ଓଡିଶା

odisha

ETV Bharat / state

ଯୋଗ ମଣିଷ ପାଇଁ ଏକ ଅମୋଘ ଅସ୍ତ୍ର: ରାଜ୍ୟପାଳ ଗଣେଣୀ ଲାଲ - ଭୁବନେଶ୍ବର

ଜୁନ 21କୁ  ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା 2015ରୁ ଆରମ୍ଭ ଏହି ଦିବସକୁ ବିଶ୍ବବ୍ୟାପୀ ପାଳନ ହେଉଥିବା ବେଳେ ରାଜଧାନୀ ବିଶାଳ ଯୋଗ ସମାବେଶ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 21, 2019, 2:09 PM IST

ଭୁବନେଶ୍ବର: ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ରାଜଧାନୀରେ ମଧ୍ୟ ଆୟୋଜିତ ହୋଇଛି ଯୋଗ ଦିବସ । ସାରା ବିଶ୍ବ ଆଜି ଯୋଗ ଦିବସ ପାଳନ କରୁଥିବାବେଳେ ଜନତା ମଇଦାନରେ ମଧ୍ୟ ଏକ ବିଶାଳ ଯୋଗ ଶିବିର ଆୟୋଜନ ହୋଇଥିଲା । ଯେଉଁଥିରେ ରାଜ୍ୟପାଳ ଗଣେଣୀ ଲାଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।ଯୋଗ ଦିବସ ଉପଲକ୍ଷେ ବହୁ ସଂଖ୍ୟକ ଲୋକେ ଏହି ଶିବିରରେ ସାମିଲ ହୋଇଥିବା ବେଳେ ପୃଥିବୀ ପୃଷ୍ଠକୁ ଏକତ୍ର ରଖିବାର କ୍ଷମତା ଯୋଗ ମଧ୍ୟରେ ରହିଛି ବୋଲି ରାଜ୍ୟପାଳ ଗଣେଣୀ ଲାଲ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯୋଗର କାମ ଯୋଡିବା । ସାରା ବିଶ୍ବକୁ ବାନ୍ଧି ରଖିବା ଓ ପୃଥିବୀ ପୃଷ୍ଠକୁ ରକ୍ଷାର କ୍ଷମତାକୁ କେବଳ ଯୋଗ ମଧ୍ୟରେ ରହିଛି । ଯୋଗ ହିଁ ଆତ୍ମା ସହ ପରମାତ୍ମାକୁ ଯୋଡି ରଖିବା ସହ ଶାରୀରିକ ଓ ମାନସିକ ଶାନ୍ତି ମିଳିଥାଏ ବୋଲି ରାଜ୍ୟପାଳ କହିଛନ୍ତି ।
ଚେତନା ବୃଦ୍ଧି କରିବା ପାଇଁ ଯୋଗ ଏକାନ୍ତ ଆବଶ୍ୟକ ଥିବାବେଳେ ଯୋଗ ମାଧ୍ୟମରେ ମଣିଷ ନିଜ ସହିତ ପରିଚିତ ହୋଇପାରେ ।

ସେହିପରି ଯୋଗ ଭାରତୀୟ ପରମ୍ପରା ହୋଇଥିବାବେଲେ ଔଷଧ ଠାରୁ ଯୋଗର ଶକ୍ତି ଅଧିକ । ଖାଲି ଶାରୀରିକ ସ୍ବଚ୍ଛତା ନୁହେଁ ମାନସିକତା ଶାନ୍ତି ଦେବାରେ ଯୋଗ ସହାୟକ ହୋଇଥାଏ । ତେଣୁ ସମସ୍ତେ ଯୋଗକୁ ପ୍ରାଧାନ୍ୟ ଦେବା ଦରକାର ବୋଲି ରାଷ୍ଟ୍ର୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି । ସେପଟେ, ଏହି ସାମୂହିକ ଯୋଗ ଦିବସରେ ସାମିଲ ହୋଇଥିବା ସ୍ଥାନୀୟ ବାସିନ୍ଦା ମଧ୍ୟ ଯୋଗ କରି ଆତ୍ମତୃପ୍ତି ସହ ଶାରୀରିକ ଓ ମାନସିକ ଶାନ୍ତିର ଅନୁଭବ କରୁଥିବାର କହିଛନ୍ତି ।

ଜୁନ 21କୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା 2015ରୁ ଆରମ୍ଭ ଏହି ଦିବସକୁ ବିଶ୍ବବ୍ୟାପୀ ପାଳନ କରାଯାଉଛି । ଯୋଗ ଦିବସ 5ବର୍ଷରେ ପାଦ ଥାପିଥିବା ବେଳେ ବିଶ୍ବର କୋଣଅନୁକୋଣରୁ ଯୋଗଭାସ୍ୟା କରାଯାଉଥିବା ବେଳେ ପ୍ରତିବର୍ଷ ଜନତା ମୈଦାନରେ ଏହି ଦିବସ ପାଳନ ହୋଇଆସୁଛି । ତେବେ ରାଜଧାନୀରେ ମଧ୍ୟ ସାମୂହିକ ଯୋଗାଭ୍ୟାସ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details