ଓଡିଶା

odisha

By ETV Bharat Odisha Team

Published : Nov 5, 2023, 7:28 PM IST

ETV Bharat / state

ସରକାରୀ ଚାକିରି ସର୍ବୋଚ୍ଚ ବୟସସୀମା 42କୁ ବୃଦ୍ଧି ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେଧାବୀ ଛାତ୍ରଛାତ୍ରୀ

ସରକାରୀ ଚାକିରି ଆବେଦନର ସର୍ବୋଚ୍ଚ ବୟସ ସୀମା ବୃଦ୍ଧି ପାଇଁ ଦାବି । ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଲେ ଚାକିରି ଆଶାୟୀ । ଅଧିକ ପଢ଼ନ୍ତୁ

ସରକାରୀ ଚାକିରୀ ସର୍ବୋଚ୍ଚ ବୟସସୀମା ବୃଦ୍ଧି ଦାବି
ସରକାରୀ ଚାକିରୀ ସର୍ବୋଚ୍ଚ ବୟସସୀମା ବୃଦ୍ଧି ଦାବି

ସରକାରୀ ଚାକିରୀ ସର୍ବୋଚ୍ଚ ବୟସସୀମା ବୃଦ୍ଧି ଦାବି

ଭୁବନେଶ୍ବର: ସରକାରୀ ଚାକିରି ଆବେଦନର ସର୍ବୋଚ୍ଚ ବୟସ ସୀମା ବୃଦ୍ଧି ପାଇଁ ଦାବି । ଏହି ବୟସ ସୀମାକୁ 32 ବର୍ଷ ପରିବର୍ତ୍ତେ 42 ବର୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାକିରି ଆଶାୟୀ । ମେଧାବୀ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଶେଷ କରିବା ବେଳକୁ ବୟସ 32 ବର୍ଷ ଟପିଯାଉଛି । ବିଶେଷ କରି ଯେଉଁମାନେ ଏମଫିଲ, ପିଏଚ୍‌ଡି ଆଦି ପାଠ୍ୟକ୍ରମ କରୁଛନ୍ତି ସେମାନଙ୍କୁ ଚାକିରି ପାଇବାକୁ ହେଲେ 32 ବର୍ଷ ପାର ହେଇଯାଉଛି । ତେବେ ଦୀର୍ଘ ଦିନ ଧରି ବିଭିନ୍ନ ଫୋରମରେ ଛାତ୍ରଛାତ୍ରୀମାନେ ଦାବି କରିଆସୁଛନ୍ତି । ସରକାର ଏଦିଗରେ ଏପର୍ଯ୍ୟନ୍ତ କୌଣସି ଠୋସ ନିଷ୍ପତ୍ତି ନେଇନଥିବାରୁ ଏବେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି ଆଶାୟୀ ।

ତେବେ ଏନେଇ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ଦେଶରେ ଅଧିକାଂଶ ରାଜ୍ୟରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା 42 ବର୍ଷ ରହିଛି । ଏପରିକି ଅନେକ ରାଜ୍ୟରେ 42 ବର୍ଷରୁ ଅଧିକ ବୟସ ସୀମା ମଧ୍ୟ ରଖାଯାଇଛି । ଗୋଆରେ 45 ବର୍ଷ ବୟସ ସୀମା ରହିଥିବା ବେଳେ ତେଲେଙ୍ଗାନାରେ 44 ବର୍ଷ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ହରିୟାଣାରେ ବୟସ ସୀମା 42 ବର୍ଷ ରହିଛି । ଏହାସହ ପଶ୍ଚିମବଙ୍ଗ, ତ୍ରିପୁରା, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଆଦି ରାଜ୍ୟରେ 40 ବର୍ଷ ବୟସ ସୀମା ରଖାଯାଇଛି । ହେଲେ ଓଡ଼ିଶାରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସ ସୀମା ମାତ୍ର 32 ବର୍ଷ ଥିବାରୁ ଅନେକ ମେଧାବୀ ଉପଯୁକ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଉଚ୍ଚ ଶିକ୍ଷା ପରେ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ମାତ୍ର ଥରେ କିମ୍ବା ଦୁଇ ଥର ସୁଯୋଗ ମିଳୁଛି ।

ଏହା ମଧ୍ୟ ପଢ଼ନ୍ତୁ.......ଚାକିରୀ ବୟସ ସୀମା ବଢ଼ିଲା, ଆଶାୟୀ ପ୍ରାର୍ଥୀଙ୍କ ମହଲରେ ଖୁସିର ଲହରୀ

ଏନେଇ ବହୁବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଶାୟୀ ପ୍ରାର୍ଥୀଙ୍କ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି । ପ୍ରତ୍ୟେକ ଦିନ ପାଖାପାଖି 100 ରୁ 200 ଚିଠି ଛାତ୍ରଛାତ୍ରୀଙ୍କ ଦାବିକୁ ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଦିଆଯାଉଛି । ବିଧାନସଭାରେ ବିରୋଧୀଙ୍କ ପକ୍ଷରୁ ବାରମ୍ବାର ଏ କଥା ଉଠୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏହି ସମ୍ପର୍କରେ ଅବଗତ ନାହାନ୍ତି । ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ opsc, ossc, osssc ଏବଂ ଅନ୍ୟାନ୍ୟ ପରୀକ୍ଷା କରୁଥିଲେ ମଧ୍ୟ କିଛି ଚାକିରି ପାଇଁ ବୟସ ସୀମା 32 ରୁ 38 ବର୍ଷକୁ ବୃଦ୍ଧି ପାଇଛି ଯାହା ଆଶାୟୀଙ୍କ ପାଇଁ ସହାୟ ହୋଇପାରୁନାହିଁ । ସରକାର ଚୁକ୍ତି ଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି କିନ୍ତୁ ଏବେବି ଅନେକ ଶିକ୍ଷିତ ବେକାରୀ ବେକାର ହୋଇ ବସିଛନ୍ତି । ରାଜ୍ୟ ସରକାର ତୁରନ୍ତ ଏହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହଜାର ହଜାର ଆଶାୟୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଚିଠି ଲେଖି ବୟସ ସୀମାକୁ ବୃଦ୍ଧି କରିବା ପାଇଁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details