ଓଡିଶା

odisha

ETV Bharat / state

ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ବିମାନ ଉଡ଼ାଣକୁ ଅନୁମତି, ସପ୍ତାହକୁ ଦୁଇ ଦିନ ଉଡ଼ିବ ବିମାନ - ବିମାନ ଘାଟିକୁ 9 ସିଟର ବିଶିଷ୍ଟ ବିମାନ ଉଡ଼ାଣ

ଭୁବନେଶ୍ବରରୁ ବ୍ରହ୍ମପୁର ରଙ୍ଗେଇଲୁଣ୍ଡାକୁ ବିମାନ ଉଡ଼ାଣ ପାଇଁ ମିଳିଲା ଅନୁମତି । ଚଳିତ ଏପ୍ରିଲରେ ପ୍ରତି ସପ୍ତାହକୁ ୨ ଥର ଉଡ଼ାଣ ଭରିବାକୁ ମିଳିଛି ଅନୁମତି । ରବିବାର ଓ ବୁଧବାର ଉଡ଼ାଣ ଭରିବା ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅଧିକ ପଢନ୍ତୁ

rangeilunda airstrip
rangeilunda airstrip

By

Published : Apr 3, 2023, 3:39 PM IST

ଭୁବନେଶ୍ବର:ଭୁବନେଶ୍ବରରୁ ବ୍ରହ୍ମପୁର ରଙ୍ଗେଇଲୁଣ୍ଡାକୁ ବିମାନ ଉଡାଣ ନେଇ ମିଳିଛି ଅନୁମତି । ଚଳିତ ଏପ୍ରିଲ ମାସରେ ସପ୍ତାହକୁ ୨ଥର ଉଡାଣ ଭରିବାକୁ ମିଳିଛି ଅନୁମତି । ରବିବାର ଓ ବୁଧବାର ଉଡାଣ ଭରିବାକୁ ରାଜ୍ୟ ସରକାରଙ୍କ ଅନୁମତି ମିଳିଛି । ମନ୍ଦିରମାଳିନୀରୁ ରେଶମ ସହରକୁ ମାର୍ଚ୍ଚ 5 ତାରିଖରୁ ଯୋଡ଼ି ହେବ ବାୟୁ ସେବା । ପ୍ରାଥମିକ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ବିମାନ ଘାଟିକୁ 9 ସିଟର ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ କରିବ । ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିମାନ ଷ୍ଟ୍ରିପ୍‌ର ଭିତ୍ତିଭୂମି ବିକାଶ କରାଯିବ ।

ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ବିମାନ ଉଡ଼ାଣ

ତେବେ ପ୍ରତି ରବିବାର ଦିନ ସକାଳ 9ଟାରେ ଭୁବନେଶ୍ଵର ବିମାନ ବନ୍ଦରରୁ ବିମାନ ଉଡାଣ ଆରମ୍ଭ କରିଥିବା ବେଳେ ରଙ୍ଗେଇଲୁଣ୍ଡାରେ ୧୦ଟାରେ ପହଞ୍ଚିବ । ସେହିପରି ରଙ୍ଗେଇଲୁଣ୍ଡାରୁ 10ଟା 25 ମିନିଟରେ ଉଡାଣ ଭରି ଏହା ସହ ଭୁବନେଶ୍ଵର ବିମାନ ବନ୍ଦରରେ 11ଟା 25ରେ ପହଞ୍ଚିବ । ସେହିଭଳି ପ୍ରତି ବୁଧବାର ଦିନ ଭୁବନେଶ୍ଵରରୁ ସକାଳ 9ଟା 50 ମିନିଟରେ ଉଡାଣ ଭରି ରାଙ୍ଗେଇଲୁଣ୍ଡାରେ 10ଟା 50ରେ ପହଞ୍ଚିବ । ସେହିଦିନ ରଙ୍ଗେଇଲୁଣ୍ଡାରୁ 10ଟା 15ରୁ ବିମାନ ଉଡାଣ ଭରି ଭୁବନେଶ୍ଵରରେ 11ଟା 15ରେ ପହଞ୍ଚିବ । ଏହି ସମୟ ବିବରଣୀ ଏକ ମାସ ପାଇଁ ଲାଗୁ କରାଯାଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦର କର୍ତ୍ତୃପକ୍ଷ ଚିଠି କରିଛନ୍ତି ।

ସୂଚନା ଅନୁଯାୟୀ, ରେଶମ ସହରରୁ ମନ୍ଦିର ମାଳିନୀ ସହରକୁ ଆରମ୍ଭ ହୋଇଛି ବିମାନ ସେବା । ଫଳରେ ଦୁଇ ସହର ମଧ୍ୟରେ ସମୟ ଦୂରତା 3 ଘଣ୍ଟା ହ୍ରାସ ପାଇବ । ଚିଲିକା ହ୍ରଦ, ଟାମ୍ପରା ହ୍ରଦ, ଗୋପାଳପୁର ବିଚ୍, ଋଷିକୁଲ୍ୟା ନଦୀ, ତାରାତାରିଣୀ ମନ୍ଦିର ଇତ୍ୟାଦି ଆକର୍ଷଣୀୟ ସ୍ଥାନ ଏବଂ ପର୍ଯ୍ୟଟନ ସ୍ଥଳର ଉପସ୍ଥିତି ରଙ୍ଗେଇଲୁଣ୍ଡାରେ ବିମାନ ସଂଯୋଗ ପରେ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ବରିଷ୍ଠ ଡାକ୍ତର, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଆଇଆରଇଏଲ, ଆଇଆଇଏସଇଆର ଏବଂ ସହରର ବ୍ୟବସାୟୀମାନେ ବାରମ୍ବାର ବିମାନରେ ଯିବା ଆସିବା କରିବେ ବୋଲି ଆଶା କରାଯାଉଛି । ପୂର୍ବରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପକୁ କେବଳ ଅତିଥିମାନଙ୍କ ଆଗମନ ସମୟରେ ବିମାନ ଚଳାଚଳ ପାଇଁ ବ୍ୟବହାର କରାଯାଉଥିଲା ।

ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଗଣିତ ହେଉଥିବା ବେଳେ ଏହାର ଜନସଂଖ୍ୟା ଓ ଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି । ଏହି ମାର୍ଗରେ ବିମାନ ଚଳାଚଳ ଦ୍ୱାରା ଉଦ୍ୟୋଗ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ । ରଙ୍ଗେଇଲୁଣ୍ଡାରେ ବିମାନ ଚଳାଚଳ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details