସ୍ୟା ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ସଚିବାଳୟ ଘେରାଉ କରିବେ ବୋଲି କଂଗ୍ରେସ ବରିଷ୍ଠ ନେତା ସୁର ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details