ଓଡିଶା

odisha

By

Published : Jan 12, 2023, 10:32 AM IST

ETV Bharat / state

ଚାଉଳ ବଣ୍ଟନରେ ସ୍ୱଚ୍ଛତା ଲାଗି କେନ୍ଦ୍ର ଆଣିବ ରସିଦ ବ୍ୟବସ୍ଥା, ବିଜେଡି କହିଲା ଠିକ ହେବନାହିଁ

ଚାଉଳ ବଣ୍ଟନରେ ସ୍ୱଚ୍ଛତା ପାଇଁ କେନ୍ଦ୍ର ସରକାର ଆଣିବେ ରସିବ ବ୍ୟବସ୍ଥା । ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳ କହିଛି ଯେଉଁ ରସିଦ ବ୍ୟବସ୍ଥା କଥା କହୁଛନ୍ତି, ଜଣାପଡୁନି ଏହା ପଛରେ ଉଦ୍ଦେଶ୍ୟ କଣ ? ଅଧିକ ପଢନ୍ତୁ

ଚାଉଳ ବଣ୍ଟନରେ ସ୍ୱଚ୍ଛତା ଲାଗି କେନ୍ଦ୍ର ଆଣିବ ରସିଦ ବ୍ୟବସ୍ଥା, ବିଜେଡି କହିଲା ଠିକ ହେବ ନାହିଁ
ଚାଉଳ ବଣ୍ଟନରେ ସ୍ୱଚ୍ଛତା ଲାଗି କେନ୍ଦ୍ର ଆଣିବ ରସିଦ ବ୍ୟବସ୍ଥା, ବିଜେଡି କହିଲା ଠିକ ହେବ ନାହିଁ

ଚାଉଳ ବଣ୍ଟନରେ ସ୍ୱଚ୍ଛତା ଲାଗି କେନ୍ଦ୍ର ଆଣିବ ରସିଦ ବ୍ୟବସ୍ଥା, ବିଜେଡି କହିଲା ଠିକ ହେବ ନାହିଁ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ କିଛି ରାଜ୍ୟ ସରକାର ବ୍ରାଣ୍ଡିଂ କରୁଥିବା ଅଭିଯୋଗ ହେଇଆସୁଛି । ଏହାକୁ ଚେକ ଦେବା ଲାଗି କେନ୍ଦ୍ର ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି । ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ରାଜ୍ୟର ବ୍ରାଣ୍ଡିଂକୁ ବ୍ରେକ ଦେବା ଲାଗି ଖୁବଶୀଘ୍ର କେନ୍ଦ୍ର ଆଣିବାକୁ ଯାଉଛି ରସିଦ ବ୍ୟବସ୍ଥା । ଏହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି । ଯଦି କେନ୍ଦ୍ର ଏଭଳି ବ୍ୟବସ୍ଥା ଲାଗୁ କରେ ତେବେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ ବୋଲି ବିଜେଡି କହିଛି । ବିଜେଡି ଅଭିଯୋଗର ଜବାବ ରଖିଛି ବିଜେପି ।

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ‘‘ସମସ୍ତଙ୍କ ରାସନ କାର୍ଡ ଅନ ରେକର୍ଡ ହେଉଥିଲା । ଯେ ଯାହା ପାଉଛନ୍ତି ତାହା ପ୍ରତି ମାସ ଏଣ୍ଟ୍ରି ହେଉଛି । ଏହା ନର୍ମାଲ ପ୍ରାକ୍ଟିସ । ଯେଉଁ ରସିଦ ବ୍ୟବସ୍ଥା କଥା କହୁଛନ୍ତି, ଜଣାପଡୁନି ଏହା ପଛରେ ଉଦ୍ଦେଶ୍ୟ କଣ ? ଏହା ଦ୍ବାରା ବଣ୍ଟନ ବ୍ୟବସ୍ଥାରେ ଅଭାବନୀୟ ଅବସ୍ଥା ସୃଷ୍ଟି ହୋଇପାରେ । ସ୍ୱଚ୍ଛତା ଉପରେ ରାଜ୍ୟ ସରକାର ବିଶ୍ୱାସ କରନ୍ତି । ସ୍ୱଚ୍ଛତାର ସହ କାର୍ଯ୍ୟ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି । ରାଜନୈତିକ ସୁବିଧା ନେବା ଲାଗି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି । ତାଙ୍କର ଉଦ୍ୟମ ଆଦୌ ସଫଳ ହେବନାହିଁ । ବରଂ ଲୋକହସା ହେବେ । ସେପଟେ ବିଜେଡିର ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ ପ୍ରକାଶ ସୋରେନ ।

ସେ କହିଛନ୍ତି ଯେ, ଭାରତ ଗଣତାନ୍ତ୍ରିକ ରାଷ୍ଟ୍ର, ସଂଘୀୟ ବ୍ୟବସ୍ଥାରେ ଦେଶ ଚାଲିଛି । କେନ୍ଦ୍ର ଦେଲେ ବି ଯୋଜନା ଲାଗୁ ଓ ବଣ୍ଟନ ଦାୟିତ୍ୱରେ ରାଜ୍ୟ ରହିଛି । ଗରିବ କଲ୍ୟାଣ ଯୋଜନାରେ ଦିଆଯାଉଥିବା ଚାଉଳର ରସିଦ ବ୍ୟବସ୍ଥା ସ୍ୱାଗତଯୋଗ୍ୟ ପଦକ୍ଷେପ । କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ କରି ରାଜ୍ୟ ସରକାର ନିଜର ବ୍ରାଣ୍ଡିଂ କରିଛନ୍ତି । ଏବେ ଆଉ ସେ କଥା କରିପାରିବେ ନାହିଁ । ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ । କେନ୍ଦ୍ର ସରକାର 29 ଟଙ୍କା ଦେବା ବେଳେ ରାଜ୍ୟ 2 ଟଙ୍କା ଦେଉଥିଲେ । ନିଜର ବ୍ରାଣ୍ଡିଂ କରି ରାଜ୍ୟ ସରକାର 1 ଟଙ୍କାରେ ଚାଉଳ ଦେଉଛନ୍ତି ବୋଲି ରାଜ୍ୟ ସରକାର କହୁଥିଲେ । ଏବେ ଆଉ କହିପାରିବେ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details